ETV Bharat / state

ଜମିବାଡି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ, ଅନେକ ଆହତ

ଜମିବାଡି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘବଦ୍ଧ ଆକ୍ରମଣ । ଅନେକ ଆହତ । ଅଧିକ ପଢନ୍ତୁ

ଜମିବାଡି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ, ଅନେକ ଆହତ
ଜମିବାଡି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ, ଅନେକ ଆହତ
author img

By

Published : Jul 24, 2022, 8:53 AM IST

ପୁରୀ: ଜମିବାଡି ବିବାଦକୁ କେନ୍ଦ୍ର କରି ତୁମୁଳକାଣ୍ଡ । ଦୁଇ ପରିବାର ମଧ୍ୟରେ ସଂଘବଦ୍ଧ ଆକ୍ରମଣରେ ଅନେକ ଆହତ । ପୁରୀ ଜିଲ୍ଲା ଗୋପ ବ୍ଲକ ନୂଆ ଖୋଲମରା ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି । ଗାଁର ଅବଧାନ ସାହିରେ ଜମିବାଡିକୁ ନେଇ ଅଲେଖ ନାୟକଙ୍କ ପରିବାର ପ୍ରକାଶ କୁମାର ନାୟକଙ୍କ ପାରିବାର ସଦସ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି । ଏଥିରେ ଅଲେଖ ଆହତ ହୋଇଥିବା ବେଳେ ତାଙ୍କ ମାଆଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଜମିବାଡି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ

ଏନେଇ ପୀଡିତ ପରିବାର ପକ୍ଷରୁ ଗୋପ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ରାଜନୈତିକ ଚାପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଏପରିକି ଆକ୍ରମଣ କରିଥିବା ଅଲେଖଙ୍କ ପରିବାର ଲୋକ ପ୍ରକାଶ ନାୟକଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବାରୁ ସେମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଯଦି ପୋଲିସ୍ ପ୍ରଶାସନ ନ୍ୟାୟ ନ ଦିଏ ତେବେ ପରିବାର ଲୋକେ ପୁରୀ ଏସପି ଅଫିସ ଆଗରେ ଧାରଣା ଦେବେ ବୋଲି ପ୍ରକାଶ ନାୟକ ପ୍ରକାଶ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.