କଟକ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ନେଇ ଦେଶରେ ବିବାଦ ବଢିବାରେ ଲାଗିଛି । ବିଭିନ୍ନ ସଙ୍ଗଠନ ପକ୍ଷରୁ କଡ଼ା ବିରୋଧ କରଯାଇଥିବା ବେଳେ ଆଜି କଟକ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ ମଧୁପାଟଣା ଥାନା ଆଗରେ ହିନ୍ଦୁ ଏକତା ମଞ୍ଚ ବିକ୍ଷୋଭ କରିବା ସହ ଉଦୟଙ୍କୁ ଗିରଫ କରିବାକୁ ଥାନାରେ ଦାବିପତ୍ର ପ୍ରଦାନ କରିଛି ମଞ୍ଚ ।
ସୂଚନା ମୁତାବକ, ଉଦୟ ତାଙ୍କ ଭାଷଣରେ କହିଥିଲେ କି ହିନ୍ଦୁମାନେ କୋରୋନା, ଡେଙ୍ଗୁ ଓ କ୍ୟାନସର ଭଳି ମାରାତ୍ମକ ବ୍ୟାଧିଙ୍କୁ ବିରୋଧ ନକରି ସମୁଳେ ନିପାତ କରିବା ଆବଶ୍ୟକ । ଉଦୟଙ୍କର ଏହି ମନ୍ତବ୍ୟ ହିନ୍ଦୁ ଜାତି ଓ ଧର୍ମକୁ ଆଘାତ ଦେଇଛି । ଏଥିସହ ସମଗ୍ର ସନାତନ ହିନ୍ଦୁଙ୍କୁ ଗଭୀର ଆଘାତ ଦେଇଛି । ଏଭଳି ମନ୍ତବ୍ୟକୁ କଡା ବିରୋଧ କରି ପୁରୀ କଟକ ହିନ୍ଦୁ ଏକତା ମଞ୍ଚ ବିକ୍ଷୋଭ ସହ ଉଦୟଙ୍କୁ ଗିରଫ ଦାବି କରିଛି ।
ଗତ ସେପ୍ଟେମ୍ବର ମାସ 2 ତାରିଖ ଦିନ ଏକ ସଭାରେ ହିନ୍ଦୁ ଜାତିକୁ ହୀନ ଦେଖାଇଥିଲେ । ଏମିତିକି ହିନ୍ଦୁ ଧର୍ମକୁ ଭାରତରୁ ସମୂଳ ନାଶ କରିବା ପାଇଁ ମଧ୍ୟ ପରୋକ୍ଷରେ ବାର୍ତ୍ତା ଦେଇଥିଲେ ଷ୍ଟାଲିନ । ତେବେ ନିଜର ଧାର୍ମିକ ପକ୍ଷପାତିତାକୁ ଭାରତରେ କେବେ ଗ୍ରହଣ କରା ଯିବନି । ଏନେଇ ଆଜି ଦେଶ ବ୍ୟାପି ତାଙ୍କ ବିରୋଧରେ ନାରାଜବାଜି ଓ ମାମଲା ରୁଜୁ ହୋଇଛି । ହିନ୍ଦୁ ଧର୍ମକୁ ନାଶ କରିବା ପାଇଁ ଏପରି ବୟାନ ଯାହାକୁ କେବେ ଗ୍ରହଣ କରାଯିବନି ବୋଲି କହିଛନ୍ତି ହିନ୍ଦୁ ଏକତା ମଞ୍ଚର ସଂଯୋଜକ ।
ଏହା ମଧ୍ୟ ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ପୁଅ କହିଲେ ସନାତନ ଧର୍ମ ଡେଙ୍ଗୁ, ମ୍ୟାଲେରିଆ ଭଳି
ପ୍ରକାଶ ଥାଉକି, ଗତ ଶନିବାର ଦିନ 'ସନାତନ ଉଚ୍ଛେଦ ସମ୍ମିଳନୀ'ରେ ଉଦବୋଧନ ଦେଇ ଉଦୟନିଧି ଷ୍ଟାଲିନ ଏହି ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ, କିଛି ଜିନିଷକୁ ବିରୋଧ କରାଯାଇ ପାରିବ ନାହିଁ, ଏହାକୁ ଉଚ୍ଛେଦ କରିବାକୁ ପଡିବ । ଆମେ ଡେଙ୍ଗୁ, ମ୍ୟାଲେରିଆ ଓ କୋରୋନାକୁ ବିରୋଧ କରିପାରିବା ନାହିଁ । ଏହାକୁ ଦୂର କରିବା ଆବଶ୍ୟକ । ସେହିଭଳି ସନାତନ ଧର୍ମକୁ କେବଳ ବିରୋଧ କରାଯାଇ ପାରିବ ନାହିଁ, ଏହାକୁ ବିଲୋପ କରିବାକୁ ପଡିବ । ସଂସ୍କୃତରୁ ସନାତନ ନାମ ଆସିଛି । ଏହା ସାମାଜିକ ନ୍ୟାୟ ଓ ସମାନତା ବିରୋଧି ଅଟେ । ସନାତନର ଅର୍ଥ ସ୍ଥିର, ଯାହାକୁ ବଦଳାଯାଇ ପାରିବ ନାହିଁ ବୋଲି କହିଥିଲେ । ଯାହାକୁ ନେଇ ତୀବ୍ର ବିରୋଧ କରାଯାଉଛି ।
ଇଟିଭି ଭାରତ, କଟକ