ETV Bharat / state

ଅଚାନକ ସ୍କୁଲ ପରିଦର୍ଶନରେ ଗଣଶିକ୍ଷା ମନ୍ତ୍ରୀ, ଅନୁପସ୍ଥିତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

author img

By

Published : Mar 13, 2021, 7:24 PM IST

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି ପୁରୀ ଜିଲ୍ଲା ସ୍କୁଲକୁ ଅଚାନକ ଗସ୍ତ କରିଛନ୍ତି । ଅଧିକ ପଢନ୍ତୁ....

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି ପୁରୀ ଜିଲ୍ଲା ସ୍କୁଲକୁ ଅଚାନକ ଗସ୍ତ

ପୁରୀ: ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି ପୁରୀ ଜିଲ୍ଲା ସ୍କୁଲକୁ ଅଚାନକ ଗସ୍ତ କରିଥିଲେ । ସ୍କୁଲ ଗସ୍ତ ସମୟରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଅନୁପସ୍ଥିତ ଥିବା ମନ୍ତ୍ରୀ ଦେଖିବାକୁ ପାଇ ଗଭୀର ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା । ବିନା ଛୁଟି ଦରଖାସ୍ତରେ ଅନୁପସ୍ଥିତ ଥିବା 3ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ଗୋଟିଏ ଦିନର ଦରମା ବନ୍ଦ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି ।

ଅଚାନକ ସ୍କୁଲ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ, ଅନୁପସ୍ଥିତ ଶିକ୍ଷକଙ୍କୁ କାରଣ ଦର୍ଶାଓ ନୋଟିସ

ପୁରୀ ଜିଲ୍ଲା ସ୍କୁଲରେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନର ନୂତନ ଢାଞ୍ଚାରେ ପରୀକ୍ଷା କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ପରୀକ୍ଷା ଜାନୁଆରୀ, ଫେବୃଆରୀ ମାସରେ ହୋଇନାହିଁ ସେ ସମସ୍ତ ପରୀକ୍ଷା ମାର୍ଚ୍ଚ ମାସରେ ନୂତନ ଢାଞ୍ଚାରେ ହେବ । ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀମାନେ ନୂଆ ପ୍ରଣାଳୀରେ ପରୀକ୍ଷା କରିବା ଓ ଏହାକୁ ତଦାରଖ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଛାତ୍ରଛାତ୍ରୀ ମାନେ ନୂଆ ପରୀକ୍ଷା ଢାଞ୍ଚାକୁ ବୋର୍ଡର ଓ୍ବେବସାଇଟରୁ ଦେଖି ପରୀକ୍ଷା ଦେବାପାଇଁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.