ପୁରୀ: ମହାପ୍ରଭୁଙ୍କୁ ସପରିବାର ଦର୍ଶନ କଲେ ଗଜପତି ମହାରାଜ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହ ତାଙ୍କ ଝିଅ, ଜ୍ବାଇଁ, ନାତୁଣୀ, ସମୁଦି ଓ ସମୁଦୁଣୀ ଦକ୍ଷିଣ ଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।
ପ୍ରଥମେ ସେମାନେ ବଟ ଗଣେଶଙ୍କୁ ଦର୍ଶନ କରିବା ପରେ ଗରୁଡ଼ ସ୍ତମ୍ଭ ଦେଇ ରତ୍ନ ସିଂହାସନ ନିକଟକୁ ଯାଇଥିଲେ । ସେଠାରେ ବଡ଼ ଠାକୁର ବଳଭଦ୍ର ଓ ପରେ ଶ୍ରୀଜଗନ୍ନାଥ ଏବଂ ମା ସୁଭଦ୍ରାଙ୍କୁ ଦର୍ଶନ କରିଥିଲେ ।
ପରମ୍ପରା ଅନୁସାରେ, ଛେରା ପହଁରା ସହ ଆଦି ସେବକ ଭାବେ ଗଜପତି ଯେଉଁସବୁ ନୀତି କରିଥାନ୍ତି ସେସବୁ ପାଇଁ ସେ ସିଂହଦ୍ବାର ଦେଇ ପ୍ରବେଶ କରନ୍ତି । ହେଲେ ଏହା ବ୍ୟତୀତ ଅନ୍ୟ ସବୁ ସମୟରେ ଦକ୍ଷିଣ ଦ୍ବାର ଦେଇ ଗଜପତି ମହାରାଜ ପ୍ରବେଶ କରି ପୁଣିଥରେ ସେହି ଦ୍ବାର ଦେଇ ଫେରି ଆସିବାର ପରମ୍ପରା ରହିଛି ।
ଏହି କାରଣରୁ ଗଜମତି ମହାନିଜ ନିଜ ପରିବାର ସହ ଦକ୍ଷିଣ ଦ୍ବାରରେ ପ୍ରବେଶ କରି ଶ୍ରୀଜିୟୁଙ୍କୁ ପରିବାର ସହ ଦର୍ଶନ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