ETV Bharat / state

ପୁରୀରେ ଦାଦାବଟି ନେଇ ପୋଲିସର ଚଢାଉ, 20 ଗିରଫ

author img

By

Published : Mar 28, 2021, 5:36 PM IST

ପୁରୀରେ ଦାଦାବଟିକୁ ନେଇ ପୋଲିସ ଚଢାଉ କରି 20 ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ପୁରୀରେ ଦାଦାବଟି ନେଇ ପୋଲିସର ଚଢାଉ, 20 ଗିରଫ
ପୁରୀରେ ଦାଦାବଟି ନେଇ ପୋଲିସର ଚଢାଉ, 20 ଗିରଫ

ପୁରୀ: ଜିଲ୍ଲାରେ ଦାଦାବଟି ଆଦାୟ କରାଯାଉଥିବା ସମ୍ପର୍କରେ ପୋଲିସ ଖବର ପାଇବା ପରେ ଚଢାଉ କରିଛି । ଦାଦାବଟିକୁ ନେଇ ହୋଇଥିବା ପୋଲିସର ସ୍ପେଶାଲ ଡ୍ରାଇଭରରେ 20 ଜଣଙ୍କୁ ଗିରଫ କରାଯାଇଛି ।

ପୋଲିସର ସୂଚନା ଅନୁଯାୟୀ ଏହି 20 ଜଣ ଅଭିଯୁକ୍ତମାନେ ପୁରୀ ସହରରେ ବିଭିନ୍ନ ଥାନା ଅଞ୍ଚଳରେ ଲୋକଙ୍କୁ ଭୟଭୀତ କରି ଦାଦାବଟି ଆଦାୟ କରୁଥିଲେ ଏବଂ ନ ଦେଲେ ଜୀବନରୁ ମାରି ଦେବାକୁ ଧମକ ଦେଉଥିଲେ । ତେବେ ଏ ନେଇ ପୋଲିସ ପାଖରେ ଅଭିଯୋଗ ପରେ ଏକ ସ୍ୱତନ୍ତ୍ର ଟିମ ଚଢାଉ କରି 20 ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ତେବେ ଦାଦାବଟି ମାଗୁଥିବା ବ୍ୟକ୍ତିଙ୍କୁ ନ ଡରି ପୋଲିସକୁ ଖବର ଦେଲେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି କେ ବିଶାଳ ସିଂ ସୂଚନା ଦେଇଛନ୍ତି । ଅଭିଯୋଗ ନେଇ ଏକ ହ୍ଵାଟ୍ସଆପ ନମ୍ବର 9437378000 ଜାରି କରାଯାଇଛି । ଜନ ସାଧାରଣମାନେ ଏହି ନମ୍ବରରେ ଯୋଗଯୋଗ କରି ଅଭିଯୋଗ କଲେ ଅଭିଯୋଗକାରୀଙ୍କ ନାମ ଗୋପନ ରଖାଯାଇ ତଦନ୍ତ କରାଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.