ETV Bharat / state

ସାହିଯାତରେ ବନ୍ଧୁକ ଦେଖାଇ ମାରିଦେବାକୁ ଧମକ, ଅଭିଯୁକ୍ତ ଗିରଫ - ପୋଲିସକୁ ଜିମା

ପୁରୀ ଜିଲ୍ଲା ସାହିଯାତରେ ବନ୍ଧୁକ ଦେଖାଇ ମାରିଦେବାକୁ ଧମକ । ଅଭିଯୁକ୍ତକୁ କାବୁ କରି ପୋଲିସକୁ ଜିମା ଦେଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 9, 2023, 8:21 PM IST

Updated : Apr 9, 2023, 8:29 PM IST

ସାହିଯାତରେ ବନ୍ଧୁକ ଦେଖାଇ ମାରିଦେବାକୁ ଧମକ, ଅଭିଯୁକ୍ତ ଗିରଫ

ପୁରୀ: ଜିଲ୍ଲାରେ ପୁଣି ଖୁଲମଖୁଲା ବନ୍ଧୁକ କାରବାର । ଗୁଳି କରି ଉଡାଇ ଦେବାକୁ ଧମକ । ସାହିଯାତରେ ବନ୍ଧୁକ ଦେଖାଇ ମାରି ଦେବାକୁ ଧମକ । ତେବେ କିଛି ଯୁବକ ଏଭଳି ଧମକ ଦେଉଥିବା ସମ୍ପୃକ୍ତ ଯୁବକକୁ କାବୁ କରି ପୋଲିସରେ ଜିମା ଦେଇଛନ୍ତି । ପୁରୀ ହରଚଣ୍ଡୀ ସାହିର ହନୁମାନ ଗଡ଼ରେ ଘଟିଛି ଏହି ଅଭାବନୀୟ ଘଟଣା । ଗିରଫ ଯୁବକର ପରିଚୟ ଜଣାପଡିନଥିବା ବେଳେ ପୋଲିସ ଏହାର ତଦନ୍ତ କରୁଛି ।

ସାହିଯାତ ରାମଲୀଳା ପରିବେଷଣ ଅବସରରେ ରାବଣ ବଦ୍ଧ ନୀତି ଥିଲା । ତେବେ ହରଚଣ୍ଡି ସାହୀ ହନୁମାନଗଡ଼ଠାରେ ମେଢ ନୃତ୍ୟ ଚାଲିଥିବା ବେଳେ ଜଣେ ଯୁବକ ଜଣକ ଜୋର ଜବରଦସ୍ତ ସେହି ବାଟ ଦେଇ ବାଇକରେ ଯିବା ପାଇଁ ଉଦ୍ୟମ କରିଥିଲେ । ସାହିଯାତ ପାଇଁ ପ୍ରବଳ ଭିଡ଼ ଥିବାରୁ ବାଲି ସାହିର କିଛି ଯୁବକମାନେ ତାଙ୍କୁ ଅଟକାଇବା ସହ ଅଲଗା ରାସ୍ତା ଦେଇ ଯିବା ପାଇଁ କହିଥିଲେ । ତେବେ କିଛି ବୁଝିବା ପୂର୍ବରୁ ସମ୍ପୃକ୍ତ ଯୁବକ ଜଣକ ନିଜ ଅଣ୍ଟାରୁ ବନ୍ଧୁକ ବାହାର କରି ଅଟକାଇ ଥିବା ଯୁବକମାନଙ୍କ ମୁଣ୍ଡରେ ଲଗାଇ ଜୀବନରୁ ମାରିଦେବକୁ ଧମକ ଦେଇଥିଲା । ପରେ ସାହିର ଯୁବକମାନେ ମିଶି ସମ୍ପୃକ୍ତ ଯୁବକକୁ କାବୁ କରିବା ସହ ପୋଲିସର ଜିମା ଦେଇଥିଲେ ।

ଏହା ବି ପଢନ୍ତୁ- ସାହିଯାତକୁ ନେଇ ଦୁଲୁକୁଛି ଶ୍ରୀକ୍ଷେତ୍ର, ଅନୁଷ୍ଠିତ ହେଲା ରାବଣ ଦ୍ୱାରା ସେତୁ ବନ୍ଧ ପ୍ରତିଷ୍ଠା ଦିବସ

ଟାଉନ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ ସମ୍ପୃକ୍ତ ଯୁବକକୁ ଥାନାକୁ ନେଇଥିବା ବେଳେ ତା'ଠାରୁ ଦୁଇଟି ବନ୍ଧୁକ ଜବତ ହୋଇଥିବା ଜଣାପଡିଛି । ଘଟଣାର ତଦନ୍ତ ପରେ ସମସ୍ତ ସୂଚନା ଦିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ପୁରୀ ଖୁଲମଖୁଲା ବନ୍ଧୁକ କାରବାରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଆଇନଜୀବୀ ଓ ବୁଦ୍ଧିଜୀବୀ । ପୁରୀରେ ବନ୍ଧୁକ କାରବାର ବଢୁଥିବା ବେଳେ ଅପରାଧ ମଧ୍ୟ ଘଟୁଛି । ଚୋରା ବନ୍ଧୁକ ପାଇଁ ହତ୍ୟା, ରାହାଜାନୀ, ଡକାୟତି ଘଟଣା ପୁରୀ ସହରରେ ବଢି ଚାଲିଚି । ଲୋକମାନେ ଆତଙ୍କିତ ଥିବା ବେଳେ ଅନେକ ଧନ ଜୀବନ ହାନିର ଆଶଙ୍କା ରହିଛି ।

ତେବେ ପୁରୀ ପୋଲିସ ଢିଲା ମନୋବୃତ୍ତି ନଦେଖାଇ ବନ୍ଧୁକ କାରବାର ରୋକ ଲଗାଇବା ପାଇଁ କଡ଼ା ପଦକ୍ଷେପ ନେବାକୁ ଦାବି ହୋଇଛି । ସ୍ଵତନ୍ତ୍ର ପୋଲିସ ଟିମ୍‌ ଗଠନ ସହ ପୁରୀ ସହରର ସମସ୍ତ ପ୍ରଵେଶ ପଥରେ ଚେକିଂକୁ କଡ଼ାକଡ଼ି କରିବାକୁ ଦାବି ହୋଇଛି । ବିଶେଷ କରି ପୁରୀ ପୋଲିସର ଗୁଇନ୍ଦା ବିଭାଗ ସକ୍ରିୟ ହେବାର ଆବଶ୍ୟକତା ଥିବା ବୁଦ୍ଧିଜୀବୀ କହିଛନ୍ତି । ନଚେତ ପୁରୀ ଭଳି ଆଧ୍ୟାତ୍ମିକ ନଗରୀ ଅଶାନ୍ତ ହେଲେ ଏକ ନକାରାତ୍ମକ ଭାବନା ସାରା ବିଶ୍ଵକୁ ଯିବ ବୋଲି ଆଇନିଜୀବି ମତବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Apr 9, 2023, 8:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.