ETV Bharat / state

ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଜାରି ହେଲା ନୂଆ SOP - new SOP from today

କୋରୋନା ମହାମାରୀକୁ ପ୍ରତିହତ କରିବାକୁ ଭକ୍ତମାନେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନୂଆ ଏସଓପି ଲାଗୁ କରାଯାଇଛି। ଅଧିକ ପଢନ୍ତୁ...

ଶ୍ରୀମନ୍ଦିରରେ ଲାଗୁ ନୂଆ SOP ବ୍ୟବସ୍ଥା
ଶ୍ରୀମନ୍ଦିରରେ ଲାଗୁ ନୂଆ SOP ବ୍ୟବସ୍ଥା
author img

By

Published : Apr 19, 2021, 2:50 PM IST

ପୁରୀ: ଆଜି(ସୋମବାର)ଠାରୁ ଜଗା ଦର୍ଶନ ପାଇଁ କଡାକଡି ହୋଇଛି କୋଭିଡ ନିୟମ । କୋରୋନା ମହାମାରୀକୁ ପ୍ରତିହତ କରିବାକୁ ଭକ୍ତମାନେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନୂଆ ଏସଓପି ଲାଗୁ କରାଯାଇଛି।

ଶ୍ରୀମନ୍ଦିରରେ ଲାଗୁ ନୂଆ SOP ବ୍ୟବସ୍ଥା, ଜଗା ଦର୍ଶନ କଲେ ଭକ୍ତ

ସୋମବାର ଠାରୁ ରାଜ୍ଯ ବାହାର ଭକ୍ତଙ୍କ ପାଇଁ ଆରଟି-ପିସିଆର ନେଗେଟିଭ ପ୍ରମାଣପତ୍ର କିମ୍ବା କୋଭିଡ ଟିକାର ଦୁଇଟି ଡୋଜ ନେଇଥିବା ପ୍ରମାଣପତ୍ର ବାଧ୍ଯତାମୂଳକ କରାଯାଇଛି । କିମ୍ବା ଗତ 4 ଦିନର କୋଭିଡ୍ ନେଗେଟିଭ ପ୍ରମାଣପତ୍ର ହେବା ଆବଶ୍ୟକ ।

ସେପଟେ ଆଜିଠାରୁ ସାନିଟାଇଜର ଓ ମାସ୍କ ବ୍ଯବହାର ନେଇ କଡାକଡି କରାଯାଇଛି। ଆଜିଠାରୁ ଭିତରକାଠ ବଦଳରେ ବାହାର କାଠ ନିକଟରୁ ସର୍ବସାଧାରଣ ଦର୍ଶନ କରାଯାଉଛି । ଶ୍ରୀମନ୍ଦିର ଭିତରେ କୋଭିଡ୍ ଗାଇଡଲାଇନ ଅନୁପାଳନ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।

ବିନା ମାସ୍କରେ କୌଣସି ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯାଉ ନଥିବାବେଳେ ହାତ ସାନିଟାଇଜ କରିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି । ଓଡିଶାର ଭକ୍ତମାନେ ଦୁଇଟି କାଉଣ୍ଟରରେ ପରିଚୟ ପତ୍ର ଦେଖାଇ ଯିବାର ବ୍ୟବସ୍ଥା ଥିବାବେଳେ ରାଜ୍ୟ ବାହାର ଭକ୍ତମାନେ ଅନ୍ୟ ଦୁଇଟି କାଉଣ୍ଟରରେ କୋଭିଡ ଗାଇଡ଼ଲାଇନ ଦ୍ବାରା ଜରୁରୀ କାଗଜପତ୍ର ଦେଖାଇ ମହାପ୍ରଭୁଙ୍କ ଦର୍ଶନ ଲାଭ କରୁଛନ୍ତି। ତେବେ ପ୍ରଶାସନର ନୂଆ ବ୍ୟବସ୍ଥାକୁ ଭକ୍ତମାନେ ସ୍ୱାଗତ କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.