ETV Bharat / state

ଅନବସର ଦ୍ଵାଦଶୀ: ମହାପ୍ରଭୁଙ୍କ ସୁସ୍ଥତା ଖବର ପାଇ ଆନନ୍ଦିତ ଗଜପତି ମହାରାଜା

author img

By

Published : Jun 15, 2023, 9:38 PM IST

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ଅନବସର ନୀତି । ପରମ୍ପରା ଅନୁଯାୟୀ ମହାପ୍ରଭୁ ସୁସ୍ଥ ହୋଇଥିବା ବେଳେ ଏହି ବାର୍ତ୍ତା ଗଜପତି ମହାରାଜାଙ୍କୁ ଦିଆଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
ମହାପ୍ରଭୁଙ୍କ ସୁସ୍ଥତା ଖବର ପାଇ ଆନନ୍ଦିତ ଗଜପତି ମହାରାଜା

ପୁରୀ: ଆଜି ଅନବସର ଦ୍ଵାଦଶୀ ତିଥି । ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଆଜି ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଛି । ସେବାୟତମାନେ ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କର ସୁସ୍ଥତାର ବାର୍ତ୍ତା ଦେବା ସହ ରଥଯାତ୍ରା ନେଇ ପ୍ରସ୍ତୁତି କରିବାକୁ ଗଜପତିଙ୍କୁ ସେବାୟତମାନେ ଅବଗତ କରାଇଥିଲେ । ମହାପ୍ରଭୁଙ୍କ ସୁସ୍ଥତା ଖବର ପାଇ ଆନନ୍ଦିତ ହୋଇପଡ଼ିଛନ୍ତି ଗଜପତି ମହାରାଜା । ଗତକାଲି ଏକାଦଶୀ ତିଥିରେ ଦଶମୂଳ ମହୌଷଧ ଅର୍ପଣ ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ ।

ଦଇତା ପତି ସେବକ, ପତି ମହାପାତ୍ର ସେବକମାନେ ଆଜି ରୂପା ଥାଳିରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ବାହାରି ଥିବା ଚନ୍ଦନ, କରାଳ ଓ ପାଟଡୋର ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ଯାଇଥିଲେ । ଘଣ୍ଟ, ଛତା ଓ କାହାଳିର ପଟୁଆରରେ ଶ୍ରୀମନ୍ଦିରରୁ ତଳିଛ ମହାପାତ୍ର, ପ୍ରଧାନୀ ସେବକ, ପତିମହାପାତ୍ର, ଦଇତାପତି, ତଢ଼ାଉ ଦେଉଳ କରଣ, ବେହେରା କରଣ ଆଦି ସେବକମାନେ ଶ୍ରୀନହରରେ ପହଞ୍ଚି ଥିଲେ । ପରେ ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କର ସୁସ୍ଥତାର ବାର୍ତ୍ତା ଦେଇଥିଲେ । ଏଥି ସହିତ ରଥଯାତ୍ରା ନେଇ ପ୍ରସ୍ତୁତି କରିବାକୁ ଗଜପତିଙ୍କୁ ସେବାୟତମାନେ ଅବଗତ କରାଇଥିଲେ । ସ୍ନାନଯାତ୍ରାଠାରୁ ମହାପ୍ରଭୁ ଅଣସର ପିଣ୍ଡିରେ ବିରାଜମାନ ହୋଇଥିଲେ । ଜ୍ଵରରେ ପୀଡ଼ିତ ମହାପ୍ରଭୁଙ୍କର ଚାଲିଥିବା ପାରମ୍ପାରିକ ପୂଜା ଓ ଉପଚାର ।

ତେବେ ଅନବସରର ଦଶମୀ ତିଥି ଯାଏଁ ମହାପ୍ରଭୁଙ୍କୁ ସେବା ପୂଜା ବେଳେ ଲାଗି ହେଉଥିବା ଭୋଗ, ଫୁଲ ଆଦି ଅଣସର ଘରୁ ବାହାରକୁ ଆସିନଥାଏ। ମହାପ୍ରଭୁ ଏକାଦଶୀରେ ଦଶମୂଳ ମୋଦକ ସେବନ କରି ସୁସ୍ଥ ହୋଇ ଥାନ୍ତି। ଏହି ଖବର ଗଜପତିଙ୍କୁ ଦିଆଯାଏ । ସେଥିପାଇଁ ଅନବସର ଦ୍ଵାଦଶୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବାହାରିଥିବା ଚନ୍ଦନ, କରାଳକୁ ନେଇ ସେବାୟତମାନେ ଗଜପତିଙ୍କୁ ପ୍ରଦାନ କରିବା ସହ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଖବର ଦିଆଯାଏ । ଏହାକୁ ରାଜ ପ୍ରସାଦ ବିଜେ ନୀତି କୁହାଯାଏ । ତେବେ ଆସନ୍ତାକାଲି ମହାପ୍ରଭୁଙ୍କ ଘଣା ଲାଗି ନିତି ଅନୁଷ୍ଠିତ ହେବ।ଚତୁର୍ଦ୍ଦଶୀରେ ଦତ୍ତମହାପାତ୍ର ସେବକମାନେ ଦାରୁଦେବତାଙ୍କ ବନକଲାଗି ଲାଗି ନୀତି କରିବେ।

