ETV Bharat / state

ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ, ସ୍ନାନଯାତ୍ରା ଓ ରଥଯାତ୍ରା ନୀତି ଚୂଡ଼ାନ୍ତ

author img

By

Published : May 20, 2023, 10:21 PM IST

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିରର ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ସ୍ନାନଯାତ୍ରା, ରଥଯାତ୍ରା, ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଚୂଡାନ୍ତ କରିଛି ଛତିଶା ନିଯୋଗ । ଅଧିକ ପଢ଼ନ୍ତୁ

ଛତିଶା ନିଯୋଗ ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ନୀତି ଚୂଡ଼ାନ୍ତ

ପୁରୀ: ଶ୍ରୀମନ୍ଦିରର ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ସ୍ନାନଯାତ୍ରା, ରଥଯାତ୍ରା, ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଚୂଡାନ୍ତ କରିଛି ଛତିଶା ନିଯୋଗ । ଶୃଙ୍ଖଳିତ ନୀତିକାନ୍ତି ସହ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା କିଭଳି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ଛତିଶା ନିଯୋଗ ସେବାୟତ ସଦସ୍ୟଙ୍କ ସହଯୋଗ ଲୋଡିଛି ଶ୍ରୀମନ୍ଦିର ପ୍ରଶାସନ ।

ଆସନ୍ତା ୪ ତାରିଖରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ବିଶେଷ ନୀତିକାନ୍ତି ଥିବାରୁ ଏହାକୁ କିଭଳି ଶୃଙ୍ଖଳିତ ଭାବେ ପରିଚାଳନା କରାଯିବ ସେନେଇ ବୈଠକରେ ବିଶେଷ ଗୁରୁତ୍ବ ଦିଆଯାଇଛି । ତେବେ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ରଥଯାତ୍ରା ପୂର୍ବରୁ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ଭକ୍ତମାନଙ୍କୁ କେବଳ ସିଂହଦ୍ଵାରରେ ପ୍ରବେଶ ଅନୁମତି ଥିବାରୁ ଭକ୍ତ ଓ ସହରବାସୀ କଲବଲ ହେଉଛନ୍ତି । ତେଣୁ ଭକ୍ତମାନଙ୍କୁ ଚାରିଦ୍ଵାରରେ ପ୍ରବେଶ ପାଇଁ ଅନୁମତି ମିଳୁ ବୋଲି ବୈଠକରେ ଦାବି ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିବା ପରେ ଏନେଇ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ସେପଟେ ଖୁବଶୀଘ୍ର ଭକ୍ତମାନଙ୍କୁ ଚାରିଦ୍ଵାରରେ ପ୍ରବେଶ ଅନୁମତି ଦିଆଯାଉ ବୋଲି ଦାବି କରିଛନ୍ତି ସେବାୟତ । ଆସନ୍ତା ସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସେବାୟତ ।

ସେପଟେ ଦର୍ଶନ ନାଁରେ ଖୁଲମଖୁଲା ଭକ୍ତଙ୍କଠାରୁ ଶ୍ରୀମନ୍ଦିର କର୍ମଚାରୀ ହଜାର ହଜାର ଟଙ୍କା ଆଦାୟ କରୁଥିବା ସାଙ୍ଘାତିକ ଅଭିଯୋଗ କରିଛନ୍ତି ବରିଷ୍ଠ ସେବାୟତ ଦାମୋଦର ମହାସୁଆର । ଶ୍ରୀମନ୍ଦିରର କିଛି ଅସାଧୁ କର୍ମଚାରୀ କିଛି ଭକ୍ତଙ୍କଠାରୁ ଟଙ୍କା ନେଇ ଘଣ୍ଟି ଦ୍ବାର ପଟେ ଦର୍ଶନ ପାଇଁ ପ୍ରବେଶ କରାଉଥିବା ସେ ଅଭିଯୋଗ ଆଣିଛନ୍ତି । କେତେକ ଶ୍ରୀମନ୍ଦିର କର୍ମଚାରୀ ପ୍ରତିଦିନ ବଡ ଅଫିସର୍, ବ୍ୟବସାୟୀଙ୍କ ପରିବାର ଲୋକଙ୍କୁ ଅଲଗା ଲାଇନରେ ନେଇ ଦର୍ଶନ କରାଇ ସେମାନଙ୍କ ଗୁଡବୁକ୍‌ରେ ରହିଛନ୍ତି । ଫଳରେ ଶ୍ରୀମନ୍ଦିର ଭିତରେ ଦର୍ଶନ ନାଁରେ ଖୁଲମଖୁଲା ଟଙ୍କା ଆଦାୟ ହେଉଥିବା ବେଳେ ବଡ ବଡିଆ ଲୋକଙ୍କ ସମର୍ଥନ ଥିବାରୁ ସମସ୍ତେ ସବୁ ଜାଣି ଚୁପ୍ ରହୁଥିବା ସେବାୟତ ଦାମୋଦର ମହାସୁଆର ଛତିଶା ନିଯୋଗ ବୈଠକରେ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିର ସିଂହଦ୍ବାର ଭଳି ଅନ୍ୟ ତିନି ଦ୍ଵାର ତୁରନ୍ତ ଭକ୍ତଙ୍କ ପାଇଁ ଖୋଲିବାକୁ ସେ ଦାବି କରିଛନ୍ତି ।

ତେବେ କେବଳ ସିଂହଦ୍ଵାର ଦେଇ ପ୍ରବେଶ ଅନୁମତି ଯୋଗୁଁ ଅଯଥା ଭିଡ଼ ହେଉଛି । ଫଳରେ ବଡଦାଣ୍ଡରେ ଲମ୍ବା ଲାଇନ୍ ହେଉଥିବା ବେଳେ ପ୍ରବଳ ଖରା, ଗୁଳୁଗୁଳିରେ ଭକ୍ତ କଲବଲ ହେଉଛନ୍ତି । ବିଶେଷ କରି ଛୋଟ ପିଲା, ବୟସ୍କ ବ୍ୟକ୍ତି, ମହିଳା ମାନେ ଅକଥନୀୟ କଷ୍ଟ ଭୋଗୁଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସି ବଡଦାଣ୍ଡରେ କାନ୍ଦୁଛନ୍ତି । ଏଣୁ ତୁରନ୍ତ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଇ ଶ୍ରୀମନ୍ଦିରର ସମସ୍ତ ଦ୍ଵାର ଖୋଲିବାକୁ ଛତିଶା ନିଯୋଗ ବୈଠକରେ ଦାବି କରିଛନ୍ତି ବରିଷ୍ଠ ସେବାୟତ ଦାମୋଦର ମହାସୁଆର । ସେହିପରି ଆନନ୍ଦ ବଜାରରେ ବାହାର ବ୍ୟକ୍ତି ପଶି ଅବଢ଼ା ବିକ୍ରି ନାଁରେ ଭକ୍ତଙ୍କୁ ଶୋଷଣ କରୁଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି । ଏପରିକି ଭକ୍ତଙ୍କୁ ଦୁର୍ବ୍ୟବହାର ମଧ୍ୟ ହେଉଛି । ଏହା ବିରୋଧରେ କଡ଼ା ପଦକ୍ଷେପ ନେବାକୁ ବାରମ୍ବାର ଦାବି ହେଉଥିବା ବେଳେ ପ୍ରଶାସନ କାହା ଚାପରେ ପଦକ୍ଷେପ ନେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.