ETV Bharat / state

ସରିଲା ପିପିଲି ମତଦାନ: EVMରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ, 3ରେ ଜନାଦେଶ - ପିପିଲି ଉପନିର୍ବାଚନ

ଆଜି ପିପିଲି ଫାଇଟ: କଟକଣା ଭିତରେ ଚାଲିବ ମତଦାନ

author img

By

Published : Sep 30, 2021, 7:05 AM IST

Updated : Sep 30, 2021, 8:09 PM IST

19:56 September 30

ସରିଲା ପିପିଲି ମତଦାନ: EVMରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ, 3ରେ ଜନାଦେଶ

ବହୁ ପ୍ରତୀକ୍ଷିତ ପିପିଲି ଉପନିର୍ବାଚନ ଭୋଟିଂ ଶେଷ ହୋଇଛି। କାଁ ଭାଁ ଅସନ୍ତୋଷ ମଧ୍ୟରେ ଶେଷ ହେଲା ମତଦାନ। ସଂନ୍ଧ୍ୟା  5ଟା ସୁଦ୍ଧା 68.04 ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ। ଇଭିଏମରେ ସିଲ ହେଲା 10 ପ୍ରାର୍ଥୀଙ୍କ ଭାଗ୍ୟ। 3  ତାରିଖରେ ମତଗଣନା ସହ ପ୍ରକାଶ ପାଇବ ଫଳାଫଳ । 

17:26 September 30

ପିପିଲି ଉପନିର୍ବାଚନ, ସଂନ୍ଧ୍ୟା 5ଟା ସୁଦ୍ଧା 68.04 ପ୍ରତିଶତ ମତଦାନ

ପିପିଲି ଉପନିର୍ବାଚନ

ପିପିଲିରେ ଜାରି ରହିଛି ମତଦାନ। ସଂନ୍ଧ୍ୟା 5ଟା ସୁଦ୍ଧା 68.04 ପ୍ରତିଶତ ମତଦାନ । ପ୍ରେସମିଟରେ ମୁଖ୍ୟ ନର୍ବାଚନ ଅଧିକାରୀଙ୍କ ସୂଚନା । 

16:29 September 30

ପିପିଲିରେ ଜାରି ରହିଛି ମତଦାନ, ସଂନ୍ଧ୍ୟା 5.30 ପରେ ଭୋଟ ଦେବେ କୋଭିଡ ସଂକ୍ରମିତ ଭୋଟର

ପୁରୀ: ପିପିଲି ଉପନିର୍ବାଚନ ନେଇ ମତଦାନ ଜାରି ରହିଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ବ କେସନ ହରିଚନ୍ଦନ ମହାପାତ୍ର ନିଜ ମତ ସାବ୍ୟସ୍ତ କରିଛନ୍ତି। ଅନ୍ୟପଟେ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଯେଉଁମାନେ ନିଜେ ଆସି ମତଦାନ କେନ୍ଦ୍ରରେ  ପହଞ୍ଚିବା ସ୍ଥିତିରେ ନାହାନ୍ତି ପ୍ରଶାସନ ପକ୍ଷରୁ ନିଯୁକ୍ତ ସ୍ବେଚ୍ଛାସେବୀମାନଙ୍କ ଦ୍ବାରା ତାଙ୍କୁ ଘରୁ ଅଣାଯାଇ ମତଦାନ କେନ୍ଦ୍ରରେ ପହଞ୍ଚାଇ ମତଦାନ ପରେ ଘରେ ନେଇ ଛଡାଯିବାର ବ୍ୟବସ୍ଥା କରାଯାଇଛି । ଏହି ବ୍ୟବସ୍ଥା କୁ ଜନସାଧାରଣ ସ୍ବାଗତ କରିଛନ୍ତି। 