ଏହା ବି ପଢନ୍ତୁ- ୧୯ରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ମାତ୍ର 3ଘଣ୍ଟା ଦେଖିବେ ଭକ୍ତ

ଏହି ଉପଚାର ପରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ହେବ। ଗତକାଲି ଏକାଦଶୀ ତିଥିରେ ଦଶମୂଳ ମହୌଷଧ ଅର୍ପଣ ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ। ପୁଣି ପୂର୍ବ ଭଳି କୋଳାହଳମୟ ହୋଇ ଉଠିଛି ଶ୍ରୀମନ୍ଦିର। ଶୁକ୍ଳବସ୍ତ୍ର ପରିତ୍ୟାଗ କରି ଶ୍ରୀଜିଉ ରକ୍ତବର୍ଣ୍ଣ ବସ୍ତ୍ର ପରିଧାନ କରିଥିଲେ। ଶ୍ରୀବିଗ୍ରହ ଓ ଦଶ ଠାକୁରଙ୍କଠାରେ ଚନ୍ଦନଲାଗି ନୀତି ଅନୁଷ୍ଠିତ ହୋଇଥିଲା । ଚନ୍ଦନ ସର୍ବାଙ୍ଗ ସମୟରେ ଘଣ୍ଟ ବାଜିବା ସହ ବାଜିଛି ବିଜେ କାହାଳୀ ବାଜିଥିଲା । ଅନବସର ସମୟରେ ପ୍ରଥମ ଥର ତୁଳସୀ ଲାଗି ହୋଇଥିଲା । ୧୧ ଦିନର ନିରବଚ୍ଚିନ୍ନ ସେବାପୂଜା ପରେ ଖଳି ଲାଗି ଏକାଦଶୀ ଅବସରରେ ଶ୍ରୀଜିଉ ସୁସ୍ଥ ହୋଇ ପୁଣି ପୂର୍ବାବସ୍ଥାକୁ ଫେରିଛନ୍ତି। ଏକାଦଶୀ ତିଥିରେ ଅଣସର ଉପଚାର ବେଳେ ମହାପ୍ରଭୁଙ୍କୁ ଖଳିଲାଗି ହୋଇଥିଲା । ଦଶ ଅବତାର ଦିଅଁ ଓ ଶ୍ରୀବିଗ୍ରହଙ୍କଠାରେ ଏକତ୍ର ସର୍ବାଙ୍ଗ ବଢିଥିଲା ।

ଚନ୍ଦନ, କର୍ପୂର, କସ୍ତୁରୀ ଓ କେଶର ଆଦି ସୁଗନ୍ଧିତ ଦ୍ରବ୍ୟକୁ ମିଶାଯାଇ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଛି। ପତି ମହାପାତ୍ର ସେବକ ଚନ୍ଦନ ସଂସ୍କାର କରିବା ପରେ ପ୍ରଚଳିତ ପରମ୍ପରା ଅନୁଯାଇ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥିଲା । ଅଣସର ସମୟରେ ଶ୍ରୀଜିଉ ଅସୁସ୍ଥ ଥାଆନ୍ତି । ଶ୍ରୀମନ୍ଦିରରେ ଶବ୍ଦ କୋଳାହଳ ନିଷେଧ ଥାଏ । ଗତକାଲି ଚନ୍ଦନଲାଗି ସର୍ବାଙ୍ଗ ସମୟରେ ପ୍ରଥମ କରି ଘଣ୍ଟ ବାଜିଥିଲା । ବାଜିଥିଲା ବିଜେ କାହାଳୀ । ଅନବସରରେ ତୁଳସୀ ଲାଗି ବନ୍ଦ ସହ କେବଳ ଧଳା ବସ୍ତ୍ର ଓ ଧଳା ପୁଷ୍ପ ଲାଗି କରାଯାଉଥିଲା । ଠାକୁରଙ୍କୁ ରାଜପ୍ରସାଦ ଭୋଗ ଲାଗି କରାଯାଇଥିଲା। ଏଥିରେ ସ୍ଵତନ୍ତ୍ର ଶୈଳୀରେ ତିଆରି ଖଇ ସହ ଖୁଆ, ସର, ଛେନା, ଆମ୍ବ, କଦଳୀଆଦି ବିଭିନ୍ନ ଫଳମୂଳ ଠାକୁରଙ୍କୁ ଅର୍ପଣ କରାଯାଇଥିଲା । ସେପଟେ ମହାପ୍ରଭୁଙ୍କ ସୁସ୍ଥତା ଖବର ମିଳିବା ପରେ ଗଜପତି ମହାରାଜ ଖୁସି ପ୍ରକଟ କରିଛନ୍ତି । ଚଳିତ ବର୍ଷ ରଥଯାତ୍ରା ସୁରୁଖୁରୁରେ ହେବ ବୋଲି ଗଜପତି ଆଶା ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.