ETV Bharat / state

ଜଗତର ନାଥଙ୍କ ପ୍ରିୟ ‘ଗୋଟିପୁଅ’, ଝିଅ ବେଶରେ ନାଚନ୍ତି ପୁଅ

କଳା, ସଂସ୍କୃତି ଓ ପରମ୍ପରାର ଗନ୍ତାଘର ଓଡିଶା । ଶାସ୍ତ୍ରୀୟ, ପାରମ୍ପରିକ ଓ ଲୋକ ନୃତ୍ୟକୁ ନେଇ ଦେଶ ବିଦେଶରେ ବେଶ ଖ୍ୟାତି ଅର୍ଜନ କରିଛି ଆମ ରାଜ୍ୟ । ସମସ୍ତ ନୃତ୍ୟ ମଧ୍ୟରୁ ଅନ୍ୟତମ ଶ୍ରୀ ଜଗନ୍ନାଥଙ୍କ ପ୍ରିୟ ନୃତ୍ୟ ‘ଗୋଟିପୁଅ’। ଆସନ୍ତୁ ଜାଣିବା ଗୋଟିପୁଅର ଜନ୍ମ ଓ ବର୍ତ୍ତମାନର କାହାଣୀ...

gotipua,puri,tradition
ଜଗନ୍ନାଥଙ୍କ ପ୍ରିୟ ‘ଗୋଟିପୁଅ’,
author img

By

Published : Nov 28, 2019, 11:14 PM IST

Updated : Nov 29, 2019, 8:30 AM IST

ପୁରୀ: ଶ୍ରୀଜଗନ୍ନାଥ ସଂସ୍କୃତି ହେଉଛି ଅନନ୍ୟ । ଜଗନ୍ନାଥ ସଂସ୍କୃତିର ଅନନ୍ୟ ପରମ୍ପରାର ନିଦର୍ଶନ ଗୋଟିପୁଅ ନୃତ୍ୟ । ଏହି ନୃତ୍ୟରେ ବିଭିନ୍ନ ଅଙ୍ଗଭଙ୍ଗୀ ସହିତ ଅଭିନୟ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥାଏ। କେବଳ ଦେଶ ନୁହେଁ ସାରା ବିଶ୍ବରେ ଏହି ନୃତ୍ୟର ରହିଛି ସ୍ବତନ୍ତ୍ର ସ୍ଥାନ।

ଜଗତରନାଥଙ୍କ ପ୍ରିୟ ‘ଗୋଟିପୁଅ’

ଛୋଟ ଛୋଟ ପୁଅମାନେ ନିଜକୁ ନାରୀ ବେଶରେ ସଜାଇ ଏହି ନୃତ୍ୟ ପରିବେଷଣ କରିଥାନ୍ତି। ମୁଣ୍ଡରେ ସିନ୍ଥି, କାନଫୁଲ, ବାହୁରେ ବାହୁଟ, ହାତରେ ମୁଠି, ଅଣ୍ଟା ପଟି, ପାଦରେ ଘୁଙ୍ଗୁର ସହ ହାତ ଓ ପାଦରେ ଲଗାଇଥାନ୍ତି ନାଲି ଅଳତା । ମଧ୍ୟ ଯୁଗର କବି କବିସୂର୍ଯ୍ୟ ବଳଦେବ ରଥ, ଗୋପାଳ କୃଷ୍ଣ, ଗଦାଧର ସାମନ୍ତ ସିଂହାର, ଉପେନ୍ଦ୍ର ଭଞ୍ଜଙ୍କ ଛାନ୍ଦ, ଚମ୍ପୁ, ଓଡିଶୀ, ପଲି ଗୀତରେ ନୃତ୍ୟ ସହିତ ଅଭିନୟ କରିଥାନ୍ତି କଳାକାରମାନେ । ଏହାସହ ରାଧାକୃଷ୍ଣଙ୍କ ଜୀବନ ବିଷୟକୁ ନୃତ୍ୟରେ ବଖାଣିଥାନ୍ତି ଏମାନେ ।

ତେବେ ଗୋଟିପୁଅ ନୃତ୍ୟ କରୁଥିବା ପୁଅ ପିଲାମାନେ ସାଧାରଣତଃ 7 ବର୍ଷରୁ ଏହି ନୃତ୍ୟ ଶିଖିବା ଆରମ୍ଭ କରିଥାନ୍ତି । ଏହି ନାଚ ଶିଖିଥିବା ପିଲାମାନେ ପିଲାଟି ଦିନରୁ ନିଜ କେଶକୁ ଯତ୍ନର ସହ ବଢାଇଥାନ୍ତି । କାରଣ ନୃତ୍ୟ ସମୟରେ କେଶ ବିନ୍ୟାସ କରିବା ନିହାତି ଆବଶ୍ୟକ । ପାରମ୍ପରିକ ଅଳଙ୍କାର ପିନ୍ଧି ଏହି ବେଶ ହେବା ପରେ ସତେ ଯେମିତି ସୁନ୍ଦର ଝିଅଟିଏ ଭଳି ଦେଖାଯାଆନ୍ତି ଏହି କୁନିକୁନି ପୁଅ କଳାକାର ମାନେ ।

