ପୁରୀ: ଆସନ୍ତା ନଭେମ୍ବର ୨୧ ତାରିଖରେ ଅଁଳା ନବମୀ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ସାକ୍ଷୀଗୋପାଳରେ ଅଁଳା ନବମୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ସାକ୍ଷୀଗୋପାଳ ପଞ୍ଚସଖା ପାଠାଗାର ଠାରେ ଆୟୋଜିତ ଏହି ପ୍ରଥମ ବୈଠକରେ ଶ୍ରୀରାଧାଙ୍କର ଓଡିଆଣୀ ବେଶ ଶୃଙ୍ଖଳିତ ଦର୍ଶନ ପାଇଁ ଆଲୋଚନା କରାଯାଇଥିଲା । ସଠିକ ସମୟରେ ଦେବନୀତି ସମ୍ପନ୍ନ, ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ଭକ୍ତମାନଙ୍କୁ ଯୋଗାଇ ଦେବା ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି । ଏହି ଅଁଳା ନବମୀ ଦିନ ବର୍ଷକରେ ଥରେ ଓଡିଆଣୀ ବେଶ ସହିତ ପାଦ ଦର୍ଶନର ସୁଯୋଗ ପାଇଥାନ୍ତି ଭକ୍ତ । ଆସନ୍ତା ୧୪ ତାରିଖରେ ଦ୍ୱିତୀୟ ବୈଠକ କରାଯିବା ନେଇ ସ୍ଥିର କରାଯାଇଛି ।
ଭକ୍ତ ମାନେ ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜାର୍ଚ୍ଚନା କରିବା ସହିତ ରାଧାଙ୍କର ପାଦ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ଚଳିତ ବର୍ଷ ଭକ୍ତମାନେ କିଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ ସେନେଇ ଆଲୋଚନା କରାଯିବା ସହିତ ସ୍ୱତନ୍ତ୍ର ଦେବ ନୀତି ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି । ବିଶେଷ କରି ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗ ସେମାନଙ୍କ ଦାୟିତ୍ବ ସୁଚାରୁ ରୁପରେ ତୁଲାଇବା ପାଇଁ ସତ୍ୟବାଦୀ ବିଧାୟକ ପରାମର୍ଶ ଦେଇଥିଲେ । ରାସ୍ତା ମରାମତି, ଆଲୋକୀକରଣ ବ୍ୟବସ୍ଥା, ପାନୀୟ ଜଳ, ସ୍ବାସ୍ଥ୍ୟ ସେବା, ଓ ବୃଦ୍ଧ ବୃଦ୍ଧାମାନଙ୍କ ପାଇଁ ଦର୍ଶନର ବ୍ୟବସ୍ଥା ପାଇଁ ଆଲୋଚନା କରାଯାଇଛି ।
ଏହା ବି ପଢନ୍ତୁ...କାଳୀପୂଜା ପାଇଁ ବସିଲା ପ୍ରସ୍ତୁତି ବୈଠକ, ସୁରୁଖୁରୁରେ ମା'ଙ୍କ ପୂଜା ଶେଷ କରିବାକୁ ନିଷ୍ପତ୍ତି
ଏହା ବି ପଢନ୍ତୁ...Baliyatra 2023: ଐତିହାସିକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ଏହାବ୍ୟତୀତ ମନ୍ଦିର ଭିତରେ ଓ ବାହାରେ ସିସିଟିଭି ଲଗାଯାଇ ବିଭିନ୍ନ ଗତିବିଧି ଉପରେ ନଜର ରଖାଯିବ ବୋଲି ସ୍ଥିର କରାଯାଇଛି । ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଉପଜିଲ୍ଲାପାଳ ଭବତରଣ ସାହୁ, ତହସିଲଦାର ଜୟନ୍ତ ଜୟସିଂହ, ବିଡ଼ିଓ ଲିପ୍ସା ରାୟ, ପିପିଲି ଏସଡିପିଓ ବିରଞ୍ଚି ନାରାୟଣ ପତି, ଦେବୋତ୍ତର ଆସିଷ୍ଟାଣ୍ଟ କମିଶନର ଗଗନ ସାହୁ, ସତ୍ୟବାଦୀ ଆଇଆଇସି ବିଜୟ କେତନ ବେହେରା ଏବଂ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଆସନ୍ତା ନଭେମ୍ବର ୨୧ ତାରିଖରେ ଅଁଳା ନବମୀ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଆସନ୍ତା ୧୪ତାରିଖରେ ଦ୍ୱିତୀୟ ବୈଠକ କରାଯିବ ବୋଲି ସ୍ଥିର କରାଯାଇଛି।
ଇଟିଭି ଭାରତ, ପୁରୀ