ETV Bharat / state

ସ୍ୱଚ୍ଛ ପୁରୀ ନିର୍ମାଣ କରିବାରେ ପୁରୀବାସୀଙ୍କ ସହଯୋଗ ପ୍ରଶଂସନୀୟ - mo dhama mo garba scheme in puri

‘‘ମୋ ଧାମ ମୋ ଗର୍ବ’’ ଯୋଜନାରେ ପୌର ପାଳିକାର ପ୍ରତ୍ୟେକ ୱାର୍ଡରେ ସ୍ୱଚ୍ଛ ସବାରି ଗାଡି ବୁଲି ଅଳିଆ ସଂଗ୍ରହ କରୁଛି। ପୂର୍ବାପେକ୍ଷା ଏବେ ପୁରୀ ସହର ସୁନ୍ଦର ଦେଖାଯିବା ସହିତ ପରିଷ୍କାର ଓ ପରିମଳ ଲାଗୁଛି । ଅଧିକ ପଢନ୍ତୁ...

ସ୍ୱଚ୍ଛ ପୁରୀ ନିର୍ମାଣ କରିବାରେ ପୁରୀ ବାସିଙ୍କ ସହଯୋଗ ପ୍ରଶଂସନୀୟ

author img

By

Published : Dec 24, 2020, 6:42 PM IST

ପୁରୀ : ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ପୁରୀ ପୌର ପାଳିକା ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ‘‘ମୋ ଧାମ ମୋ ଗର୍ବ’’ ଚାଲୁ ରହିଛି। ଏହି ଯୋଜନାରେ ପୌର ପାଳିକାର ପ୍ରତ୍ୟକ ୱାର୍ଡରେ ସ୍ୱଚ୍ଛ ସବାରି ଗାଡି ବୁଲି ଅଳିଆ ସଂଗ୍ରହ କରୁଛି। ପୁରୀ ସହରର ରାସ୍ତା ଘାଟ ପୂର୍ଵାପେକ୍ଷା ବେଶ ସୁନ୍ଦର ଦେଖାଯିବା ସହିତ ପରିଷ୍କାର ଓ ପରିମଳ ଲାଗୁଛି ।

ସ୍ୱଚ୍ଛ ପୁରୀ ନିର୍ମାଣ କରିବାରେ ପୁରୀ ବାସିଙ୍କ ସହଯୋଗ ପ୍ରଶଂସନୀୟ

ଏହି ସ୍ୱଚ୍ଛ କାର୍ଯ୍ୟକ୍ରମକୁ ପୁରୀବାସୀ ସହଯୋଗ କରିଥିବାରୁ ପୁରୀ ପୌର ପାଳିକାର ଏକ୍ଜ୍ୟୁକେଟିଭ ଅଫିସର ବିଜୟ କୁମାର ଦାସ ପୁରୀ ବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ସଫେଇ ଅଭିଯାନ ଯୋଗୁଁ ପୁରୀ ସହରର ସୌନ୍ଦର୍ଯ୍ୟ ଆହୁରି ବଢ଼ି ଯାଇଥିବା ସେ କହିଛନ୍ତି।

ଏହି ଯୋଜନାରେ ଯଦି କିଛି ଅଭିଯୋଗ ଥାଏ, ତେବେ ସିଧାସଳଖ 9556448558 ନମ୍ୱରରେ କଲ କରି ଅଥବା, whatsapp ମେସେଜ କରି ଯେ କୌଣସି ବ୍ୟକ୍ତି ଅଭିଯୋଗ କରି ପାରିବେ। ପୁରୀ ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ପୁରୀ ବାସିନ୍ଦା ଅଗାମୀ ଦିନରେ ସହଯୋଗ ଜାରି ରଖିବାକୁ ପୁରୀ ବାସୀଙ୍କୁ ଆହ୍ୱାନ ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.