ପୁରୀ: ଜିଲ୍ଲାରେ ବଢ଼ି ଚାଲିଛି କୋରୋନା ମହାମାରୀ । 8 ହଜାର ଟପି ସାରିଛି କୋଭିଡ ସଂକ୍ରମିତଙ୍କ ସଂଖ୍ୟା । ଗତ 24 ଘଣ୍ଟା ଭିତରେ 265ଟି କୋଭିଡ ପଜିଟିଭ ମାମଲା ଚିହ୍ନଟ ହୋଇଛି । ଫଳରେ ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖା ମୋଟ 8652ରେ ପହଞ୍ଚିଛି । କୋଭିଡରେ ଆଜି ପର୍ଯ୍ୟନ୍ତ 38 ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଜିଲ୍ଲାରେ ମୋଟ 1650ଟି ଆକ୍ଟିଭ କେସ ରହିଛି ।
ସେହିପରି 6961 ଜଣଙ୍କୁ ଡିସଚାର୍ଜ କରାଯାଇଛି । ମୋଟ 82,583 ଟି ସାମ୍ପଲ ସଂଗ୍ରହ ହୋଇ ପରୀକ୍ଷା ହୋଇଛି । ଜିଲ୍ଲାର ପୁରୀ ପୌରାଞ୍ଚଳରେ ସର୍ବାଧିକ କୋରୋନା ସଂକ୍ରମିତ 2939 ଜଣ ହୋଇଛନ୍ତି । ଆରୋଗ୍ୟ ହାର ରହିଛି 80.45 ପ୍ରତିଶତ । ତେବେ ପୁରୀ ସହର ତଥା ଜିଲାରେ କୋଭିଡ ପଜିଟିଭ ସଂଖା ବଢିବା ସାଧାରଣରେ ଚିନ୍ତାର ବିଷୟ ହୋଇଛି । କୋଭିଡ ପଜିଟିଭ ମାମଲାରେ ଖୋର୍ଦ୍ଧା, ଗଞ୍ଜାମ ଓ କଟକ ଜିଲ୍ଲା ପରେ ଚତୁର୍ଥ ସ୍ଥାନରେ ରହିଛି ପୁରୀ ଜିଲ୍ଲା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