ETV Bharat / state

ନିଶା କାରବାର ନେଇ କଡା କାର୍ଯ୍ୟାନୁଷ୍ଠାନ, ଗଞ୍ଜେଇ ମାଫିଆର 3କୋଟି ମୂଲ୍ୟର ସମ୍ପତ୍ତି ଜବତ

ବ୍ରହ୍ମଗିରିର ଗଞ୍ଜେଇ ମାଫିଆ ବିଜୟ ପାଣି ଓ ତାର ପୁଅର 3କୋଟି ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତ କଲା ପୁରୀ ପୋଲିସ । ଗତ 3 ତାରିଖରେ ବାପପୁଅଙ୍କୁ ଗିରଫ କରିଥିଲା ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 28, 2023, 5:43 PM IST

Updated : May 28, 2023, 6:15 PM IST

ପୁରୀ: ଜିଲ୍ଲାର ବ୍ରହ୍ମଗିରିର ଗଞ୍ଜେଇ ମାଫିଆ ବିଜୟ ପାଣି ଓ ତା ପୁଅ ସତ୍ରୁଜିତ୍ ପାଣିର 3 କୋଟି ଟଙ୍କାର ସମ୍ପତ୍ତି ଜବତ କଲା ପୁରୀ ପୋଲିସ । ନିଶା କାରବାର ନେଇ ପୁରୀ ପୋଲିସ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗତ ମେ' 3 ତାରିଖରେ ଏହି ଗଞ୍ଜେଇ ମାଫିଆଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି 3କୋଟି ମୂଲ୍ୟର ସମ୍ପତ୍ତିକୁ ଜବତ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ବାପ ପୁଅ କନ୍ଧମାଳରୁ ଗଞ୍ଜେଇ ଆଣି ଘରେ ଠୁଳ କରି ରଖିବା ସହ ରଥଯାତ୍ରାରେ ବେପାର କରିବା ପାଇଁ ଯୋଜନା କରିଥିଲେ ।

ବ୍ରହ୍ମଗିରିର ଏହି ଗଞ୍ଜେଇ ମାଫିଆ ବିଜୟ ପାଣି ଓ ପୁଅ ସତ୍ରୁଜିତ୍ ପାଣିର 3 କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପୁରୀ ପୋଲିସ । ଗତ ମେ ୩ ତାରିଖରେ କୁଖ୍ୟାତ ଗଞ୍ଜେଇ ମାଫିଆ ବିଜୟ ପାଣି ଓ ତା ପୁଅ ସତ୍ରୁଜିତ୍ ପାଣିକୁ ପୁରୀର ବ୍ରହ୍ମଗିରି ଥାନା ପୋଲିସ ଗିରଫ କରିଥିଲା । ଏମାନଙ୍କଠାରୁ ପୋଲିସ ଓ ଏସଆଇଟି ଟିମ ୬୨୪ କେଜିରୁ ଊର୍ଦ୍ଧ୍ଵ ଗଞ୍ଜେଇ ଜବତ କରିଥିଲା । ଏଥିସହ ହାତ ତିଆରି ବୋମା ମଧ୍ୟ ପୋଲିସ ଜବତ କରିଥିଲା । ଅଭିଯୁକ୍ତ ବାପ ପୁଅ କନ୍ଧମାଳରୁ ଗଞ୍ଜେଇ ଆଣି ଘରେ ଠୁଳ କରି ରଖିବା ସହ ରଥଯାତ୍ରାରେ ବେପାର କରିବା ପାଇଁ ଯୋଜନା କରିଥିଲେ ।

ଏହା ବି ପଢନ୍ତୁ- ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ହାଣିଲେ, ପୂର୍ବ ଶତ୍ରୁତାରୁ ଜଘନ୍ୟ ହତ୍ୟା

ଦୀର୍ଘ ଦିନ ଧରି ବାପ ପୁଅ ଏହି କାରବାରରେ ସଂପୃକ୍ତ ଥିଲେ। ଏହି ଘଟଣାରେ ପୁରୀ ପୋଲିସ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରିଛି । ଏଥିରେ ୯ଟି ପ୍ଲଟ, ୪ଟି ଘର ସହ 4 ଚକିଆ ଓ 2 ଚକିଆ ଯାନ ଆଟାଜ୍ ହୋଇଛି । ପୁରୀ ଟାଉନ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଡଃ କନୱର ବିଶାଳ ସିଂ ସୂଚନା ଦେଇଛନ୍ତି । ଗତ 2022 ମାର୍ଚ୍ଚ 31ରେ ମଧ୍ୟ ଜଣେ ବ୍ରାଉନ ସୁଗାର ବେପାରୀଙ୍କ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଜବତ କରିଥିଲା ପୁରୀ ପୋଲିସ । ପୁରୀ ଏସପିଙ୍କ ସୂଚନା ଅନୁଯାୟୀ ନିଶା କାରବାର ରୋକ ନେଇ ପୁରୀ ପୋଲିସର STF କଡ଼ା ନଜର ରଖିଛି । ଯେଉଁଠି ସୁରାକ ମିଳୁଛି ଟିମ ସେଠାରେ ଚଢାଉ କରି ଅଭିଯୁକ୍ତକୁ ଗିରଫ କରୁଛି । ନିଶା କାରବାରରେ ଅର୍ଜନ କରିଥିବା ସମ୍ପତ୍ତିକୁ ଜବତ କରାଯାଉଛି ।

ପୁରୀ ସହର ସମେତ ପୁରୀ ଜିଲ୍ଲାରେ ନିଶା କାରବାର ରୋକ ଲଗାଇବା ନେଇ ପୁରୀ ପୋଲିସ 24 ଘଣ୍ଟା କାମ କରୁଛି । ଆଗକୁ ରଥଯାତ୍ରା ଥିବାରୁ ସହର ଆଇନ ଶୃଙ୍ଖଳା ବଜାୟ ରଖିବା ଓ ଭକ୍ତଙ୍କ ସୁରକ୍ଷା ପାଇଁ 15ରୁ ଅଧିକ ଅଭ୍ୟାସ ଗତ ଅପରାଧୀଙ୍କୁ IPCର 110 ଧାରାରେ ବୁକ୍‌ କରାଯାଇ ଜେଲ୍‌ ପଠା ଯାଇଛି । ସେହିପରି ଷ୍ଟ୍ରିଟ୍‌ କ୍ରାଇମ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯାଉଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ ଆଣ୍ଟି ସ୍ନାଚିଂ ସ୍କ୍ବାଡ୍‌ କାମ କରୁଛି । ଗତ କିଛି ଦିନ ତଳେ ଏହି ସ୍କ୍ବାଡ୍‌ ଏକ ଆନ୍ତଃ ରାଜ୍ୟ ଚେନ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥଲା । ପୁରୀ ସହରରେ ନିଶା କାରବାର ଉପରେ ରୋକ ଲାଗିବା, ଭକ୍ତଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ପୁରୀ ଏସପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : May 28, 2023, 6:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.