ଅନ୍ୟପଟେ ପିପିଲି ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି। ବରିଷ୍ଠ ପୋଲିସ ଅଧିକାରୀମାନେ ବୁଥକୁ ବୁଥ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସେହିପରି ପିପିଇ କୀଟ ପିନ୍ଧି ପୋଲିଂ ଅଧିକାରୀମାନେ ମତଦାନ ପ୍ରକ୍ରିୟା ପରିଚାଳନା କରୁଛନ୍ତି । ସନ୍ଧ୍ୟା 5 ଟା ପରେ ବୁଥ ଖାଲି ହେବା ସହ କୋଭିଡ ସଂକ୍ରମିତ ଭୋଟରମାନେ ଭୋଟ ଦେବାର ଗାଇଡ଼ଲାଇନ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,  ଇଟିଭି ଭାରତ

15:17 September 30

ଦିନ 3ଟା ସୁଦ୍ଧା 59.72% ମତଦାନ

ପିପିଲିରେ ଜାରି ରହିଛି ମତଦାନ। ଦିନ 3ଟା ସୁଦ୍ଧା 59.72% ମତଦାନ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା।

13:28 September 30

ଦିନ 3ଟା ସୁଦ୍ଧା 59.72% ମତଦାନ

ଶାନ୍ତି ଶୃଙ୍ଖଳାର ସହ ପିପିଲିରେ ଚାଲିଛି ଭୋଟିଂ  । ଦିନ 3ଟା ସୁଦ୍ଧା 59.72% ମତଦାନ  ।

11:11 September 30

୧୧ଟା ସୁଦ୍ଧା ୨୪.୭୬% ମତଦାନ

ପିପିଲି ଉପନିର୍ବାଚନ

କଟକଣାରେ ସୁରୁଖୁରୁରେ ଭୋଟ ଦେଉଛନ୍ତି ପିପିଲିବାସୀ  । ଧୀରେ ଧୀରେ ବଢୁଛି ମତଦାତାଙ୍କ ସଂଖ୍ଯା  । ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ୨୪.୭୬ ପ୍ରତିଶତ ମତଦାନ ହୋଇଛି  ।  

10:08 September 30

ଭୋଟ ଦେଲେ ବିଶ୍ବକେଶନ

ଭୋଟ ଦେଲେ କଂଗ୍ରେସ ପ୍ରାର୍ଥୀ  । କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ମତଦାନ କରିଛନ୍ତି  । 

09:56 September 30

ଭୋଟ୍ ଦେଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ

 ଭୋଟ୍ ଦେଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । କଡା ସୁରକ୍ଷାରେ ଚାଲିଛି ଭୋଟିଂ। ସକାଳ ୯ଟା ସୁଦ୍ଧା ୭.୮୦ ପ୍ରତିଶତ ଭୋଟ ଦାନ ।  

09:08 September 30

ପିପିଲିରେ ଭୋଟ କେନ୍ଦ୍ର ବୁଲି ସ୍ଥିତି ସମୀକ୍ଷା କଲେ ପୁରୀ ଏସପି

ପିପିଲିରେ ଭୋଟ କେନ୍ଦ୍ର ବୁଲି ସ୍ଥିତି ସମୀକ୍ଷା କଲେ ପୁରୀ ଏସପି । ମତଦାନ ପ୍ରକ୍ରିୟା ସ୍ବାଭାବିକ ଚାଲିଛି । ଉତ୍ତେଜନାପ୍ରବଣ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଏସଏଫ ଯବାନ ମୁତୟନ ହୋଇଛନ୍ତି । ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି ବୋଲି କହିଲେ ଏସପି  ।  

09:02 September 30

ପରିବାର ସହ ଭୋଟ ଦେଲେ ରୁଦ୍ର

ପରିବାର ସହ ଭୋଟ ଦେଲେ ରୁଦ୍ର
ପରିବାର ସହ ଭୋଟ ଦେଲେ ରୁଦ୍ର

 ଶାନ୍ତି ଶୃଙ୍ଖଳାର ସହ ପିପିଲିରେ ଜାରି ରହିଛି ଭୋଟ ପ୍ରକ୍ରିୟା  । ପରିବାର ସହ ଭୋଟ ଦେଲେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ  । ସେ ପାଣିଦୋଳ କଣ୍ଟିର ୧୩୩(A) ବୁଥରେ ମତଦାନ କରିଛନ୍ତି  । 

