ETV Bharat / state

ଅତିରିକ୍ତ ଜିଲ୍ଲାପାଳଙ୍କୁ ବେଖାତିର, ସମୀକ୍ଷା ବୈଠକକୁ ଆସିଲେନି ସରକାରୀ ଅଧିକାରୀ - ଅତିରିକ୍ତ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକକୁ ଆସିଲେନି ଜେଇ

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକକୁ ଆସିଲେନି ଜେଇ କିମ୍ବା ଅନ୍ୟ ସରକାରୀ ଅଧିକାରୀ । କ୍ଷୋଭ ପ୍ରକାଶ କଲେ ପଞ୍ଚାୟତ ଅଧିକାରୀ । ଅଧିକ ପଢ଼ନ୍ତୁ

ଅତିରିକ୍ତ ଜିଲ୍ଲାପାଳଙ୍କୁ ବେଖାତିର, ସମୀକ୍ଷା ବୈଠକକୁ ଆସିଲେନି ସରକାରୀ ଅଧିକାରୀ

author img

By

Published : Oct 15, 2022, 7:48 PM IST

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ । ତେବେ ଏହି ବୈଠକକୁ ଆସିଲେନି ଜେଇ । ବୈଠକରେ ଅନ୍ୟ କୌଣସି ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିନଥିବା ଦେଖିବାକୁ ମିଳିଛି । ତେବେ ବୈଠକରେ ବିଭିନ୍ନ ପଞ୍ଚାୟତରେ ହୋଇଥିବା ସରକାରୀ ଯୋଜନାର ଅନିୟମିତତାର ସାର୍ବଜନୀନ ଶୁଣାଣୀ କରି ପଞ୍ଚାୟତ ଅଧିକାରୀଙ୍କୁ ଜୋରିମାନା ଶୁଣାଇଥିଲେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାପାତ୍ର ।

ଅତିରିକ୍ତ ଜିଲ୍ଲାପାଳଙ୍କୁ ବେଖାତିର, ସମୀକ୍ଷା ବୈଠକକୁ ଆସିଲେନି ସରକାରୀ ଅଧିକାରୀ

ସୂଚନା ଅନୁସାରେ ୨୦୨୦-୨୧ ବର୍ଷରେ ଡିଆରଡିଏ ଦ୍ଵାରା ବ୍ରହ୍ମଗିରି ବ୍ଲକର ସମସ୍ତ ପଞ୍ଚାୟତରେ ଅଡିଟ କରାଯାଇଥିଲା । ଏଥିରେ ଥିବା ଦୋଷ ତ୍ରୁଟିକୁ ସାର୍ବଜନୀନ ଭାବେ ସମୀକ୍ଷା କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଏହି ବୈଠକ ଡାକିଥିଲେ । କିନ୍ତୁ ଏଠି ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତରେ ବୈଠକ ଆରମ୍ଭ ହୋଇଯାଇଥିଲେ ମଧ୍ୟ ବ୍ଲକର ସହକାରୀ ଯନ୍ତ୍ରୀ ଶେଷ ମୁହୂର୍ତ୍ତରେ ପହଞ୍ଚିଥିଲେ ଓ କୌଣସି ଯନ୍ତ୍ରୀ, ପଞ୍ଚାୟତ ଅଧିକାରୀ, ଖାଉଟି ସୁରକ୍ଷା ଅଧିକାରୀ ଏବଂ ସାମାଜିକ ସୁରକ୍ଷା ଅଧିକାରୀ ବୈଠକକୁ ଆସିନଥିଲେ । ତେବେ ବୈଠକରେ ମଣପଡା ପଞ୍ଚାୟତରେ NRGS ଓ ଆବାସ ଯୋଜନାରେ ଅନିୟମିତତା ହେବା ସହିତ କୌଣସି ରେକର୍ଡ ସଠିକ ମିଳିନଥିବା ନେଇ ପଞ୍ଚାୟତ ଅଧିକାରୀଙ୍କୁ ୩୦ ହଜାର ଫାଇନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ସେହିଭଳି ରାୟବିଧାର ପଞ୍ଚାୟତରେ ଆବାସ ଯୋଜନାରେ ଅନିୟମିତତା ହେତୁ ୧୦୦୦ ଟଙ୍କା, ପଲଙ୍କ ପଞ୍ଚାୟତରେ ଜବକାର୍ଡ଼ରେ ଅନିୟମିତତା ହେତୁ ୨୦୦୦ ଟଙ୍କା ଜୋରିମାନା କରାଯାଇଥିଲା ।

ବ୍ରହ୍ମଗିରି ବ୍ଲକର ଡିମିରିସେନା ପଞ୍ଚାୟତରେ NRGSରେ ପୋଖରୀ କାମ କରାନଯାଇ ୨ ଲକ୍ଷ ଏବଂ ଭୁବନପୁର ପଞ୍ଚାୟତରେ କମ୍ପୋଷ୍ଟ ୟୁନିଟ ନାମରେ ୧ ଲକ୍ଷ ୫୬ ହଜାର ଟଙ୍କା ଚଳୁ କରାଯାଇଥିବା ଜଣାପଡିଛି । ବ୍ରାହ୍ମୁଣିଆ ପଞ୍ଚାୟତରେ ଜଣେ ହିତାଧିକାରୀଙ୍କ ଭତ୍ତା ଟଙ୍କାକୁ ୧୧ ମାସ ଧରି ଚଳୁ କରାଯାଉଥିବା ଅତିରିକ୍ତ ଜିଲ୍ଲାପାଳ ବୈଠକରେ ସ୍ପଷ୍ଟ କରିଥିଲେ । କିନ୍ତୁ ଏହି ସବୁର ଉତ୍ତର ରଖିବା ପାଇଁ ଯନ୍ତ୍ରୀ ଏବଂ ଅଧିକାରୀ ମାନେ ବୈଠକରେ ଉପସ୍ଥିତ ନଥିବାରୁ ବିଭିନ୍ନ ପଞ୍ଚାୟତର ପ୍ରତିନିଧିମାନେ କ୍ଷୋଭ ପ୍ରକାଶ କରିଥିଲେ । ଗୁରୁତ୍ବପୂର୍ଣ୍ଣ ବୈଠକରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ବେଖାତିର କରି ଉପସ୍ଥିତ ନଥିବା ବ୍ଲକ କର୍ମଚାରୀଙ୍କ ବିରୋଧରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବ୍ରହ୍ମଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.