ETV Bharat / state

ପୁରୀର ସ୍ୱର୍ଗଦ୍ୱାରରେ ଉଦଘାଟନ ହେଲା ଶୁଦ୍ଧ ନିରାମିଷ କାଫେଟେରିଆ

author img

By

Published : Apr 1, 2022, 4:46 PM IST

ପୁରୀ ସ୍ବର୍ଗଦ୍ବାର ପାଖରେ ଜିଲ୍ଲା ପ୍ରଶାସନ ସହଯୋଗର ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଏକ ଶୁଦ୍ଧ ନିରାମିଷ କାଫେଟେରିଆ ଖୋଲାଯାଇଛି । ଅଧିକ ପଢନ୍ତୁ

ପୁରୀର ସ୍ୱର୍ଗଦ୍ୱାରରେ ଉଦଘାଟନ ହେଲା ଶୁଦ୍ଧ ନିରାମିଷ କାଫେଟେରିଆ
ପୁରୀର ସ୍ୱର୍ଗଦ୍ୱାରରେ ଉଦଘାଟନ ହେଲା ଶୁଦ୍ଧ ନିରାମିଷ କାଫେଟେରିଆ

ପୁରୀ: ପୁରୀ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ଏବଂ ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର । ବିଶ୍ବାସ ରହିଛି ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ହେଲେ ମନୁଷ୍ୟର ମୋକ୍ଷ ପ୍ରାପ୍ତି ହୋଇଥାଏ । ସେଥିପାଇଁ ତ ଅନେକ ନିଜର ମୃତ୍ୟୁ ପରେ ତାଙ୍କର ମୃତଦେହକୁ ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର କରିବା ପାଇଁ ଅଭିଳାଷ ରଖିଥାନ୍ତି । ପୁରୀର ଏହି ସ୍ବର୍ଗଦ୍ବାର ପାଖରେ ଜିଲ୍ଲା ପ୍ରଶାସନ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ଏକ ଶୁଦ୍ଧ ନିରାମିଷ କାଫେଟେରିଆ ଖୋଲାଯାଇଛି ।

ପବିତ୍ର ଉତ୍କଳ ଦିବସ ଅବସରରେ ଏହି ଶୁଦ୍ଧ ନିରାମିଷ କାଫେଟେରିଆକୁ ଆଜି(ଶୁକ୍ରବାର) ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଲୋକାର୍ପଣ କରିଛନ୍ତି । ସମୁଦ୍ର ବେଳାଭୂମି ବୁଲି ଆସୁଥିବା ଲୋକମାନେ ଏହି କାଫେଟେରିଆରେ ଜଳପାନ କରିବାର ସୁଯୋଗ ନେଇପାରିବେ । ସେହିପରି ନିଜ ପ୍ରିୟଜନଙ୍କ ଅନ୍ତିମ ସଂସ୍କାର ପାଇଁ ସ୍ବର୍ଗଦ୍ବାର ଆସୁଥିବା ଲୋକମାନେ ମଧ୍ୟ ଏହି କାଫେଟେରିଆ ଦ୍ବାରା ବିଶେଷ ଭାବେ ଉପକୃତ ହୋଇପାରିବେ ।

ଏହି କାଫେଟେରିଆକୁ ମିଶାଇ ଶ୍ରୀଜଗନ୍ନାଥ ଧାମ ପୁରୀ ସହରରେ ଓଟିଡିସି ନିଜର ଚତୁର୍ଥ ୟୁନିଟ୍ ଖୋଲିବାରେ ସକ୍ଷମ ହୋଇଛି । ଏଠାରେ ସୁଲଭ ଦରରେ ଶୁଦ୍ଧ ନିରାମିଷ ଜଳପାନର ସୁବିଧା ମିଳିବ । ପୂର୍ବରୁ ମୁଖ୍ୟମନ୍ତ୍ରୀ ସ୍ଵର୍ଗଦ୍ବାର ର ବିକାଶ ପାଇଁ 5 କୋଟି ଟଙ୍କା ଅନୁଦାନ ଦେଇଥିଲେ । ଉକ୍ତ ଅର୍ଥରେ ସ୍ବର୍ଗଦ୍ବାରର ନବୀକରଣ ସହ ମୃତ ପରିଜନଙ୍କ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହ ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.