ETV Bharat / state

ସରିଲା ଶ୍ରୀଜୀଉଙ୍କ ଅଧରପଣା ନୀତି, ତୃପ୍ତ ହେଲେ ଚଣ୍ଡୀ ଚାମୁଣ୍ଡା

ଶ୍ରୀଜୀଉଙ୍କ ଅଧରପଣା ନୀତି ସମ୍ପନ୍ନ ହୋଇଛି । ପଣା ପାଇ ଆତ୍ମତୃପ୍ତି ହେଲେ ଚଣ୍ଡୀ ଚାମୁଣ୍ଡା, ଅଶରୀରୀ, ଚିରୁଗୁଣି ଆଦି...

author img

By

Published : Jul 14, 2019, 9:51 PM IST

ଡିଜାଇନ ଫଟୋ

ପୁରୀ: ରଥାରୂଢ ଶ୍ରୀକ୍ଷେତ୍ର ସାଆନ୍ତଙ୍କ ସମ୍ପନ୍ନ ହୋଇଛି ଅଧରପଣା ନୀତି । ପ୍ରଥମେ ବଡ ଠାକୁର ବଳଭଦ୍ର ପରେ ଦେବୀ ସୁଭଦ୍ରା ଶେଷରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥରେ ଅଧରପଣା ନୀତି ସମ୍ପନ୍ନ ହୋଇଥିଲା । ରୀତିନୀତି ମୁତାବକ 9ଟି ତୁମ୍ବାକୃତି ମାଟିପାତ୍ରରେ ପ୍ରସ୍ତୁତ ପଣା ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥିଲା । ଶ୍ରୀଜୀଉମାନଙ୍କୁ ପଣା ଲାଗି ପରେ ତେତିଶି କୋଟି ଦେବା ଦେବୀ ଓ ଚଣ୍ଡୀ ଚାମଣ୍ଡାଙ୍କୁ ପଣା ଅର୍ପଣ ଉଦ୍ଦେଶ୍ୟରେ ମାଟି ପାତ୍ରଗୁଡିକୁ ରଥ ଉପରେ ଭଙ୍ଗା ଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ବିଶ୍ବାସ ରହିଛି, ରଥର ଚକ ଠାରୁ ଆରମ୍ଭ କରି ଧ୍ବଜ ନେତ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିଭିନ୍ନ ଦେବତା, ଋଷି, ଗନ୍ଧର୍ବ, ଯକ୍ଷ, ରକ୍ଷ, କିନ୍ନର, ଚଣ୍ଡି, ଚାମଣ୍ଡା, ଅଶରୀରୀ, ପିଶାଚ, ଯୋଗିନୀ ପ୍ରଭୃତିଙ୍କୁ ଆବାନ କରି ଅବସ୍ଥାପିତ କରାଯାଇଥାଏ । ଏହି ନବଦିନ ଯାତ୍ରାରେ ସେମାନେ ପ୍ରଭୁଙ୍କ ଅନୁଚର ଓ ରଥ ରକ୍ଷକ ଭାବେ ସେବା ପ୍ରଦାନ କରିଥାନ୍ତି । ଏହି ପଣା ପାଇବା ପରେ ସେମାନେ ମୁକ୍ତ ହୋଇଥାନ୍ତି ।

puri
ବଡ ଠାକୁର ବଳଭଦ୍ର

ତେବେ ଶ୍ରୀଜୀଉଙ୍କ ଅଧରକୁ ପଣା ସ୍ପର୍ଶ କରିଥିବାରୁ ଏହାକୁ ଅଧର ପଣା କୁହାଯାଏ । କ୍ଷୀର, ଛାଚି, ସର, ଛେନା, ନବାତ, ପାଚିଲା କଦଳୀ, ଗୋଲମରିଚ, ଜାଇଫଳ ଓ କର୍ପୁର ଭଳି ମୋଟ 9ଟି ଉପାଦାନ ମିଶ୍ରଣରେ ପଣା ଭୋଗ ପ୍ରସ୍ତୁତ ହୋଇଥାଏ । ଏହାପରେ ଗୋଟିଏ ରଥରେ 3ଟି ଲେଖାଏଁ କରି 3 ରଥରେ 9ଟି ତୁମ୍ବାକୃତି ମାଟି ପାତ୍ରରେ ଶ୍ରୀଜୀଉଙ୍କୁ ପଣା ଅର୍ପଣ କରାଯାଏ । ଏହି ଅଧରପଣା ନୀତି ପାଇଁ ପ୍ରସ୍ତୁତି ତଳିଚ୍ଛ ମହାପାତ୍ର, ଭିତରଚ୍ଛ ମହାପାତ୍ର, ପାଳିଆ ମହାସୁଆର, ପାଣିପଟ, ପୁଷ୍ପାଳକ ଓ ପତ୍ରିବଡ଼ୁ ଆଦି ସେବାୟତ ସହାୟତ କରିଥାନ୍ତି ।

puri
ଦେବୀ ସୁଭଦ୍ରା

ସେପଟେ ମହାପ୍ରଭୁଙ୍କ ଏହି ନୀତି ଦେଖିବାକୁ ପୁରୀକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ଭିଡକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

puri
କାଳିଆ ସାଆନ୍ତ

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

BLANK FOR LINK STORY  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.