ETV Bharat / state

ପୁରୀରେ ଲୁଟେରାଙ୍କ ଉତ୍ପାତ, ଘରର ଝରକା ତାଡି ଲୁଟିନେଲେ ଟଙ୍କା ଓ ଗହଣା

author img

By ETV Bharat Odisha Team

Published : Dec 19, 2023, 10:06 AM IST

Miscreants looted cash in Puri: ଘରର ଝରକା ତାଡ଼ି ଏଲ୍‌ଇଡି ଟିଭି ସହ ସୁନା ଅଳଙ୍କାର ଲୁଟିଲେ ଚୋର । ତନାଘନା କରୁଛି ପୋଲିସ । ଅଧିକ ପଢ଼ନ୍ତୁ

miscreants loot cash and gold jewelry
ପୁରୀରେ ଲୁଟେରାଙ୍କ ଉତ୍ପାତ

ପୁରୀ: ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୃତ୍ତ । ଝରକା ତାଡ଼ି ଘରେ ପଶି ଲୁଟି ନେଲେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଓ ଏଲ୍ଇଡି ଟିଭି । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଏଭଳି ଘଟଣା ଘଟିଛି ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସିଦ୍ଧମହାବୀର ନିକଟ ନୀଳଚକ୍ର ନଗରରେ । ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସନ୍ତୋଷ ବେହେରା । ପ୍ରାୟ 5ରୁ 6 ଲକ୍ଷ ଟଙ୍କାର ଚୋରି ହୋଇଥିବା ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ।

ସେ ଭଦ୍ରକର ଏକ ଘରୋଇ ଅନୁଷ୍ଠାନରେ ଚାକିରି କରୁଥିବା ବେଳେ ପୁରୀ ନୀଳଚକ୍ର ନଗରରେ ତାଙ୍କ ଝିଅ ଓ ଶାଶୁ ଭଡ଼ା ଘରେ ରହୁଛନ୍ତି । ଗତ ରାତିରେ ଲୁଟେରାମାନେ ତାଙ୍କ ରୋଷେଇ ଘର ଝରକା ତାଡ଼ି ଘର ମଧ୍ୟକୁ ପ୍ରବେଶ କରିଥିଲେ । ଏହାପରେ ଗଡ୍ରେଜ୍‌ ଭାଙ୍ଗି ନଗଦ ଦୁଇଲକ୍ଷ ଟଙ୍କା, ସୁନା ଅଳଙ୍କାର ଓ କାନ୍ଥରେ ଲାଗିଥିବା ଏଲ୍ଇଡି ଟିଭି ଚୋରି କରିନେଇଥିବା ସନ୍ତୋଷ ତାଳବଣିଆ ଥାନାରେ ଅଭିଯୋଗ କରିଛନ୍ତି ।‌ ଏନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ଲୁଟେରାମାନଙ୍କୁ ଧରିବାରେ ବର୍ତ୍ତମାନ ସୁଦ୍ଧା ପୋଲିସ ସକ୍ଷମ ହୋଇନାହିଁ । ପୁରୀ ସହରରେ ଦିନକୁ ଦିନ ଚୋରି ବଢ଼ୁଥିବା ବେଳେ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରୁନଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଲୁଟେରାମାନେ ବିଭିନ୍ନ ସମୟରେ ଘରେ ପଶି ଲୁଟପାଟ୍ କରୁଛନ୍ତି।

ଏହା ମଧ୍ୟ ପଢନ୍ତୁ-ସାକ୍ଷୀଗୋପାଳ ମନ୍ଦିରରୁ ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଲୁଟ, ୨ ଗିରଫ

ଦିନକ ତଳେ ପୁରୀ ପୋଲିସ୍ ସ୍ଵତନ୍ତ୍ର ଡ୍ରାଇଭ୍ କରି 14 ଜଣ ଡକାୟତଙ୍କୁ ଗିରଫ କରିଥିଲା । ପୁରୀରେ ଲୁଟପାଟ କରୁଥିବା ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ହେଲେ ପୋଲିସକୁ ଖାତିର ନକରି ଘରୁ ଗୋଟିଏ ପରେ ଚୋରି ଘଟଣା ଘଟାଇବାରେ ଲାଗିଛନ୍ତି ଦୁର୍ବୃତ୍ତ । ଯାହା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେବେ ଲୁଟପାଟ କରୁଥିବା ଗ୍ୟାଙ୍ଗ୍‌କୁ ପୋଲିସ୍ ତଦନ୍ତ କରି ଗିରଫ କରିବାକୁ ସାଧାରଣରେ ଦାବି ହୋଇଛି । ପୁରୀରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ହେବାରେ ଲାଗିଛି । ନିକଟରେ ସାକ୍ଷୀଗୋପାଳ ମନ୍ଦିରରୁ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ଦାନ ବାକ୍ସରୁ ସୁନା ଅଳଙ୍କାର ଓ ଟଙ୍କା ଲୁଟ ଘଟଣାରେ ଦୁଇ ଲୁଟେରାଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.