ETV Bharat / state

Ratha Yatra 2023: ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

author img

By

Published : Jan 21, 2023, 9:06 PM IST

ରଥଯାତ୍ରା ୨୦୨୩ ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ । ତେବେ ନୟାଗଡ଼ ଦଶପଲ୍ଲା ଅଞ୍ଚଳରୁ ଏହି କାଠଗୁଡ଼ିକ ଆସି ଶନିବାର ପୁରୀରେ ପହଞ୍ଚିଛି । ଅଧିକ ପଢନ୍ତୁ

Ratha Yatra 2023
Ratha Yatra 2023
Ratha Yatra 2023: ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ: ଓଡ଼ିଶାବାସୀଙ୍କ ପ୍ରମୁଖ ପର୍ବ ତଥା ଜଗତର ନାଥ ଜଗନ୍ନାଥଙ୍କ ଘୋଷ ଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥ କାଠ । ୨୦୨୩ ରଥଯାତ୍ରା ପାଇଁ ନୟାଗଡ଼ର ଦଶପଲ୍ଲା ରେଞ୍ଜରୁ ଆସିଛି ରଥକାଠ। ୩ଟି ଟ୍ରକ୍‌ରେ ପ୍ରଥମ ପର୍ଯ୍ୟାୟ ଆସିଛି ୧୦୪ଟି ରଥ କାଠ ଆସି ପହଞ୍ଚିଛି । ପର୍ଯ୍ୟାୟକ୍ରମେ ଅନ୍ୟ କାଠଗୁଡ଼ିକ ଟ୍ରକରେ ଅଣାଯାଇ ପୁରୀରେ ପହଞ୍ଚିବ । ରଥକାଠ ଶୀକ୍ଷେତ୍ରରେ ପହଞ୍ଚିବା ପରେ କିପରି ରଥଯାତ୍ରା ସୁରୁଖୁରୁରେ ଶେଷ ହେବ ସେ ନେଇ ସେବାୟତମାନେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଏହି ପ୍ରଥମ ପର୍ଯ୍ୟାୟ କାଠ ମଧ୍ୟରେ ୧୨ ଫୁଟିଆ ଓ ୨୦ ଫୁଟିଆ ଅସନ ଧଉରା କାଠ ଆସିଛି। ଏଥିରୁ ୩ଟି ଧଉରା କାଠ ଆସନ୍ତା ସରସ୍ଵତୀ ପୂଜାରେ ରଥଖଳାରେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ହେବ। ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୭୪୭ ଖଣ୍ଡ କାଠର ଆବଶ୍ୟକତା ରହିଛି । ପୂର୍ବ ବର୍ଷ ୧୧୮ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ମହଜୁଦ ରହିଛି । ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥାଏ । ତେବେ ନୟାଗଡ ଦଶପଲ୍ଲା ରେଞ୍ଜରୁ ଆଜି ୩ଟି ଟ୍ରକରେ ପୁରୀରେ ଆସି ପହଞ୍ଚିଛି ୧୦୪ ଖଣ୍ଡ ଧଉରା ଓ ଅସନ କାଠ।

ଏହା ବି ପଢନ୍ତୁ- Patient Stuck Inside Lift: ଆସୁଥିଲେ ଗୁରୁତର ରୋଗୀ, ଅଚଳ ହେଲା ଲିଫ୍ଟ

ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟା ତିଥିରେ ତିନି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ରଥଖଳାରେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ରଥ ନିର୍ମାଣ ଆରମ୍ଭ କରିଥାନ୍ତି ବିଶ୍ଵକର୍ମା ମହାରଣାମାନେ। ପର୍ଯ୍ୟାୟ କ୍ରମରେ ଅନ୍ୟ କାଠ ଟ୍ରକ୍‌ରେ ପୁରୀକୁ ଅଣାଯିବ। ତେବେ ୨୦୨୩ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ରଥ କାଠ ପହଞ୍ଚିବା ପରେ ଭକ୍ତ ଓ ସେବାୟତ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି । ଚଳିତ ବର୍ଷ ରଥଯାତ୍ରା ସୁରୁଖୁରୁରେ ଅନୁଷ୍ଠିତ ହେଉ ବୋଲି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ସେବାୟତ ।

ଏନେଇ ବରିଷ୍ଠ ରଥ ତତ୍ତ୍ବାବଧାକ ସୁଦର୍ଶନ ମେକାପ କହିଛନ୍ତି, "ଆଜି ଦଶପଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ ୩ ଟ୍ରିପରେ ୧୦୪ ଖଣ୍ଡ କାଠ ରଥଖଳାରେ ପହଞ୍ଚିଛି । ଏହି କାଠ ମଧ୍ୟରୁ ୩ଟି ଧଉରା କାଠ ସରସ୍ବତୀ ପୂଜା ଦିନ ରଥଖଳାରେ ପୂଜାର୍ଚ୍ଚନା କରାଯିବ । ଚଳିତ ବର୍ଷ ୭୪୭ ଖଣ୍ଡ କାଠର ଆବଶ୍ୟକତା ରହିଛି । ଗତବର୍ଷ ଆମ ନିକଟରେ ୧୧୮ ଖଣ୍ଡ କାଠ ବଳକା ରହିଛି । ପର୍ଯ୍ୟାୟ କ୍ରମେ ଅନ୍ୟ କାଠଗୁଡ଼ିକ ଟ୍ରକରେ ଆସି ରଥଖଳାରେ ପହଞ୍ଚିବ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.