ETV Bharat / state

ଅତିରିକ୍ତ ଏସପିଙ୍କ ପ୍ରତିଶ୍ରୁତି ପରେ କୋଣାର୍କରେ ସାମ୍ବାଦିକଙ୍କ ଧାରଣା ପ୍ରତ୍ୟାହୃତ

author img

By ETV Bharat Odisha Team

Published : Jan 3, 2024, 7:14 AM IST

Journalist Union Protest Withdrawn: କୋଣାର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ବୁମ ଠେଲି ଅପମାନିତ କରିଥିବା ଘଟଣା । ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଅତିରିକ୍ତ ଏସପିଙ୍କ ପ୍ରତିଶ୍ରୁତି । ଅଧିକ ପଢ଼ନ୍ତୁ

ସାମ୍ବାଦିକଙ୍କ ଧାରଣା
ସାମ୍ବାଦିକଙ୍କ ଧାରଣା
ସାମ୍ବାଦିକଙ୍କ ଧାରଣା

ନିମାପଡ଼ା: କୋଣାର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ବୁମ ଠେଲି ଅପମାନିତ କରିବା ଘଟଣା । ଏଏସଆଇର କର୍ମଚାରୀଙ୍କୁ ଗିରଫ ଦାବିରେ କୋଣାର୍କ ସାମ୍ବାଦିକ ମିଳିତ କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ କୋଣାର୍କ ଥାନା ସମ୍ମୁଖରେ ଦିଆଯାଇଥିଲା ଧାରଣା । ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବା ସହ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଅତିରିକ୍ତ ଏସପିଙ୍କ ପ୍ରତିଶ୍ରୁତି ପରେ ମଙ୍ଗଳବାର ଅପରାହ୍ନରେ ସାମ୍ବାଦିକଙ୍କ ଧାରଣା ପ୍ରତ୍ୟାହୃତ ହୋଇଛି ।

ତେବେ କୋଣାର୍କ ସୂର୍ଯ୍ୟ ମନ୍ଦିର ସୁରକ୍ଷା ଦାୟିତ୍ଵରେ ଥିବା ଏଏସଆଇର ମନମାନି ଦିନକୁ ଦିନ ବୃଦ୍ଧି ପାଉଥିବା ସାଧାରଣରେ ଅଭିଯୋଗ ହୋଇଛି । ଏପରିକି ଏଏସଆଇର କିଛି କର୍ମଚାରୀମାନେ କୋଣାର୍କର ସ୍ଥାନୀୟ ବାସିନ୍ଦା, ଫଟୋଗ୍ରାଫର, ଗାଇଡ୍ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଭିନ୍ନ ସମୟରେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଆସୁଥିଲା । ଏପରି ଦୁର୍ବ୍ୟବହାର ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଗତ ଡିସେମ୍ବର ୩୧ ତାରିଖରେ ଜଣେ ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପାଖକୁ ଯାଇଥିଲେ ।

ଏହି ସମୟରେ ସୂର୍ଯ୍ୟ ମନ୍ଦିରର ମୁଖ୍ୟ ଫାଟକ ସମ୍ମୁଖରେ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କରାଯାଉଥିବା ବେଳେ ଖବର ସଂଗ୍ରହ କରୁଥିବା ସମୟରେ ଜଣେ ଏଏସଆଇ କର୍ମଚାରୀ ସାମ୍ବାଦିକମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ । ଏନେଇ ସାମ୍ବାଦିକଙ୍କ ପକ୍ଷରୁ ଉକ୍ତ ଦିନ କୋଣାର୍କ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଥାନା ପକ୍ଷରୁ ୨୬୭/୨୩ରେ ମାମଲା ରୁଜୁ କରାଯାଇ ଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରାଯାଇ ନଥିବାରୁ ସାମ୍ବାଦିକମାନେ ଅସନ୍ତୋଷ ପ୍ରକାଶ କରିବା ସହ କୋଣାର୍କ ଥାନା ସମ୍ମୁଖରେ ଧାରଣା ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଏଏସ୍‌ଆଇଙ୍କ ଗୁଣ୍ଡାରାଜ; ସାମ୍ବାଦିକଙ୍କୁ କଲେ ଆକ୍ରମଣ

ଏହି ଧାରଣା ତୃତୀୟ ଦିନରେ ପହଞ୍ଚି ଥିବାବେଳେ ଧାରଣାସ୍ଥଳକୁ ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷୀକ ବିଷ୍ଣୁ ଚରଣ ପତି ପହଞ୍ଚି ଧାରଣାରତ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଆସନ୍ତା ୭ ଦିନ ମଧ୍ୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଗତ ୩୧ ତାରିଖ ଠାରୁ ଗଣଧାରଣା ଚାଲିଥିବା ବେଳେ ମଙ୍ଗଳବାର ସାମ୍ବାଦିକ ୫ ଜଣିଆ ଟିମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଥିଲେ । ପୁରୀ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗଣଧାରଣା ଠାରେ ପହଞ୍ଚି ୭ ଦିନ ମଧ୍ୟରେ ଅଣଓଡିଆ ଏଏସଆଇ ଅଫିସର ଓ କର୍ମଚାରୀଙ୍କୁ କୋଣାର୍କ ଥାନାକୁ ଡକାଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.