ETV Bharat / state

ଆରମ୍ଭ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟ, ସରିଲା ଗୁଆଟେକା ପରମ୍ପରା

author img

By

Published : Nov 21, 2021, 12:05 PM IST

ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟ ଶୁଭାରମ୍ଭ ନେଇ ଅନୁଷ୍ଠିତ ହେଲା ଗୁଆଟେକା ପରମ୍ପରା । ଅଧିକ ପଢନ୍ତୁ

ଆରମ୍ଭ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟ, ସରିଲା ଗୁଆଟେକା ପରମ୍ପରା
ଆରମ୍ଭ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟ, ସରିଲା ଗୁଆଟେକା ପରମ୍ପରା

ପୁରୀ: ଶ୍ରୀମନ୍ଦିରରେ ଆଜି(ରବିବାର) ଗୁଆଟେକା ପରମ୍ପରା ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟ ଶୁଭାରମ୍ଭ ନେଇ ଏହି ପରମ୍ପରା ପାଳନ ହୋଇଛି । ପରିକ୍ରମା ମାର୍ଗ ନିର୍ମାଣ ଭିତ୍ତିପ୍ରସ୍ଥର ସ୍ଥାପନ ପାଇଁ ଆସନ୍ତାକାଲି ଠୁ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯିବ । ଏଥିପାଇଁ ଯଜ୍ଞ ମଣ୍ଡପ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୩ ଦିନ ଧରି ଯଜ୍ଞ କରାଯିବ ଏବଂ ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଜ୍ଞ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ଯୋଗ ଦେବେ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବାକୁ ଥିବାରୁ ଏବେଠୁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏହି ଯଜ୍ଞ ଓ ପୂଜାର୍ଚ୍ଚନା ପାଇଁ ଗଜପତି ଦିବ୍ୟସିଂହ ଦେବଙ୍କ ଦ୍ଵାରା ଆଜି ଶ୍ରୀନହର ଗୁଆଟେକା ନୀତି ଅନୁଷ୍ଠିତ ହୋଇଛି । ରାଜଗୁରୁ, ଶ୍ରୋତ୍ରୀୟ ବ୍ରାହ୍ମଣ, ଜିଲ୍ଲାପାଳ, ଶ୍ରୀମନ୍ଦିର ନୀତି ପ୍ରଶାସକ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ।

ଆଜି ଅଧିବାସ ପରେ ଯଜ୍ଞସ୍ଥଳରେ ଅଙ୍କୁରାରୋପଣ ଅନୁଷ୍ଠିତ ହେବ । ଆସନ୍ତାକାଲି ଠାରୁ ଯଜ୍ଞ ଅନୁଷ୍ଠିତ ହେବାକୁ ଥିବାବେଳେ ୨୪ ତାରିଖ ସକାଳ 10ଟା 12 ଘଟିକାରୁ 10ଟା 20 ମିନିଟ୍ ମଧ୍ୟରେ ଶୁଭ ମହୁର୍ତ୍ତରେ ଗଜପତି ମହାରାଜା ଶିଳାନ୍ୟାସ କରିବେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବା ସହ ଯଜ୍ଞର ପୂର୍ଣ୍ଣାହୂତିରେ ଯୋଗ ଦେବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.