ETV Bharat / state

ବିଜେଡି ପାଳିବ ରୌପ୍ୟ ଜୟନ୍ତୀ, ତାଳବଣିଆ ପଡ଼ିଆରେ ଶେଷ ହେଲା ପ୍ରସ୍ତୁତି

author img

By

Published : Dec 25, 2022, 8:27 PM IST

ପୁରୀ ତାଳବଣିଆରେ ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ତଥା ରୌପ୍ୟ ଜୟନ୍ତୀ ସମାରୋହ ପାଇଁ ସରିଛି ପ୍ରସ୍ତୁତି । କାର୍ଯ୍ୟକ୍ରମ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ସୁରକ୍ଷା ନେଇ ପ୍ରସ୍ତୁତ ହୋଇଛି ଜିଲ୍ଲା ଓ ପୋଲିସ ପ୍ରଶାସନ । ଅଧିକ ପଢ଼ନ୍ତୁ

ତାଳବଣିଆ ପଡ଼ିଆରେ ବିଜେଡି ରୌପ୍ୟ ଜୟନ୍ତୀ ପାଇଁ ପ୍ରସ୍ତୁତି

ପୁରୀ: ରାତି ପାହିଲେ ପୁରୀରେ ବିଜେଡି ପାଳିବ୨୫ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ପୁରୀ ତାଳବଣିଆ ପଡ଼ିଆଠାରେ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ରୌପ୍ୟ ଜୟନ୍ତୀ ସମାରୋହ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବାବେଳେ ମଞ୍ଚ, ଦଳୀୟ ପତାକା, ବ୍ୟାନର, ହୋର୍ଡିଂ ମଧ୍ୟ ଲଗାଯାଇଛି । ସେପଟେ ସୁରକ୍ଷା ନେଇ ପ୍ରସ୍ତୁତ ରହିଛି ଜିଲ୍ଲା ଓ ପୋଲିସ ପ୍ରଶାସନ ।

ଆସନ୍ତାକାଲିର କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୯ଟା ସମୟରେ ପ୍ରଥମେ ବିଜେଡି ନେତା ଓ କର୍ମକର୍ତ୍ତାମାନେ ନାମ ପଞ୍ଜିକରଣ କରି ସଭାସ୍ଥଳରେ ଯୋଗଦେବେ । ଦିନ ୧୦ଟାରୁ ସଭାକାର୍ଯ୍ୟ ଆରମ୍ଭ ହେବ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ୧୧ଟା ୪୦ରେ ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡ୍‌ରେ ଅବତରଣ କରିବେ । ସେଠାରୁ ସିଧାସଳଖ ସଭାସ୍ଥଳକୁ ଯାଇ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ଦିବସ ସମାରୋହକୁ ଉଦଘାଟନ କରିବେ । ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ ଓଡ଼ିଶାବାସୀଙ୍କ ସେବା ପାଇଁ ଅଧିକରୁ ଅଧିକ ପରିଶ୍ରମ କରିବା ପାଇଁ ଦେବେ ପରାମର୍ଶ । ଏହି ଭବ୍ୟ କାର୍ଯ୍ୟକ୍ରମରେ ପାଖାପାଖି ୫୦ ହଜାର ନେତା ଓ କର୍ମକର୍ତ୍ତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବିଜେଡିର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ୍ ଏବଂ ସମସ୍ତ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ଦଳର ଛାମୁଆ ସଂଗଠନ, ମହିଳା, ଯୁବ, ଏସିଏସଟି, କୃଷକ ସେଲ୍‌ର ନେତା ଓ ସଂଗଠକମାନେ ଯୋଗଦେବେ । ବିଜେଡିର ଏହି ପ୍ରତିଷ୍ଠା ଦିବସକୁ ସଫଳ କରିବା ପାଇଁ ସମସ୍ତ ନେତା ଓ କର୍ମୀମାନେ ଜୋରସୋର୍‌ରେ ଲାଗି ପଡ଼ିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଦଳ ଆଗାମୀ ଦିନରେ ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ଲଢେଇକୁ ଆହୁରି ଜୋରଦାର କରିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ଓ ବିଜେଡିର ପ୍ରତିଷ୍ଠା ଦିବସ ସମାରୋହକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦ ଜଣ ଦକ୍ଷ ଅଫିସର ଓ ୩ ଜଣ ଅତିରିକ୍ତ ଏସପି ସୁରକ୍ଷା ଦାୟିତ୍ବରେ ରହିବେ । ହେଲିପ୍ୟାଡ୍ ଓ ସଭାସ୍ଥଳରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବ । ସେହିପରି ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ପାଇଁ ୭ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ବରିଷ୍ଠ ଅଧିକାରୀ ଦାୟିତ୍ବରେ ରହିବେ । କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସୁଥିବା ଗାଡି ଗୁଡିକ ପାର୍କିଂ ପାଇଁ ତାଳବଣିଆ ପଡ଼ିଆରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ତେବେ ସଭାକାର୍ଯ୍ୟ ଅପରାହ୍ନରେ ସରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି । ଆଗକୁ ନୂଆବର୍ଷ ଥିବାରୁ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କର ଯେଭଳି କୌଣସି ଅସୁବିଧା ନହୁଏ ସେନେଇ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଏସପି କନୱର ବିଶାଲ ସିଂହ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.