ETV Bharat / state

ଗୋପ ଖଣ୍ଡିଆକୁଦ ଗାଁରେ ଘାଇ ସୃଷ୍ଟି, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

୧୦ ଜିଲ୍ଲାରେ ବନ୍ୟା କରାଳ ରୂପ ଧାରଣ କରିଛି । ଘାଇ ସୃଷ୍ଟି ହେବାରୁ ଖଣ୍ଡିଆକୁଦ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁରୀ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

ଗୋପ ଖଣ୍ଡିଆକୁଦ ଗାଁରେ ଘାଇ ସୃଷ୍ଟି, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
ଗୋପ ଖଣ୍ଡିଆକୁଦ ଗାଁରେ ଘାଇ ସୃଷ୍ଟି, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
author img

By

Published : Aug 17, 2022, 10:19 PM IST

ପୁରୀ: ରାଜ୍ୟ ବନ୍ୟା ବିପତ୍ତି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ୧୦ ଜିଲ୍ଲାରେ ବନ୍ୟା କରାଳ ରୂପ ଧାରଣ କରିଛି । ଏହି ତାଲିକାରେ ପୁରୀ ମଧ୍ୟ ସାମିଲ ରହିଛି । ଏଠାରେ ବନ୍ୟାଜଳ ପ୍ରବାହ ଯୋଗୁଁ ଗୋପର କୁଶଭଦ୍ରା ନଦୀ ନିକଟସ୍ତ ଖଣ୍ଡିଆକୁଦ ଗାଁରେ ଘାଇ ସୃଷ୍ଟି ହୋଇଛି । (Flood water entered Khandiakuda village) ଘାଇ ସୃଷ୍ଟି ହେବାରୁ ଖଣ୍ଡିଆକୁଦ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁରୀ ଜିଲ୍ଲାପାଳ ।

ଖଣ୍ଡିଆକୁଦ ଗାଁରେ ଘାଇ ସୃଷ୍ଟି, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ଖଣ୍ଡିଆକୁଦ ଗାଁରେ ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ବନ୍ୟାଜଳ ଏବେ ଗାଁ ମୁହାଁ ହୋଇଛି । ଏହାକୁ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, "ଏଠାରେ ୨୦ରୁ ୨୫ ଫୁଟର ଘାଇ ସୃଷ୍ଟି ହୋଇଛି । ବନ୍ୟାଜଳ ପ୍ରବାହ ଅଧିକ ରହିଛି । ଏହାଦ୍ବାରା ୬ଟି ଗ୍ରାମ ପ୍ରଭାବିତ ହେବ । ଏହି ସବୁ ଅଞ୍ଚଳରେ ରନ୍ଧା ଖାଦ୍ୟ ସହ ଉଦ୍ଧାରକାଳୀ ଦଳ ରହିଛନ୍ତି । ଏହି ଘାଇ ଯୋଗୁଁ ଚାଷ ଜମି ପ୍ରଭାବିତ ହେବ । ତେବେ ଗାଁ ଭିତରକୁ ପାଣି ପଶିନାହିଁ ।"

ଗୋପ ବ୍ଲକର ଗଣେଶ୍ୱରପୁର, ନାଗପୁର ପଞ୍ଚାୟତର ୬ରୁ ଅଧିକ ଗାଁ ବନ୍ୟା ଯୋଗୁଁ ପ୍ରଭାବିତ ହେବ। ବନ୍ୟା ପ୍ରଭାବିତଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନେଉଛି ପ୍ରଶାସନ । ବନ୍ୟାଜଳ ପ୍ରବାହ କମିବା ପରେ ଏହାକୁ ବନ୍ଦ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ । ଲୋକଙ୍କ ସୁରକ୍ଷା ପାଇଁ ଖଣ୍ଡିଆକୁଦ ଗାଁରେ NDRF ଓ ODRAF ଟିମ୍‌ ମୁତୟନ ରହିଛନ୍ତି । ଶୁଖିଲା ଖାଦ୍ୟ, ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯାଇଛି । ଘାଇ ଉପରେ ସତର୍କ ନଜର ରଖାଯାଇଛି। ସେପଟେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କଣାସ ବ୍ଲକ୍‌ର ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.