ETV Bharat / state

ବ୍ୟାଙ୍କରେ ହଠାତ ବାଜିଲା ସାଇରନ, ଆତଙ୍କିତ ଗ୍ରାହକ - Puri police administration

ଲୁଟେରାଙ୍କ ଟାର୍ଗେଟରେ ଏବେ ବିଭିନ୍ନ ବ୍ୟାଙ୍କ ଥିବାବେଳେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ପାଇଁ ପୁରୀ ପୋଲିସର ମକ ଡ୍ରିଲ । ଅଧିକ ପଢନ୍ତୁ.....

ବ୍ୟାଙ୍କ ସୁରକ୍ଷା ନେଇ ପୁରୀ ପୋଲିସର ମକ ଡ୍ରିଲ

author img

By

Published : Apr 7, 2021, 6:07 PM IST

ପୁରୀ: ଲୁଟେରାଙ୍କ ଟାର୍ଗେଟରେ ଏବେ ବିଭିନ୍ନ ବ୍ୟାଙ୍କ। ଦିନ ଦ୍ବିପ୍ରହରରେ ବ୍ୟାଙ୍କରେ ପଶି ବନ୍ଧୁକ ମୁନରେ ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କା। ତେବେ ଏପରି ଅପରାଧକୁ ରୋକିବା ସମେତ ବ୍ୟାଙ୍କ କର୍ମଚାରୀ ଏବଂ ଗ୍ରାହକଙ୍କ ସୁରକ୍ଷା ନେଇ ପୁରୀ ପୋଲିସ ପକ୍ଷରୁ ଏକ ମକଡ଼୍ରିଲ ଅନୁଷ୍ଠିତ ହୋଇଛି। ବ୍ୟାଙ୍କ ଭିତର ଡ଼କାୟତି ସମୟରେ ସୃଷ୍ଟି ହେଉଥିବା ପରିସ୍ଥିତିକୁ କିଭଳି ମୁକାବିଲା କରାଯାଇପାରିବ ସେ ନେଇ ଏହି ମକଡ଼୍ରିଲ କରାଯାଇଥିଲା।

ଅପରାହ୍ନ ୪.୩୫ ସମୟରେ ପୁରୀ ସୁବାଷ ବୋଷ ଛକ ସ୍ଥିତ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ବ୍ରାଞ୍ଚରେ ଏହି ମକଡ୍ରିଲ କରିଛି ପୋଲିସ । ହଠାତ ସାଇରନ ବାଜିବାରୁ ବ୍ୟାଙ୍କ ଭିତରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଥିଲା । ବ୍ୟାଙ୍କରେ ଡ଼କାୟତ ପଶିଥିବା ନେଇ ଗ୍ରାହକଙ୍କ ମଧ୍ୟରେ ଖେଳିଯାଇଥିଲା ଆତଙ୍କ। ଖବର ପାଇ ମାତ୍ର ୧୦ ମିନିଟ ଭିତରେ ପୁରୀ ଟାଉନ ଥାନା ପୋଲିସ ପହଞ୍ଚିଥିଲା ବ୍ୟାଙ୍କରେ। ମୁଖ୍ୟ ଗେଟ କିଛି ପାଖରେ ପୋଲିସ ଜଗି ରହିଥିବାବେଳେ ଥାନା ଆଇଆଇସିଙ୍କ ସହ ଆଉ କିଛି ପୋଲିସ ବ୍ୟାଙ୍କ ଭିତରକୁ ପ୍ରବେଶ କରି ଛାନଭିନ କରିଥିଲେ। ତେବେ ଏହି ସବୁ ଦୃଶ୍ୟ ଦେଖି ସମସ୍ତ ଗ୍ରାହକ ଭୟଭୀତ ଅବସ୍ଥାରେ ଥିବା ବେଳେ ଏହା ଏକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ମକଡ୍ରିଲ ଥିଲା ବୋଲି ପୋଲିସ ସ୍ପଷ୍ଟ କରିବା ପରେ ସମସ୍ତେ ଆଶ୍ବସ୍ତ ହୋଇଥିଲେ ।

ଏହି ଭଳି ଭାବେ ପୁରୀର 3 ଟି ବ୍ୟାଙ୍କରେ ମକଡ଼୍ରିଲ୍ କରାଯାଇଥିଲା। ଯଦି ବ୍ୟାଙ୍କରେ ଅଗ୍ନିକାଣ୍ତ ଘଟେ ଅଥବା କେହି ଦୁର୍ବୁତ୍ତ ବ୍ୟାଙ୍କରେ ପଶିବା ମାତ୍ରେ ସାଇରନ୍ ବାଜିବାର ବ୍ୟବସ୍ଥା ରହିଛି। ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କ ଗୋଡ଼ ତଳେ ଏହି ବଟନ୍ ଥାଏ। କୌଣସି ଭୟଭୀତ ଓ ଅସ୍ବାଭାବିକ ଅବସ୍ଥାରେ ଏହି ଲାଇରନ ବାଜିବା ପରେ ସମସ୍ତେ ସତର୍କ ହୋଇଥାନ୍ତି । ପରେ ମୁମ୍ବାଇ ସ୍ଥିତ ବ୍ୟାଙ୍କର କମାଣ୍ତ ସେଣ୍ଟରକୁ କଲ୍ ଯାଏ। ସେଠାରୁ ଅସୁରକ୍ଷିତ ଥିବା ବ୍ୟାଙ୍କ ସହ ସ୍ଥାନୀୟ ଥାନାକୁ କଲ୍ ଆସିଥାଏ। ଏହି କଲ୍ ପାଇବା ପରେ ପୋଲିସ ତୁରନ୍ତ ବ୍ୟାଙ୍କରେ ପହଞ୍ଚି ସୁରକ୍ଷା ଯୋଗାଇଥାଏ ବୋଲି ବ୍ୟାଙ୍କ ଅଧିକାରୀ କହିଛନ୍ତି। ତେବେ ବର୍ତ୍ତମାନ ବିଭିନ୍ନ ସମୟରେ ବ୍ୟାଙ୍କ ଲୁଟ ବାରମ୍ବାର ଘଟୁଥିବା ବେଳେ ପୋଲିସର ଏପର ମକଡ଼୍ରିଲ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.