ETV Bharat / state

ପ୍ରେମ ହେଲା କାଳ; ଛାତ୍ରାବାସରେ ଛାତ୍ରଙ୍କ ଆତ୍ମହତ୍ୟା

ପ୍ରେମରେ ବିଫଳ ହୋଇ ପୁରୀ ଜିଲ୍ଲା ପେଣ୍ଠକଟାରେ ଥିବା ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଛାତ୍ରାବାସରେ ଛାତ୍ରଙ୍କ ଆତ୍ମହତ୍ୟା ।

author img

By

Published : Nov 28, 2019, 11:37 AM IST

Student suicide in hoste
ଛାତ୍ରାବାସରେ ଛାତ୍ରଙ୍କ ଆତ୍ମହତ୍ୟା

ପୁରୀ: ଜିଲ୍ଲା ପେଣ୍ଠକଟାରେ ଥିବା ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଛାତ୍ରାବାସରେ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ସମୁଦ୍ରକୁଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଙ୍କ ମୃତଦେହ ଜବତ କରିଛି । ପ୍ରେମରେ ବିଫଳ ହୋଇ ଛାତ୍ରଜଣକ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା ଦେଇଛି ।

ଛାତ୍ରାବାସରେ ଛାତ୍ରଙ୍କ ଆତ୍ମହତ୍ୟା

ମୃତ ଛାତ୍ର ଜଣଙ୍କ କଟକ ନିଶ୍ଚିତକୋଇଲି ଅଞ୍ଚଳର ଆଶିଷ କୁମାର ଷଡଙ୍ଗୀ ବୋଲି ଜଣାପଡିଛି । ସେ ପ୍ରାକଶାସ୍ତ୍ରୀର ପ୍ରଥମ ବର୍ଷର ଛାତ୍ର ଓ ବୟସ 16 ବର୍ଷ । ମୃତ ଛାତ୍ର ଜଣଙ୍କ ଏକ ଛାତ୍ରୀଙ୍କୁ ଭଲ ପାଉଥିଲେ । ଏହାକୁ ନେଇ କିଛିଦିନ ତଳେ ବିବାଦ ହୋଇଥିଲା । ଛାତ୍ରୀଙ୍କ ପରିବାର ଲୋକେ ତାଙ୍କୁ ଗାଳି ଗୁଲଜ ମଧ୍ୟ କରିଥିଲେ । ଯାହାକୁ ନେଇ ସେ କିଛିଦିନ ହେବ ଅବସାଦରେ ରହିଥିଲେ । ଫଳରେ ଏହି ଘଟଣାକୁ ନେଇ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପଟେ ପୋଲିସ ତାଙ୍କ ମୃତ୍ୟୁ ସମ୍ପର୍କରେ ସହପାଠୀଙ୍କ ଠାରୁ ତଥ୍ୟ ସଂଗ୍ରହ କରୁଛି। ଏହି ଘଟଣାକୁ ନେଇ ଛାତ୍ରାବାସରେ ଶୋକର ଛାୟା ଖେଳି ଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଛାତ୍ର ଙ୍କ ଆତ୍ମହତ୍ୟାBody:ପୁରୀ ପେଣ୍ଠକଟା ରେ ଥିବା ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଛାତ୍ରାବାସ ରେ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ସମୁଦ୍ର କୁଳ ଥାନା ପୋଲିସ ସେଠାରେ ପହଂଚି ଛାତ୍ର ଙ୍କ ମୃତ ଦେହ ଜବତ କରିଛି। ଛାତ୍ର ଙ୍କ ଆତ୍ମହତ୍ୟା ପଛରେ ପ୍ରେମ କାରଣ ରହିଥିବା ପୋଲିସ ପ୍ରାଥମିକ ସୂଚନା ଦେଇଛି। ଆତ୍ମହତ୍ୟା କରିଥିବା 16 ବର୍ଷ ବୟସ୍କ ଛାତ୍ର ପ୍ରାକସାସ୍ତ୍ରୀ ରେ ଅଧ୍ୟୟନ କରୁଥିଲେ। ତାଂକ ଘର କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳ ରେ । ମିଳି ଥିବା ସୂଚନା ଅନୁଯାୟୀ ଜଣେ ଛାତ୍ରୀ ଙ୍କୁ ସେ ଭଲ ପାଉଥିଲେ। ଏହାକୁ ନେଇ କିଛି ଦିନ ତଳେ ବିବାଦ ହୋଇ ଥିଲା। ଛାତ୍ରୀ ଙ୍କ ପରିବାର ଲୋକେ ତାଙ୍କୁ ଗାଳି ଗୁଲଜ କରିଥିଲେ। ଏହାକୁ ନେଇ ସେ ଅବସାଦ ରେ ରହିଥିଲେ। ତେବେ ସେ ଏହି ଘଟଣା କୁ ନେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପଟେ ପୋଲିସ ତାଂକ ମୃତ୍ୟୁ ସଂପର୍କ ରେ ସହପାଠୀ ଙ୍କ ଠାରୁ ତଥ୍ୟ ସଂଗ୍ରହ କରୁଛି। ଏହି ଘଟଣା କୁ ନେଇ ଶୋକ ର ଛାୟା ଖେଳି ଯାଇଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.