ETV Bharat / state

ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ଦୁର୍ବ୍ୟବହାର !

author img

By

Published : Jan 21, 2023, 9:30 PM IST

ଶନିବାର ଚତୁର୍ଥ ପୁରୀ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ବପ୍ନାରାଣୀ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ତେବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ୧୮ ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟା କୁଞ୍ଜଲତା ସାମଲ ବୈଠକ ବର୍ଜନ କରିଥିଲେ । ଅଧିକ ପଢ଼ନ୍ତୁ

ପୁରୀ ଜିଲ୍ଲା ପରିଷଦ ବୈଠକ
ପୁରୀ ଜିଲ୍ଲା ପରିଷଦ ବୈଠକ
ପୁରୀ ଜିଲ୍ଲା ପରିଷଦ ବୈଠକ

ପୁରୀ: ଡିଆରଡିଏ ସମ୍ମିଳନୀ କକ୍ଷରେ ଚତୁର୍ଥ ପୁରୀ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ବପ୍ନାରାଣୀ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଓ ପ୍ରକଳ୍ପର ତଥ୍ୟ ପ୍ରଦାନ କରିଥିଲେ । ସେପଟେ ମନ୍ତ୍ରୀ ସମୀର ଦାସ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ୧୮ ନଂ ଜୋନର ବରିଷ୍ଠ ଜିଲ୍ଲା ପରିଷଦ ସଦସ୍ୟା କୁଞ୍ଜଲତା ସାମଲ ବୈଠକ ବର୍ଜନ କରିଛନ୍ତି ।

ପୁରୀ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ବିଭିନ୍ନ ବ୍ଲକ୍ ଗୁଡ଼ିକରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ଅବ୍ୟବସ୍ଥା, ଠିକ୍ ସମୟରେ ହସ୍ପିଟାଲକୁ ଡାକ୍ତର ଓ କର୍ମଚାରୀ ଆସୁନଥିବା ନେଇ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବିଶେଷ କରି ପୁରୀ ସିଡିଏମଓଙ୍କର କାର୍ଯ୍ୟକଳାପକୁ ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା । ରାସ୍ତାଘାଟ, ବିଦ୍ୟୁତ୍ ସେବା, ପାନୀୟ ଜଳ ଯୋଗାଣ, ଡ୍ରେନେଜ୍ ବ୍ୟବସ୍ଥା, କେନାଲ୍ ଗୁଡିକରେ ଜଳସେଚନ ଅବ୍ୟବସ୍ଥାକୁ ନେଇ ବିଭାଗୀୟ ଅଧିକାରୀଙ୍କ ଉପରେ ଜିଲ୍ଲା ପରିଷଦ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଟାଟା ପାୱାର ପକ୍ଷରୁ ଲୋକଙ୍କୁ ନୋଟିସ୍ ନଦେଇ ଅତ୍ୟଧିକ ଜୋରିମାନା କରାଯାଉଥିବାରୁ ଏହାକୁ ନେଇ ବିଭାଗକୁ ସମାଲୋଚନା କରାଯାଇଥିଲା ।

ତେବେ ଲୋକଙ୍କର ଥିବା ବିଭିନ୍ନ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ପୁରୀ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ ପିନାକୀ ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ସେପଟେ ୧୮ ନଂ ଜୋନର ବରିଷ୍ଠ ଜିଲ୍ଲା ପରିଷଦ ସଦସ୍ୟା କୁଞ୍ଜଲତା ସାମଲ ବିଭିନ୍ନ ପ୍ରସଙ୍ଗ ଉଠାଇଥିବାବେଳେ ମନ୍ତ୍ରୀ ସମୀର ଦାସ ଏହାକୁ ଶୁଣି ନଥିବା ଅଭିଯୋଗ ହୋଇଛି । ମନ୍ତ୍ରୀ ଜିଲ୍ଲା ପରିଷଦ ସଦସ୍ୟାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିବା ସହ କୁଞ୍ଜଲତା ବୈଠକକୁ ବର୍ଜନ କରିଥିଲେ । ଏହାକୁ ନେଇ ସେ କ୍ଷୋଭ ପ୍ରକାଶ କରିଥିବାବେଳେ ଏହି ଅଭିଯୋଗକୁ ମନ୍ତ୍ରୀ ଖଣ୍ଡନ କରିଛନ୍ତି । ଜିଲ୍ଲା ପରିଷଦ ସଦସ୍ୟାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରାଯାଇଥିଲେ ହେଁ ସେ ବୈଠକକୁ ଆସିନଥିଲେ ବୋଲି ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.