ପୁରୀ: ସୂର୍ଯ୍ୟପରାଗରେ ହେତୁବାଦି ସମାଜ ଚିକେନ ବିରିୟାନୀ ଖାଇବା ଓ ବାଣ୍ଟିବା ପ୍ରସଙ୍ଗ (Hetubadi ( rationalists) ate chicken Biryani during Solar Eclipse) । ଓଡି଼ଶା ବ୍ରାହ୍ମଣ ସମାଜ ଦକ୍ଷିଣ ଦ୍ଵାର ପୁରୀ ପକ୍ଷରୁ ସିଂହଦ୍ଵାର ଥାନାରେ ଦିଆଯାଇଥିବା ଏତଲାକୁ ଗ୍ରହଣ କଲା ପୋଲିସ । ହେତୁବାଦୀ ସମାଜକୁ ନୋଟିସ ଦିଆଯିବା ସହ ଘଟଣାର ତଦନ୍ତ କରାଯିବ । ଏନେଇ ସୂଚନା ଦେଲେ ସିଟି ଡିଏସପି କେକେ ହରିପ୍ରସାଦ।
ସୂର୍ଯ୍ୟପରାଗ ଦିନ ଚିକେନ ବିରିୟାନୀ ଖାଇବା ଘଟଣାରେ ପୁରୀ ଟାଉନ ଥାନାରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ପୁରୀ ଟାଉନଥାନାରେ ଏତାଲା ମଧ୍ୟ ଦିଆଯାଇଛି । ପାକତ୍ୟାଗ ସମୟରେ ଭୁବନେଶ୍ବର ରାଜରାସ୍ତାରେ ହେତୁବାଦୀ ମାନେ ଆମିଷ ଭୋଜନ କରିବା ସହ ସନାତନ ଧର୍ମକୁ ଅପମାନ ଦେବା, ବ୍ରାହ୍ମଣ ମାନଙ୍କୁ ଗାଳି କରିବା, ସଂସ୍କୃତି ପରମ୍ପରାକୁ କଳୁଷିତ କରିବା ଓ କୋଟିକୋଟି ହିନ୍ଦୁଙ୍କ ଭାବାବେଗ ସହ କୁଠାରଘାତ କରିଥିବାରୁ ଏତାଲା ଦେଇଛି ଅଖିଳ ଭାରତୀୟ ହିନ୍ଦୁ ମହାସଭା । ତୁରନ୍ତ ହେତୁବାଦୀ ସଙ୍ଗଠନର ସଦସ୍ୟ ପ୍ରତାପ କେ.ରଥଙ୍କୁ ଗିରଫ କରିବା ପାଇଁ ମହାସଭାର ରାଜ୍ୟ ଉପସଭାପତି ସୂର୍ଯ୍ୟ ରଥ ଦାବି କରିଛନ୍ତି ।
ଏହା ବି ପଢନ୍ତୁ- ସୂର୍ଯ୍ୟପରାଗରେ ଚିକେନ ବିରିୟାନୀ ବଣ୍ଟନ, ହେତୁବାଦୀଙ୍କ ନାଁରେ ଏତଲା
ଆଇନ ଅନୁଯାୟୀ ଘଟଣାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ ନେଇ ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ପୁରୀ ଅତିରିକ୍ତ ଏସପି ମିହିର ପଣ୍ଡା କହିଛନ୍ତି ଯେ ପୁରୀ ସିଂହଦ୍ଵାର ଥାନାରେ ଓଡି଼ଶା ବ୍ରାହ୍ମଣ ସମାଜ ଓ ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ପୁରୀ ଟାଉନ ଥାନାରେ ଏତଲା ଦିଆଯାଇଛି । ହିନ୍ଦୁ ଧର୍ମ ବିଦ୍ରୁପ କରିବା, ଅପମାନ କରିବା ନେଇ ହେତୁବାଦି ସମାଜ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରାଯାଇଛି ।
