ETV Bharat / state

ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ସ୍ଥିତି ସମୀକ୍ଷା କଲେ ପରିବହନ ମନ୍ତ୍ରୀ - ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ସ୍ଥିତି ସମୀକ୍ଷା

ପୁରୀରେ ହେବାକୁ ଥିବା ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦରର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଅଧିକ ପଢନ୍ତୁ

ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦରର କାର୍ଯ୍ୟ ସମୀକ୍ଷା

author img

By

Published : Aug 16, 2023, 5:39 PM IST

ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦରର କାର୍ଯ୍ୟ ସମୀକ୍ଷା

ପୁରୀ: ପୁରୀରେ ହେବାକୁ ଥିବା ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦରର କାର୍ଯ୍ୟ ସମୀକ୍ଷା କରିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଆଜି ପୁରୀ ଗସ୍ତରେ ଆସି ମନ୍ତ୍ରୀ ବିମାନ ବନ୍ଦର ନିର୍ମାଣ ହେଉଥିବା ସ୍ଥଳକୁ ଯାଇ କାର୍ଯ୍ୟର ଅଗ୍ରଗତି ଦେଖିଛନ୍ତି । ତେବେ ବିମାନ ବନ୍ଦର ପାଇଁ ଚାଲିଥିବା ପ୍ରାଥମିକ କାର୍ଯ୍ୟ ନେଇ ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ବିମାନ ବନ୍ଦର ପାଇଁ ପାଚେରୀ ନିର୍ମାଣ ସରିଥିବା ବେଳେ ଜମି ଅଧି ଗ୍ରହଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ପୁରୀ ସଦର ସିପସରୁବାଲି ମୌଜାରେ ହେଉଥିବା ବିମାନ ବନ୍ଦର ପୁରୀ ସହରର ଅତି ନିକଟ ସ୍ଥାନ । ଭକ୍ତ ଓ ପର୍ଯ୍ୟଟକମାନେ ବିମାନ ବନ୍ଦରରେ ଓହ୍ଲେଇ ଖୁବ ଶିଘ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ପହଞ୍ଚି ପାରିବେ । ପୁରୀକୁ ପର୍ଯ୍ୟଟନର ପେଣ୍ଠସ୍ଥଳ କରିବା ପାଇଁ ସରକାର ବିଭିନ୍ନ ଉନ୍ନତିମୂଳକ ପଦକ୍ଷପ ଗ୍ରହଣ କରୁଥିବା ପରିବହନ ମନ୍ତ୍ରୀ କହିଛନ୍ତି ।

ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ‘‘ଜଗନ୍ନାଥ ଧାମ ପୁରୀକୁ ସାରା ବିଶ୍ଵରେ ଆହୁରି ପ୍ରସିଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେଷ୍ଟା ଆରମ୍ଭ କରିଛନ୍ତି । ପୁରୀ ସହରରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କୁ ସବୁ ସହଯୋଗ ରଜ୍ୟ ସରକାର ଯୋଗାଇ ଦେଇଛନ୍ତି । କେନ୍ଦ୍ରକୁ ମଧ୍ୟ ଚିଠି ଦ୍ୱାରା ସବୁ କିଛି ଅବଗତ କରାଯାଇଛି । ଖୁବ୍ ଶୀଘ୍ର ଯେଭଳି ବିମାନ ବନ୍ଦର କାର୍ଯ୍ୟ ଆରମ୍ଭ ହୋଇ ପ୍ରକଳ୍ପ ଶେଷ ହେବ ସେ ନେଇ କେନ୍ଦ୍ରକୁ ଅନୁରୋଧ କରାଯାଇଛି । ପୁରୀ ସଦର ଗୀରଳ ଛକ ନିକଟ ସିପସରୁବାଲି ମୌଜାରେ ପ୍ରାୟ 12 ସହ ଏକର ଜମିରେ ଏହି ଗ୍ରୀନ ଫିଲ୍ଡ ବିମାନ ବନ୍ଦର ପାଇଁ ଯୋଜନା କରାଯାଇଛି । ପର୍ଯ୍ୟଟନ ବୃଦ୍ଧି ପାଇବା ସହ ଲୋକଙ୍କ ବ୍ୟବସାୟ ମଧ୍ୟ ବୃଦ୍ଧି ପାଇବ । ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଆହୁରୀ ଅଗ୍ରୀମ ହେବ ।’’

ଅଧିକ ପଢନ୍ତୁ: ଓଡିଶା କଳା ଦେଖିଲା ଆମେରିକା, ନ୍ୟୁୟର୍କରେ କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରର ପ୍ରତିକୃତି ଉନ୍ମୋଚିତ

ସେ ଅହୁରୀ ମଧ୍ୟ କହିଛନ୍ତି, ‘‘ବିଶ୍ବ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଏବଂ ପୁରୀର କୋଣାର୍କ ମନ୍ଦିର ଦର୍ଶନ କରିବା ପାଇଁ ଦେଶବିଦେଶରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ତେବେ ଭକ୍ତଙ୍କ ଯାତ୍ରାପାଇଁ ମାର୍ଗ ଆହୁରୀ ସୁଗମ କରିବା ପାଇଁ ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର କାର୍ଯ୍ୟକୁ ଦୃତଗତିରେ କରାଯାଉଛି ।’’

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.