ETV Bharat / state

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, 5 ଘଣ୍ଟା ଦର୍ଶନ ବନ୍ଦ

ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ନିଯୋଗ ମଧ୍ୟରେ ଥିବା ବିବାଦର ଘଟିଲା ଅନ୍ତ । ଦୀର୍ଘ ଦେଢ ମାସ ପରେ ଆଜି ହେବ ମହାପ୍ରଭୁଙ୍କ ବନକ ଲାଗି ନୀତି । ଅଧିକ ପଢନ୍ତୁ

author img

By

Published : Aug 8, 2023, 5:17 PM IST

Updated : Aug 9, 2023, 10:11 AM IST

Etv Bharat
Etv Bharat
ଦ୍ବିତୀୟ ଭୋଗମଣ୍ଡପ ନୀତି ପରେ ହେବ ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ: ବନକଲାଗି ନୀତିକୁ ନେଇ ଚାଲିଥିବା ସମସ୍ତ ବାଦ ବିବାଦ ଏବଂ ଅଚଳାବସ୍ଥାର ଅନ୍ତ ଘଟିଛି । ଆଜି (୯ ତାରିଖ) ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବନକଲାଗି ନୀତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ କରାଯାଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ମହାପ୍ରଭୁଙ୍କ ଦ୍ବିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏଁ ପ୍ରାୟ ୫ଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ।

ତେବେ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସେପଟେ ଦତ୍ତମହାପାତ୍ର ନିଯୋଗର କହିବାକଥା ସବୁ ବାଦବିବାଦକୁ ପଛରେ ଛାଡ଼ି ମହାପ୍ରଭୁଙ୍କ ସେବା ନୀତି ହେଉଛି ସେବାୟତଙ୍କର ପ୍ରମୁଖ କାର୍ଯ୍ୟ । ସ୍ଵତ୍ତ୍ଵଲିପି ଅନୁଯାୟୀ ଉଭୟ ବୁଧବାର ଏବଂ ଗୁରୁବାର ବନକଲାଗି ନୀତି ନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବା ପରେ ସବୁ ବିବାଦର‌ ଅବସାନ ଘଟିଛି । ଏଣୁ କୋଟି ଓଡିଆଙ୍କ ମଉଡମଣୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବନକଲାଗି ନୀତି ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ନିର୍ଦ୍ଧାରିତ ସମୟରେ କରାଯିବ ବୋଲି କହିଛନ୍ତି ଦତ୍ତମହାପାତ୍ର ସେବାୟତ ।

ଏହା ବି ପଢନ୍ତୁ- ତୁଟିଲା ବିବାଦ: ଆସନ୍ତାକାଲି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ରୁ ସାଧାରଣ ଦର୍ଶନ ବନ୍ଦ

ରଥଯାତ୍ରା ସମୟରେ ହେରାପଞ୍ଚମୀ ପୂର୍ବ ଦିନ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଶେଷଥର ପାଇଁ ବନକଲାଗି ନୀତି ହୋଇଥିଲା । ଗତ ନିଳାଦ୍ରୀ ବିଜେ ପରେ ଶ୍ରୀମନ୍ଦିର ସ୍ଵତ୍ଵଲିପିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ଦତ୍ତମହାପାତ୍ର ନିଯୋଗ ମଧ୍ୟରେ ବିବାଦ ଉପୁଜିଥିଲା । ଯାହା ଫଳରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଆଉ ଅନୁଷ୍ଠିତ ହୋଇପାରିନଥିଲା । ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁଯାୟୀ ବୁଧବାର ଅବା ଗୁରୁବାର ବନକଲାଗି ନୀତି ହେବା ନେଇ ଉଲ୍ଲେଖ ଥିବାରୁ ଗୁରୁବାର ଦିନ ମଧ୍ୟ ବନକଲାଗି ନୀତି କରିବା ନେଇ ଅଡ଼ି ବସିଥିଲା ଦତ୍ତମହାପାତ୍ର ନିଯୋଗ।

ସେପଟେ ୨୦୧୮ରେ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ କେବଳ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି କରିବା ନେଇ ପ୍ରଶାସନ ମଧ୍ୟ ଅଡ଼ି ବସିଥିଲା । ଏହି ସମସ୍ୟାର ସମାଧାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ବରିଷ୍ଠ ସେବାୟତଙ୍କ ମଧ୍ୟରେ ଏକାଧିକ ଥର ବୈଠକ କରାଯାଇ ବୁଧବାର ନହେଲେ ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି ହେବା ନେଇ ନିଷ୍ପତ୍ତି ହୋଇଥିଲା । କେତେକ ବିଶେଷ ପରିସ୍ଥିତିରେ ବୁଧବାର ବନକଲାଗି ନୀତି ନହୋଇ ପାରିଲେ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ପରଦିନ ଗୁରୁବାର ଏହି ନୀତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେବା ପରେ ଏହି ବିବାଦର ଅନ୍ତ ଘଟିଥିଲା ।

ତେବେ ଆଜି ବନକଲାଗି ନୀତି ପାଇଁ ସମସ୍ତ ସାମଗ୍ରୀ ଦତ୍ତମହାପାତ୍ର ନିଯୋଗକୁ ଯୋଗାଇ ଦିଆଯାଇଛି ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ସୂଚନା ଦେଇଛନ୍ତି । ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ପରେ ଅର୍ଥାତ୍ ଦୀର୍ଘ ଦେଢ଼ ମାସ ବିତିବାକୁ ବସିଥିବାବେଳେ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରିନାହିଁ । ଫଳରେ ମହାପ୍ରଭୁଙ୍କ ଶ୍ରୀମୁଖ ମଳିନ ପଡ଼ିଯାଇଥିବାରୁ ଭକ୍ତଙ୍କ ହୃଦୟକୁ ଗଭୀର ଆଘାତ ଲାଗିଥିବା ବେଳେ ତୀବ୍ର ଅସନ୍ତୋଷ ପ୍ରକାଶ ମଧ୍ୟ ପାଇଥିଲା । ତେବେ ଭକ୍ତଙ୍କ ଉଦବେଗ ଏବଂ ଆବେଗକୁ ବୁଝି ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ନିଯୋଗ ନିଜ ଜିଦରୁ ଓହରି ମହାପ୍ରଭୁଙ୍କ ବନକଲାଗି ନୀତି ନେଇ ପ୍ରସ୍ତୁତି ଆରମ୍ଭ କରିଥିବାରୁ ଏହାକୁ ନେଇ ସବୁ ମହଲରେ ସ୍ବାଗତ କରାଯାଇଛି।

ଇଟିଭି ଭାରତ, ପୁରୀ

Last Updated : Aug 9, 2023, 10:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.