ETV Bharat / state

ଯୁବ ସ୍ଵେଚ୍ଛାସେବୀଙ୍କୁ ଦିଆଗଲା ସାମ୍ବାଦିକତା ପ୍ରଶିକ୍ଷଣ

ବାତ୍ୟା ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ନେଇ ଏଣିକି ସୂଚନା ପ୍ରଦାନ କରିବେ ସ୍ଵେଚ୍ଛାସେବୀ । ଏନେଇ କୋଣାର୍କରେ ଏକ ତିନିଦିନିଆ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ଅଧିକ ପଢନ୍ତୁ

ଯୁବ ସ୍ଵେଚ୍ଛାସେବୀଙ୍କୁ ଦିଆଗଲା ସାମ୍ବାଦିକତା ପ୍ରଶିକ୍ଷଣ
ଯୁବ ସ୍ଵେଚ୍ଛାସେବୀଙ୍କୁ ଦିଆଗଲା ସାମ୍ବାଦିକତା ପ୍ରଶିକ୍ଷଣ
author img

By

Published : Nov 1, 2022, 10:22 AM IST

Updated : Nov 1, 2022, 12:59 PM IST

ପୁରୀ: ସ୍ଵେଚ୍ଛାସେବୀଙ୍କୁ ଦିଆଗଲା ସାମ୍ବାଦିକତା ପ୍ରଶିକ୍ଷଣ । ଏଣିକି ସାମ୍ବାଦିକଙ୍କ ପରି ବାତ୍ୟା ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ନେଇ ସୂଚନା ପ୍ରଦାନ କରିବେ ସ୍ଵେଚ୍ଛାସେବୀ । ଏନେଇ କୋଣାର୍କ ଠାରେ ଏକ ତିନିଦିନିଆ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ୟୁନିସେଫ୍, କାରିତାସ, ପାଣ୍ଟିସ ଓ ୟୁଥ୍ ଫର୍ ୱାଟରର ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।

ଯୁବ ସ୍ଵେଚ୍ଛାସେବୀଙ୍କୁ ଦିଆଗଲା ସାମ୍ବାଦିକତା ପ୍ରଶିକ୍ଷଣ

ବାଲେଶ୍ଵର ଓ ପୁରୀ ଜିଲ୍ଲାର ବାତ୍ୟା ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ଵେଚ୍ଛାସେବୀ ଭାବେ କାର୍ଯ୍ୟ କରିଥିବା ଯୁବକ ଯୁବତୀ ସାମ୍ବାଦିକ ଭଳି ସୂଚନା ସଂଗ୍ରହ କରି ଠିକ ଭାବେ, ଠିକ୍ ସମୟରେ ଉପଯୁକ୍ତ ମଞ୍ଚରେ କିପରି ତୃଣମୂଳ ସ୍ତରର ସୁବିଧା ଅସୁବିଧାର କଥା ଉପସ୍ଥାପନ କରିପାରିବେ ସେ ସଂକ୍ରାନ୍ତରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା ।

ନିଜକୁ ମିଥ୍ୟା ଖବରଠାରୁ ଦୂରରେ ରଖି ବାସ୍ତବ ତଥ୍ୟକୁ ଉପସ୍ଥାପନ କରିବା ଦିଗରେ ନିଜକୁ ସମର୍ଥ କରିପାରିଲେ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ସ୍ବେଚ୍ଛାସେବୀମାନେ ପ୍ରଭାବିତ ଜନତାଙ୍କ ପାଖରେ ସୁବିଧା ସୁଯୋଗ ପହଞ୍ଚାଇପାରିବେ, ଏନେଇ ମତ ରଖିଛନ୍ତି ୟୁନିସେଫ ଓଡ଼ିଶାର କମ୍ୟୁନିକେସନ କନସଲଟାଣ୍ଟ । ଏହି ତାଲିମ ପାଇବା ପରେ ଯୁବ ସ୍ଵେଚ୍ଛାସେବୀମାନେ ସାଧାରଣ ଜନତା ଓ ସେବା ଯୋଗାଣକାରୀ ସଂସ୍ଥା, ସରକାର ଓ ସାମାଜିକ ବ୍ୟବସ୍ଥା ମଧ୍ୟରେ ଏକ ଦୃଢ଼ ଯୋଗସୂତ୍ରକାରି ହୋଇପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Nov 1, 2022, 12:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.