ETV Bharat / state

ଆନନ୍ଦ ବଜାରରେ ଶୃଙ୍ଖଳା ନେଇ ବୈଠକ: ଚୂଡାନ୍ତ ହେଲାନି ମହାପ୍ରସାଦ ଦର ତାଲିକା

author img

By ETV Bharat Odisha Team

Published : Sep 14, 2023, 10:36 AM IST

ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ନେଇ ବୈଠକ ଅନୁଷ୍ଠିତ । ଚୂଡାନ୍ତ ହୋଇପାରିଲାନି ମହାପ୍ରସାଦ ଦର ତାଲିକା । ଅଧିକ ପଢନ୍ତୁ

ଆନନ୍ଦ ବଜାରରେ ଶୃଙ୍ଖଳା ନେଇ ବୈଠକ
ଆନନ୍ଦ ବଜାରରେ ଶୃଙ୍ଖଳା ନେଇ ବୈଠକ
ଆନନ୍ଦ ବଜାରରେ ଶୃଙ୍ଖଳା ନେଇ ବୈଠକ

ପୁରୀ: ଆନନ୍ଦ ବଜାରରେ ଶୃଙ୍ଖଳା ନେଇ ଶ୍ରୀମନ୍ଦିର ସ୍ଵତନ୍ତ୍ର ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ଶୃଙ୍ଖଳା କମିଟି ବୈଠକରେ ଗୁରୁତ୍ତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ତେବେ ବୈଠକରେ ଭକ୍ତଙ୍କ ପାଇଁ ଆନନ୍ଦ ବଜାରରେ ଲାଗିବାକୁ ଥିବା ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ ହୋଇନାହିଁ । ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ ନେଇ ମଧ୍ୟ କୌଣସି ନିଷ୍ପତ୍ତି ହୋଇନି ।

ଆନନ୍ଦ ବଜାରରେ ଅଣସୁଆରଙ୍କୁ ଚିହ୍ନଟ କରି ବାହାର କରିଦିଆଯାଇଛି । କେବଳ ସୁଆର ମହାସୁଆରଙ୍କୁ ସହାୟତା କରିବା ପାଇଁ ୨ ଜଣ ସହାୟକ ନିୟୋଜିତ ରହିବେ । ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ, ଆନନ୍ଦ ବଜାରରେ ସଫେଇ ଓ ସ୍ବଚ୍ଛତା ପ୍ରତି ଗୁରୁତ୍ଵ ଦେବା, ପଲିଥିନ କାଢି ଶେଡର ବ୍ୟବସ୍ଥା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ବୈଠକରେ ପ୍ରସ୍ତାବ ଦିଆଯାଇଛି । ଭଲ ଘିଅ ଅର୍ଥାତ୍ ଓମଫେଡ୍ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଆଲୋଚନା ହୋଇଛି । ଆନନ୍ଦ ବଜାରରେ ଥିବା ଦୁଇଟି ଖଜା ଦୋକାନ ଭାଙ୍ଗି ରାସ୍ତା ବ୍ୟବସ୍ଥା ହେବ । ଗଠିତ ହୋଇଥିବା କୋର୍ କମିଟି ନିଷ୍ପତ୍ତି ନେବା ପରେ ମୁଖ୍ୟ ପ୍ରଶାସକ ଏହାକୁ ଅନୁମୋଦନ କରିବେ ।

ଏହାମଧ୍ୟ ପଢନ୍ତୁ: ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ପ୍ରସଙ୍ଗ, କଂଗ୍ରେସର ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ

ସେହି ଆଧାରରେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ଅଣାଯାଇପାରିବ ବୋଲି ସୁଆର ମହାସୁଆର ନିଯୋଗର ସଭାପତି ଓ ସମ୍ପାଦକ କହିଛନ୍ତି । ବିଶେଷକରି ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ଅଣସୁପକାର ଓ ଅଣସେବାୟତଙ୍କ ଆନନ୍ଦ ବଜାର ପ୍ରବେଶ ଉପରେ ରୋକ ଲଗାଯାଇଛି । ଏହି ଶୃଙ୍ଖଳ କମିଟି ବୈଠକରେ ନୀତି ପ୍ରଶାସକ, ସୁଆର ମହାସୁଆର ନିଯୋଗ ଓ ପରିଚାଳନା କମିଟି ସେବାୟତ ସଦସ୍ୟଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଗତ କିଛି ଦିନ ତଳେ ଅବଢ଼ା ଦର ତାଲିକା ନେଇ ସୁଆର ମହାସୁଆର ନିଯୋଗ ପକ୍ଷରୁ ଏକ ଦର ତାଲିକା ପ୍ରଶାସନକୁ ଦିଆଯାଇଥିଲା । ହେଲେ ଏହା ଅଧିକ ଦର ଥିବାରୁ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା । ତେବେ ଏହି ଦର ତାଲିକା ଚୁଡାନ୍ତ ନୁହେଁ । ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହା ଉପରେ ଆଲୋଚନା ପରେ ଯାହା ନିଷ୍ପତ୍ତି ହେବ ବୋଲି ସୁଆର ମହାସୁଆର ନିଯୋଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.