ETV Bharat / state

ଅଣସରରେ ଶ୍ରୀଜିଉ, ଦର୍ଶନ ଦେଲେ ଅଲାରନାଥ

ଅଣସର ଘରେ ମହାପ୍ରଭୁ । ଅଲାରନାଥରେ ଆଜି ଭୋର ନୀତିକାନ୍ତି ସମ୍ପନ୍ନ । ଅଧିକ ପଢନ୍ତୁ...

author img

By

Published : Jun 25, 2021, 7:31 AM IST

Updated : Jun 25, 2021, 2:06 PM IST

ଅଣସରରେ ଶ୍ରୀଜିଉ, ଦର୍ଶନ ଦେଲେ ଅଲାରନାଥ
ଅନବସରର ପ୍ରଥମ ଦିନରେ ଅଲାରନାଥଙ୍କ ଦର୍ଶନ

ବ୍ରହ୍ମଗିରି: ସ୍ନାନ କରି ଜ୍ବରରେ ପୀଡିତ ଚତୁର୍ଦ୍ଧାମୂର୍ତ୍ତି । ଆଜିଠୁ 15 ଦିନ ଧରି ଅଣସର ଘରେ ରହିବେ ମହାପ୍ରଭୁ । ପ୍ରଥମ ଦିନରେ ରାତି ଚାରିଟାରୁ ଅଲାରନାଥଙ୍କ ଦୁଆର ଫିଟା ଯାଇ ମଙ୍ଗଳା ଆଳତୀ, ଅବକାଶ, ମଇଲମ ନୀତି ପରେ ଚନ୍ଦନ ତୁଳସୀ ଲାଗି ନୀତି ବଢିଛି ।

ଅଣସରରେ ଶ୍ରୀଜିଉ, ଦର୍ଶନ ଦେଲେ ଅଲାରନାଥ

କୋରୋନା କଟକଣା କାରଣରୁ ଭକ୍ତଙ୍କ ପାଇଁ 144 ଧାରା ମନ୍ଦିର ଚାରି ପାଖରେ ଲାଗୁ ହୋଇ ଥିବାବେଳେ କେବଳ ସୀମିତ ସେବାୟତଙ୍କୁ ନେଇ ନୀତିକାନ୍ତି ଚାଲିଛି । ସେହିପରି ଗତକାଲି(ଗୁରୁବାର) ସ୍ନାନଯାତ୍ରାରେ ବିନାଭକ୍ତରେ ସ୍ନାନ କରିଛନ୍ତି 3 ଭାଇ ଭଉଣୀ । ପ୍ରଥା ଅନୁଯାୟୀ ମହାପ୍ରଭୁ ଅଣସର ଘରେ ରହିବା ସମୟରେ ଅଲାରନାଥରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ମାତ୍ର ଗତ 2 ବର୍ଷ ହେବ ଶ୍ରୀମନ୍ଦିରରେ ମଧ୍ୟ ଭଗବାନଙ୍କ ଦର୍ଶନ ବନ୍ଦ ରହିଛି । ଏଥିପାଇଁ ଅଲାରନାଥରେ ମଧ୍ୟ ଭକ୍ତଶୂନ୍ୟ ପରିବେଶ ସୃଷ୍ଟି ହୋଇଛି । କେବଳ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ନୀତିକାନ୍ତି କରାଯାଉଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Jun 25, 2021, 2:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.