ETV Bharat / state

ଅନଲାଇନ ମହାପ୍ରସାଦ ବିକ୍ରି ବିରୋଧରେ ମାମଲା ରୁଜୁ

ପିଣ୍ଟରେଷ୍ଟ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରସାଦ ଅନଲାଇନରେ ବିକ୍ରି ନେଇ ବୁକିଂ ନେଉଥିବା ଜଣାପଡିବା ପରେ ସେବାୟତ ଏହାକୁ ବିରୋଧ କରିଛନ୍ତି। ଅଧିକ ପଢନ୍ତୁ...

ଅନଲାଇନ ମହାପ୍ରସାଦ ବିକ୍ରି ବିରୋଧରେ  ମାମଲା ରୁଜୁ
ଅନଲାଇନ ମହାପ୍ରସାଦ ବିକ୍ରି ବିରୋଧରେ ମାମଲା ରୁଜୁ
author img

By

Published : Dec 8, 2020, 1:35 PM IST

ପୁରୀ: ଅନଲାଇନରେ ମହାପ୍ରସାଦ ବିକ୍ରି ବିରୋଧରେ ଏତଲା । ପିଣ୍ଟରେଷ୍ଟ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରସାଦ ଅନଲାଇନରେ ବିକ୍ରି ନେଇ ବୁକିଂ ନେଉଥିବା ଜଣାପଡିବା ପରେ ସେବାୟତ ଏହାକୁ ବିରୋଧ କରିଛନ୍ତି।

ଏନେଇ କାର୍ଯ୍ୟନୁଷ୍ଠାନ ପାଇଁ ସିଂହଦ୍ବାରା ଥାନାରେ ଛାମୁ ଖୁଣ୍ଟିଆ ନିଯୋଗ କର୍ମକର୍ତ୍ତା ଶମ୍ଭୁନାଥ ଖୁଣ୍ଟିଆ ଏତଲା ଦେଇଛନ୍ତି। ଦୀର୍ଘ ଦିନ ହେବ ପିଣ୍ଟରେଷ୍ଟ ସଂସ୍ଥା ଅନଲାଇନରେ ମହାପ୍ରସାଦ କାରବାର କରୁଥିବା ସେ ଅଭିଯୋଗ କରିଛନ୍ତି।

ଅନଲାଇନ ମହାପ୍ରସାଦ ବିକ୍ରି ବିରୋଧରେ ମାମଲା ରୁଜୁ

ଏପରିକି ଲକଡାଉନ ସମୟରେ ବରାଦୀ ଅବଢ଼ା ବନ୍ଦ ଥିବାବେଳେ ଉକ୍ତ ସଂସ୍ଥା କେଉଁଠୁ ମହାପ୍ରସାଦ ଆଣି ଲୋକଙ୍କୁ ଯୋଗାଉ ଥିଲା ସେ ପ୍ରଶ୍ନ କରିଛନ୍ତି। ଉକ୍ତ ଅନଲାଇନ ସଂସ୍ଥା ଗୁଡିକ ଶ୍ରୀମନ୍ଦିର ବାହାରେ ଏହାକୁ ପ୍ରସ୍ତୁତ କରି ମହାପ୍ରସାଦ ନାମରେ ବିକ୍ରି କରୁଥିବା ସେ ସନ୍ଦେହ କରିଛନ୍ତି।

ଭକ୍ତଙ୍କ ଭାବାବେଗ ସହ ଖେଳିବା ଓ ଜଗନ୍ନାଥ ସଂସ୍କୃତି ପ୍ରତି ଅପମାନ ପରିପ୍ରେକ୍ଷୀରେ ପୋଲିସ ପିଣ୍ଟରେଷ୍ଟ ଅନଲାଇନ ସଂସ୍ଥା ନାମରେ କଡା କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସେବାୟତ ଶମ୍ଭୁ ଖୁଣ୍ଟିଆ ଅଭିଯୋଗ କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.