ETV Bharat / state

ଆଜି ଶ୍ରୀଜିଉଙ୍କ ପଇତା ଲାଗି ନୀତି, 4 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି । ଏହି ନୀତି ଅବସରରେ ଅପରାହ୍ନ 5ଟା ରୁ ରାତ୍ର 9ଟା ଯାଏ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ଅଧିକ ପଢ଼ନ୍ତୁ

paitalagi ritual of lord Jagannath at sri mandir
ଆଜି ଶ୍ରୀଜିଉଙ୍କ ପଇତା ଲାଗି ନୀତି, 4 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
author img

By

Published : Nov 19, 2022, 9:33 AM IST

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏହି ବିଶେଷ ନୀତି ପାଇଁ ଅପରାହ୍ନ 5ଟା ରୁ ରାତ୍ର 9 ଟା ଯାଏ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଏହା ଶ୍ରୀଜିଉଙ୍କ ଏକ ଗୁପ୍ତ ନୀତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଶ୍ରୀଜୀଉମାନଙ୍କ ପଇତା ଲାଗି ନୀତି ଦ୍ଵିତୀୟ ଭୋଗମଣ୍ଡପ ଶେଷ ପରେ ଅନୁଷ୍ଠିତ ହେବ । ଏହି ପଇତା ଲାଗି ସେବା ଦଇତାପତି ସେବକ ମାନଙ୍କର ଏକ ଗୋଷ୍ଠୀଗତ ସେବା ଅଟେ । ଶ୍ରୀଜୀଉମାନଙ୍କ ଠାରେ ଦୈନନ୍ଦିନ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ନିମନ୍ତେ ମହାପ୍ରଭୁର ପଇତା ଲାଗି କରାଯାଇଥାଏ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଟରା ସେବକଙ୍କୁ ପଇତା ବୋଳିବା ପାଇଁ ତିନି ରଙ୍ଗର ବାସୁଙ୍ଗାପାଟ ଯୋଗାଯାଇଥାଏ । ପାଟରା ସେବକ ଉକ୍ତ ବାସୁଙ୍ଗା ପାଟ ନେଇ ଶ୍ରୀଲକ୍ଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳିଥାନ୍ତି । ପଇତା ବୋଳି ସାରି ପାଟରା ସେବକ ଉକ୍ତ ଦିନ ଦେଉଳ କାରଣଙ୍କୁ ଯୋଗାଇଥାନ୍ତି । ଏହା ଏକ ଗୁପ୍ତ ନୀତି ହୋଇ ଥିବାରୁ ପଇତାଲାଗି ନୀତି ସମୟରେ ସାଧାରଣ ଦର୍ଶନ ବନ୍ଦ ରହେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.