ETV Bharat / state

ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲା ସ୍କୁଲରେ ନାହାନ୍ତି ଶିକ୍ଷକ, ଅନ୍ଧାରରେ ପିଲାଙ୍କ ଭବିଷ୍ୟତ - ସ୍କୁଲରେ ନାହାନ୍ତି ଶିକ୍ଷକ

ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ଶିକ୍ଷାର ମାନକୁ ନେଇ ଉଠିଲା ପ୍ରଶ୍ନ । 8ଟି କ୍ଲାସ ପାଇଁ ରହିଛନ୍ତି ଜଣେ ମାତ୍ର ଶିକ୍ଷକ। ଆନ୍ଦୋଳନ ଚେତାବନୀ ଦେଲେ ଅଭିଭାବକ । ଅଧିକ ପଢ଼ନ୍ତୁ

teacher problem in puri
ସ୍କୁଲରେ ନାହାନ୍ତି ଶିକ୍ଷକ, ଅନ୍ଧାରରେ ପିଲାଙ୍କ ଭବିଷ୍ୟତ
author img

By

Published : Jul 31, 2022, 9:51 AM IST

ପୁରୀ: ସରକାରୀ ବିଦ୍ୟାଳୟରେ ଶିକ୍ଷାର ମାନବୃଦ୍ଧି ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ମାଗଣା ପୁସ୍ତକଠାରୁ ଆରମ୍ଭ କରି ପୋଷାକ, ମଧ୍ୟାହ୍ନ ଭୋଜନ ଭଳି ସୁବିଧା ଯୋଗାଇ ଦିଆଯାଉଛି । ବିଭିନ୍ନ ସମୟରେ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ବିଭିନ୍ନ ସ୍କୁଲ ପରିଦର୍ଶନ କରି ଯାଞ୍ଚ କରୁଛନ୍ତି । କିନ୍ତୁ ଏସବୁ ଭିତରେ ସରକାରୀ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁଥିବା ମନେ ହେଉନାହିଁ । ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି, ହେଲେ ଶିକ୍ଷକ ମାତ୍ର ଜଣେ । ଏହା କୌଣସି ଉପାନ୍ତ ଜିଲ୍ଲାର ସ୍ଥିତି ନୁହେଁ । ବରଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ପୁରୀ ଜିଲ୍ଲାରେ ଶିକ୍ଷାର ମାନକୁ ନେଇ ଏଭଳି ପ୍ରଶ୍ନ ଉଠିଛି ।

ସ୍କୁଲରେ ନାହାନ୍ତି ଶିକ୍ଷକ

ପୁରୀ ସଦର ବ୍ଲକ ବେଲଦଳ ପଞ୍ଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ସଙ୍ଗୀନ ଅବସ୍ଥା । ପ୍ରଥମରୁ ଅଷ୍ଟମ ଯାଏ ମୋଟ 8ଟି କ୍ଲାସ ପାଇଁ ରହିଛନ୍ତି ଜଣେ ମାତ୍ର ଶିକ୍ଷକ । ଫଳରେ ପାଠ ପଢା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି । ଗତ 6 ବର୍ଷ ହେବ ଏହି ସ୍କୁଲରେ ଶିକ୍ଷକ ସମସ୍ୟା ଲାଗିରହିଛି। ବାରମ୍ବାର ଅଭିଭାବକ ମାନେ ପୁରୀ ଜିଲା ଶିକ୍ଷା ଅଧିକାରୀ, ଜିଲ୍ଲାପାଳଙ୍କୁ ସମସ୍ୟା ନେଇ ଅବଗତ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଏନେଇ ପୁନର୍ବାର ଅଭିଭାବକମାନେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟି ଶିକ୍ଷକ ସମସ୍ୟା ସମାଧାନ ପାଇଁ ନିବେଦନ କରିଛନ୍ତି । ଦାବି ପୂରଣ ନହେଲେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.