08:35 September 30

ପିପିଲିର ତିନୋଟି ବୁଥରେ ଇଭିଏମ ଅଚଳ

ପିପିଲିର ତିନୋଟି ବୁଥରେ ଇଭିଏମ ଅଚଳ

ପିପିଲିର ତିନୋଟି ବୁଥରେ ଇଭିଏମ ଅଚଳ  । ଇଭିଏମ ଅଚଳ ପରେ ମତଦାନ ପ୍ରକ୍ରିୟା ପ୍ରଭାବିତ  । ନୂଆଶାସନ ଦକ୍ଷିଣ ସାହିର ୨୦୩ ନଂର ବୁଥ, ୧୩୯-A ଏବଂ 177 ନଂ ବୁଥରେ ଇଭିଏମ ଅଚଳ ରହିଥିବା ସୂଚନା  । 

07:13 September 30

ପିପିଲିରେ ଆରମ୍ଭ ହେଲା ମତାଦନ

ପିପିଲିରେ ଆରମ୍ଭ ହେଲା ମତାଦନ

ପୁରୀ: ପିପିଲିରେ ଆରମ୍ଭ ହେଲା ମତଦାନ । ଭୋଟ ଦେଉଛନ୍ତି ପିପିଲିବାସୀ । ୩୪୮ ବୁଥରେ ଚାଲିଛି ମତଗ୍ରହଣ । ଏଥିପାଇଁ ଲାଗିଛି ଲମ୍ବା ଲାଇନ । ଉପନିର୍ବାଚନ ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି  । 

06:05 September 30

ଆଜି ପିପିଲି ଫାଇଟ: କଟକଣା ଭିତରେ ଚାଲିଛି ମତଦାନ

ଆଜି ପିପିଲି ଫାଇଟ: ଆରମ୍ଭ ହେଲା ମତଦାନ

ପୁରୀ: ଆଜି ବହୁ ପ୍ରତୀକ୍ଷିତ ପିପିଲି ଉପନିର୍ବାଚନ  । ମହାରଥୀଙ୍କ ଗଡ ପିପିଲି ଏଥର କାହାର ହେବ ତାହା ନିର୍ଦ୍ଧାରଣ କରିବେ ଭୋଟର  । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ମତଦାନ । କୋଭିଡ କଟକଣା ଭିତରେ 348 ମତଦାନ କେନ୍ଦ୍ରରେ ମତଦାନ ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି  । ମୋଟ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ମତଦାନ କରିବେ । ଉପ ନିର୍ବାଚନରେ ମୋଟ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି ।

ପ୍ରତି ବୁଥରେ ୧୦୦୦ ଜଣ ମତଦାତା ଭୋଟ ଦେଇପାରିବେ । ଏହି ସମୟରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ ବ୍ୟବସ୍ଥା କରାଯିବ । ସେହିପରି ସମସ୍ତ ଭୋଟର ଭୋଟ ପରିଚୟପତ୍ର ସମେତ ଅନ୍ୟ ୧୧ଟି ପରିଚୟ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ଭୋଟ ଦେଇପାରିବେ । ନିର୍ବାଚନକୁ ମୁକ୍ତ ଏବଂ ଅବାଧ କରିବା ପାଇଁ ପ୍ରଶାସନ ଉଦ୍ୟମ ଚଳାଇଛି । ମତଦାନ ପୂର୍ବରୁ ସମସ୍ତ ବୁଥରେ ମକ ପୋଲ ଅନୁଷ୍ଠିତ ହୋଇଥିଲା  । ସବୁ ଦଳର ଏଜେଣ୍ଟଙ୍କ ଉପସ୍ଥିତରେ ଏହି ମକ ପୋଲ ହୋଇଛି ।

