ETV Bharat / state

26 ତାରିଖରେ ବିଜେଡିର ରୌପ୍ୟ ଜୟନ୍ତୀ, ତାଳବଣିଆରେ ପ୍ରସ୍ତୁତି ଜୋରଦାର

author img

By

Published : Dec 23, 2022, 10:29 PM IST

ଡିସେମ୍ବର 26 ତାରିଖରେ ବିଜୁ ଜନତା ଦଳକୁ 25 ବର୍ଷ ପୁରି 26 ବର୍ଷ ଚଲିବ । ଏନେଇ ପୁରୀ ତାଳବଣିଆରେ ବିଜେଡି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଅଧିକ ପଢ଼ନ୍ତୁ

BJD Foundation day in Puri Talabania
26 ତାରିଖରେ ବିଜେଡିର ରୌପ୍ୟ ଜୟନ୍ତୀ

ପୁରୀରେ ବିଜେଡିର ପ୍ରତିଷ୍ଠା ଦିବସ
ପୁରୀରେ ବିଜେଡିର ପ୍ରତିଷ୍ଠା ଦିବସ

ପୁରୀ: ବିଜୁ ଜନତା ଦଳ ଦଳ ଗଠନକୁ ଚଳିତ ବର୍ଷ ଡିସେମ୍ବର 26ରେ 25 ବର୍ଷ ପୂରଣ ହେବ । ଦଳର ପ୍ରତିଷ୍ଠା ଦିବସକୁ ରୌପ୍ୟ ଜୟନ୍ତୀ ଭାବେ ପାଳନ କରିବେ କର୍ମକର୍ତ୍ତା । ପୁରୀ ତାଳବଣିଆ ପଡ଼ିଆରେ ଏହି କାର୍ଯ୍ୟକ୍ରମର ଆୟୋଜନ ହେବ । ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଗୁରୁବାର ପ୍ରସ୍ତୁତି କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ବିଜେଡିର ତୁଙ୍ଗ ନେତାଏ ।

ପୁରୀରେ ବିଜେଡିର ପ୍ରତିଷ୍ଠା ଦିବସ
ପୁରୀରେ ବିଜେଡିର ପ୍ରତିଷ୍ଠା ଦିବସ

ବିଜେଡ଼ି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ଉମାକାନ୍ତ ସାମନ୍ତରାୟ, ଅତୁନ ସବ୍ୟସାଚୀ ନାୟକ ଓ ତୁଷାରକାନ୍ତି ବେହେରା ପ୍ରମୁଖ ତାଳବଣିଆ ପଡ଼ିଆ ଯାଇ ପ୍ରସ୍ତୁତି କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ୨୬ ତାରିଖ ସକାଳ ୯ଟା ରେ ଦଳ କର୍ମକର୍ତ୍ତାମାନେ ପଞ୍ଜିକରଣ କରିବା ପରେ ୧୦ ଟାରୁ ସଭାକାର୍ଯ୍ୟ ଆରମ୍ଭ ହେବ । ଏଥିରେ ବିଜେଡି ସାଂସଦ, ବିଧାୟକ, ଜିଲ୍ଲାପରିଷଦ, ସରପଞ୍ଚଙ୍କ ସହ ବିଜେଡି ଶାସନରେ ଥିବା ମୁନିସିପାଲିଟି ଏବଂ NACର ନେତା ଓ କର୍ମକର୍ତ୍ତା, ବିଜେଡିର ଛାମୁଆ ସଂଗଠନ, ଯୁବ ଓ ମହିଳା ସଂଗଠନ, କୃଷକ, ସମବାୟ ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ରହିବେ ।

ବିଜେଡି ଦଳ ଦୀର୍ଘ ବର୍ଷ ଧରି ରାଜ୍ୟରେ ଶାସନ ଦାୟିତ୍ବରେ ରହିଛି । ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ଦଳର ସୁପ୍ରିମୋ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ନେତୃବୃନ୍ଦ ତାଳବଣିଆ ଯାଇ ଆୟୋଜନ ପ୍ରସ୍ତୁତିରେ ତଦାରଖ କରିଥିଲେ। ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ବିଜେଡି ।

ଦଳକୁ ତୃଣମୂଳ ସ୍ତରରେ କିଭଳି ଅଧିକରୁ ଅଧିକ ମଜବୁତ କରାଯିବା ସହ ୨୦୨୪ ନିର୍ବାଚନ ପାଇଁ ସମସ୍ତେ ଏକ ମିଶନ୍‌ ମୋଡରେ କିଭଳି କାର୍ଯ୍ୟ କରିବେ ସେନେଇ ଦଳର କର୍ମୀ ଓ ନେତାଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଦବୋଧନ ଦେବା ସହ ପରାମର୍ଶ ଦେବେ । ପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।‌ ତେବେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ବିଜେଡି କର୍ମୀ ଓ ନେତାମାନେ ବେଶ୍ ଉତ୍ସାହିତ ଅଛନ୍ତି । ଦଳର ୨୫ତମ ପ୍ରତିଷ୍ଠା ଦିବସକୁ କିଭଳି ସଫଳ କରି ହେବ ସେନେଇ ବିଜେଡି ନେତା ଓ କର୍ମୀମାନେ ଜୋରଦାର ପ୍ରୟାସ ଆରମ୍ଭ କରି ଦେଇଛନ୍ତି ।

ପ୍ରତିଷ୍ଠା ଦିବସ ଉପଲକ୍ଷେ ବର୍ଷ ସାରା ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଇଛି ଦଳ । ତୃଣମୂଳସ୍ତରରୁ ଆରମ୍ଭ କରି ବିଭିନ୍ନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରତିଷ୍ଠା ଦିବସ ପାଳନ ହେବ । ଆସନ୍ତା ୨୬ ତାରିଖରେ ଦଳର ପ୍ରତିଷ୍ଠା ଦିବସରେ ରାଜ୍ୟସ୍ତରରେ ଅନେକ ନେତା ଓ କର୍ମୀ ଯୋଗଦେବେ । ଅନ୍ୟପଟେ ଆଗାମୀ 15ଦିନ ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଏହି ସମାରୋହ ପାଳନ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.