ETV Bharat / state

ରବିବାର ଠୁ କାର୍ତ୍ତିକ ବ୍ରତ, ଶ୍ରୀମନ୍ଦିର ପରିକ୍ରମା ଓ ପତିତପାବନ ଦର୍ଶନ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା - ପୁରୀ ଜିଲ୍ଲା ପ୍ରଶାସନ

ରବିବାର ଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ। ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ନେଇ କଟକଣା ଥିବା ବେଳେ ଶ୍ରୀମନ୍ଦିର ପରିକ୍ରମା ଓ ପତିତପାବନ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ପୁରୀ ଜିଲ୍ଲା ପ୍ରଶାସନ। ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ଓ ପତିତପାବନ ଦର୍ଶନ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା

author img

By

Published : Oct 31, 2020, 5:51 PM IST

ପୁରୀ: ରବିବାର ଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ। ଏଥିପାଇଁ ଶ୍ରୀକ୍ଷେତ୍ରରେ କିଛି ଭକ୍ତ ପହଞ୍ଚି ସାରିଲେଣି। ଏକ ମାସ ଧରି ଏହି ଭକ୍ତମାନେ ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ କରିବେ। ତେବେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ନେଇ କଟକଣା ଥିବା ବେଳେ ଶ୍ରୀମନ୍ଦିର ପରିକ୍ରମା ଓ ପତିତପାବନ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ପୁରୀ ଜିଲ୍ଲା ପ୍ରଶାସନ।

ମଙ୍ଗୁ ମଠରୁ ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ଆଡକୁ ଯିବା ନେଇ କାକୁଡି ଖାଇ ଛକ ପର୍ଯ୍ୟନ୍ତ ସ୍ବତନ୍ତ୍ର ବ୍ୟାରିକେଡ ଦିଆଯାଇ ରାସ୍ତା କରାଯାଇଛି। ଫଳରେ ଶ୍ରୀମନ୍ଦିର ସମୁଖ ପତିତପାବନ ଦର୍ଶନ ଓ ଶ୍ରୀମନ୍ଦିର ପରିକ୍ରମାରେ କୌଣସି ଭକ୍ତଙ୍କ ଅସୁବିଧା ଉପୁଯିବ ନାହିଁ।

ଶ୍ରୀମନ୍ଦିର ପରିକ୍ରମା ଓ ପତିତପାବନ ଦର୍ଶନ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା

କିନ୍ତୁ ଏହି ବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି ଭକ୍ତ। ଦୀର୍ଘ 7 ମାସ ହେବ ମହାପ୍ରଭୁଙ୍କ ଦର୍ଶନ ମିଳି ନଥିବା ବେଳେ ଅରୁଣ ସ୍ତମ୍ଭ ନିକଟରେ ଦୀପ ଜାଳି କାର୍ତ୍ତିକ ବ୍ରତ ପାଳନ ନେଇ ଅନେକ ଆଶା ରଖିଥିଲେ।

ହେଲେ ପ୍ରଶାସନ ଏହି ବ୍ୟବସ୍ଥା କରିନାହିଁ। ମଙ୍ଗୁ ମଠ ନିକଟରେ ବ୍ୟାରିକେଡ ହୋଇଥିବା ହେତୁ ପତିତପାବନଙ୍କ ଶ୍ରୀମୁଖ ଭଲରେ ଦିଶୁନାହିଁ। ଏଣୁ କାର୍ତ୍ତିକ ବ୍ରତ ଧାରୀଙ୍କୁ ଅରୁଣ ସ୍ତମ୍ଭ ଯାଏ ପୂଜାର୍ଚ୍ଚନା ନିମନ୍ତେ ଛାଡିବାକୁ ଭକ୍ତ ମତ ଦେଇଛନ୍ତି।

ସେହିପରି ନାଗାର୍ଜୁନ ବେଶରୁ ଭକ୍ତଙ୍କ ଦର୍ଶନ କଟକଣା ହେତୁ ନିରାଶ ହୋଇଛନ୍ତି କାର୍ତ୍ତିକ ବ୍ରତଧାରୀ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.