ସେପଟେ ଏହି ପ୍ରସଙ୍ଗରେ ଗୁରୁବାର ହେତୁବାଦୀ ସଙ୍ଗଠନ ବିରୋଧରେ କଟକ ମର୍କତନଗର ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା । ଜଗନ୍ନାଥ ଚାରଣ ଗୋଷ୍ଠୀ ଓ ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ ପକ୍ଷରୁ ମର୍କତନଗର ଥାନାରେ ଏତଲା ଦିଆଯାଇଥିଲା । ହେତୁଵାଦୀ ସଙ୍ଗଠନର ଦେଵେନ୍ଦ୍ର ସୁତାର ଓ ପ୍ରତାପ ରଥଙ୍କ ଵିରୋଧରେ ମଧ୍ୟ ଥାନାରେ ଏତଲା ଦିଆଯାଇଛି ।
ଏହା ବି ପଢନ୍ତୁ-ସୂର୍ଯ୍ୟପରାଗରେ ଚିକେନ ବିରିୟାନୀ ପ୍ରସଙ୍ଗ, ଉଦବେଗ ପ୍ରକାଶ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ
ଏତଲାକାରୀଙ୍କ ଅଭିଯୋଗ ଅନୁସାରେ ପରାଗରେ ଚିକେନ ଵିରିୟାନୀ ଖାଇଲେ ଵା ଖୁଆଇଲେ କୌଣସି ସମସ୍ୟା ନାହିଁ । କିନ୍ତୁ ଏହାକୁ ନେଇ ଧର୍ମ, ଜାତିକୁ ଆକ୍ଷେପ କରିବା ନିନ୍ଦନୀୟ । ତେଣୁ ସମ୍ପୃକ୍ତ ସଙ୍ଗଠନ ଓ ଵ୍ୟକ୍ତି ଵିଶେଷଙ୍କ ଵିରୋଧରେ କାର୍ଯ୍ୟାନୁଷ୍ଠାନ ଓ ସେମାନେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ପାଇଁ ଦାବି କରିଛନ୍ତି ଜଗନ୍ନାଥ ଚାରଣ ଗୋଷ୍ଠୀ ଓ ଅନ୍ୟ ହିନ୍ଦୁଵାଦୀ ସଙ୍ଗଠନ । ସୂଚନା ଥାଉ କି ଗତ ମଙ୍ଗଳବାର ଚଳିତ ବର୍ଷର ଦ୍ବିତୀୟ ତଥା ଶେଷ ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଥିଲା । ଏଥିପାଇଁ ଭୋର ୪ଟା ୫୭ରୁ ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଥିଲା । ଏହି ସମୟରେ ଖାଦ୍ୟ ଖାଇବା ଉଚିତ ନୁହେଁ ବୋଲି ହିନ୍ଦୁ ଧର୍ମରେ ବିଶ୍ବାସ ରହିଥିବା ବେଳେ ଏହାକୁ ଅନ୍ଧବିଶ୍ବାସ ମାନୁଛନ୍ତି ହେତୁବାଦୀ ।
ଫଳରେ ସେମାନେ ପରାଗ ସମୟରେ ଚିକେନ ବିରିୟାନୀ ଖାଇଥିଲେ । ହେତୁବାଦୀଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି । ସାଧାରଣତଃ ପରାଗ ସମୟରେ ରୋଷେଇ କରିବା ଓ ରନ୍ଧା ଖାଦ୍ୟ ଖାଇବାକୁ ବାରଣ କରାଯାଇଥିବା ବେଳେ ସେମାନେ ଏହାକୁ ଅନ୍ଧବିଶ୍ବାସ କହିଥିଲେ । କିନ୍ତୁ ଏହି ନିୟମକୁ ଅବମାନନା କରିଥିଲା ଓଡି଼ଶା ହେତୁବାଦୀ ସମାଜ । ପରାଗରେ ଖାଦ୍ୟ ନିଷେଧ ଏକ କୁ-ସଂସ୍କାର। ଯାହା ସମ୍ବିଧାନର ଉପରେ ନୁହେଁ ତେଣୁ ଏହାକୁ ନ ମାନି ଖାଦ୍ୟ ଖାଇବା ଦରକାର । ଏନେଇ ସୂର୍ଯ୍ୟପରାଗ ଦିନ ଭୁବନେଶ୍ବରର ଏକ ସ୍ଥାନରେ ବିରିୟାନୀ ଷ୍ଟଲ ଖୋଲିବା ସହ ଲୋକଙ୍କୁ ମଧ୍ୟ ଚିକେନ ବିରିୟାନୀ ଖାଇବାକୁ ଦେଇଥିଲା ।
ଇଟିଭି ଭାରତ, ପୁରୀ