ମୋଟ ୩୪୮ଟି ବୁଥ ମଧ୍ୟରୁ ୧୦୨ଟି ଅତି ସମ୍ବେଦନଶୀଳ ଓ ୭୩ଟି ସମ୍ବେଦନଶୀଳ ବା ମୋଟ ୧୭୫ଟି ବୁଥରେ ୱେବକାଷ୍ଟିଂ, ୨୩ଟିରେ ମାଇକ୍ରୋ ପର୍ଯ୍ୟବେକ୍ଷକ ଅବସ୍ଥାପିତ ସହ ୧୨ଟି ବୁଥରେ ଭିଡିଓ ଉତ୍ତୋଳନ କରାଯାଇଛି । ଏତଦ୍ ବ୍ୟତୀତ ୨୦ଟି ଆଦର୍ଶ ମତଦାନ କେନ୍ଦ୍ର ମଧ୍ୟ ରହିଛି  । ଉପ ନିର୍ବାଚନ ନିମନ୍ତେ ପ୍ରାୟ ୨ ହଜାର ପୋଲିଂ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି ଏବଂ ୫୦୦ଟି ଗାଡି ମୁତୟନ କରାଯାଇଛି ।  ପ୍ରାୟ ୭୦ଟି ରିଜର୍ଭ ପୋଲିଂ ପାର୍ଟି ରଖାଯାଇଛି  । ସେହିଭଳି ୧୯୮୩ ସୁରକ୍ଷାକର୍ମୀ ମୁତୟନ ସହ ୩୨ଟି ମୋବାଇଲ ଟିମ୍ ନିୟୋଜିତ ରହିଛନ୍ତି  ।

ପିପିଲି ଉପ ନିର୍ବାଚନର ମତଦାନ ନିମନ୍ତେ ଦିବ୍ୟାଙ୍କ ଭୋଟରମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି  । ପ୍ରତ୍ୟେକ ବୁଥ ଅର୍ଥାତ୍ ୩୪୮ଟିରେ ହ୍ବିଲ ଚେୟାର ଓ ରାମ୍ପ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ଘରୁ ଓ ବୁଥକୁ ନେବା ଆଣିବା କରିବା ପାଇଁ ସ୍ବତନ୍ତ୍ର ବାହାନ ବ୍ୟବସ୍ଥା କରାଯାଇଛି  । ଏଥିପାଇଁ ଡେଲାଙ୍ଗ ବ୍ଲକରେ ୭୧ ଏବଂ ପିପିଲି ବ୍ଲକରେ ୨୮ଟି ଗାଡି ନେବା ଆଣିବା ପାଇଁ ରଖାଯାଇଛି । ସେମାନଙ୍କୁ ସହଯୋଗ କରିବାକୁ ଜାତୀୟ ସେବା ସଂସ୍ଥା, ନେହେରୁ ଯୁବ କେନ୍ଦ୍ର, ସ୍ବୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ବେସରକାରୀ ସଂସ୍ଥାର ସେଚ୍ଛାସେବୀ ନିୟୋଜିତ ଅଛନ୍ତି । ବୁଥରେ କୋଭିଡ କଟକଣା କଡାକଡି ଭାବେ ପାଳନ କରିବା ଯଥା- ସାମାଜିକ ଦୂରତ୍ବ, ମାସ୍କ ବ୍ୟବହାର, ହାତ ଧୋଇବା ଓ ସାନିଟାଇଜର ବ୍ୟବହାର ଏବଂ ମତଦାନ ସମୟରେ ହାତରେ ଗ୍ଲୋଭ୍ସ ବ୍ୟବହାର କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ମତଦାତାମାନଙ୍କୁ ନିବେଦନ କରିଛନ୍ତି ।

ପୂର୍ବରୁ ପ୍ରଥମେ ଏପ୍ରିଲ ୧୬ରେ ପିପିଲି ପାଇଁ ଭୋଟ୍ ପଡିବାକୁ ଥିବାବେଳେ ୧୩ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହେବାରୁ ନିର୍ବାଚନ ସ୍ଥଗିତ ହେଲା  । ପରେ କୋରୋନା ପାଇଁ ମେ ୧୬ରେ ମଧ୍ୟ ନିର୍ବାଚନ ହୋଇପାରିଲା ନାହିଁ । ଶେଷରେ ବହୁ ପ୍ରତୀକ୍ଷା ପରେ ଆଜି ମତଦାନ ହେବ  ଏବଂ ଆସନ୍ତା ୩ ତାରିଖରେ ହେବ ଭୋଟ ଗଣତି ।  

Last Updated : Sep 30, 2021, 8:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.