32 ପ୍ରକାର ଶାରୀରିକ ବ୍ୟାୟାମ ସହିତ ଏମାନଙ୍କୁ କଠୋର ପରିଶ୍ରମ କରିବାକୁ ପଡିଥାଏ । ନୃତ୍ୟକୁ ଭଲଭାବେ ଶିଖିବା ପାଇଁ ପ୍ରାୟ 6ମାସ ଲାଗିଥାଏ । ତେବେ ଗୋଟିପୁଅ ନୃତ୍ୟ କରୁଥିବା କଳାକାର ମାନେ ନିଜକୁ ବେଶ ଗର୍ବ ଅନୁଭବ କରନ୍ତି । ବଞ୍ଚିଥିବା ଯାଏ ଏହି ନୃତ୍ୟର ପ୍ରଚାରପ୍ରସାର କରିବେ ବୋଲି ମତ ଦିଅନ୍ତି ।

ଗୋଟିପୁଅର ଇତିହାସ....

ଏହି ଗୋଟି ପୁଅ ନୃତ୍ୟ ଆରମ୍ଭ ପଛରେ ରହିଛି ଏକ ନିଆରା କାହାଣୀ । ଶ୍ରୀ ଚୈତନ୍ୟ ଚଉଦଶହରୁ ପନ୍ଦରଶହ ଖ୍ରୀଷ୍ଟାବ୍ଦରେ ପୁରୀ ଆସିଥିଲେ । ଶ୍ରୀଜିଉଙ୍କ ଚନ୍ଦନ ଯାତ୍ରା ଚାପ ଖେଳରେ ମାହାରି ନୃତ୍ୟର ପରମ୍ପରା ଥିବା ବେଳେ ଏହି ଅନନ୍ୟ ମାହାରି ନୃତ୍ୟ ସେ ଦେଖି ପାରି ନଥିଲେ । ତେବେ ଏ ନେଇ ସେ ସେବକଙ୍କ ଠାରୁ ଜାଣିଲେ ଯେ ମାସିକ ଧର୍ମ ହେତୁ ମାସକୁ 7 ଦିନ ମହିଳା ମାନେ ମାହାରି ନୃତ୍ୟ କରିବାରୁ ବଞ୍ଚିତ ରୁହନ୍ତି । ତେବେ ସେ ଗଜପତିଙ୍କୁ ଭେଟି ମାହାରି ନୃତ୍ୟ ପରମ୍ପରା ଶ୍ରୀମନ୍ଦିରରେ ପ୍ରତିଦିନ ଜାରି ରହିବା ପାଇଁ 7 ବର୍ଷ ରୁ 14 ବର୍ଷ ଛୋଟ ପୁଅଙ୍କୁ ମହିଳା ବେଶରେ ସଜାଇ ମାହାରି ନୃତ୍ୟ ପରମ୍ପରା ବଜାୟ ରଖିବାକୁ କହିଥିଲେ ।

ସେହିଦିନ ଠାରୁ ଛୋଟ ପୁଅ ପିଲାମାନେ ମାହାରି ନୃତ୍ୟ କରିଥିଲେ। ତେବେ ସେତେବେଳେ ଗୋଟିଏ ପୁଅ ଏହି ନୃତ୍ୟ ଆରମ୍ଭ କରିଥିବାରୁ ଏହାର ନାମ ଗୋଟି ପୁଅ ରଖାଯାଇଥିବା ଗବେଷକ କୁହନ୍ତି । ତେବେ ସମୟ କ୍ରମେ ଏହି ଗୋଟିପୁଅ ନୃତ୍ୟ ନିଜର ସତ୍ତା ହରାଇଥିଲା । ହେଲେ ବର୍ତ୍ତମାନ ଏହା ବିଶ୍ବ ବ୍ୟାପକ ।

ବର୍ତ୍ତମାନର ଠିକଣା...

ବର୍ତ୍ତମାନ ପୁରୀ ଜିଲ୍ଲା ଚନ୍ଦନପୁରର ଐତିହ୍ୟ ଗ୍ରାମ ରଘୁରାଜପୁରରେ ରହିଛି ଗୁରୁ ପଦ୍ମଶ୍ରୀ ମାଗୁଣି ଦାସଙ୍କ ଗୁରୁକୂଳ । ଯେଉଁଠି କୁନିକୁନି ପିଲାମାନେ ପ୍ରତ୍ୟେକ ଦିନ ନୃତ୍ୟକୁ ଅଭ୍ୟାସ କରନ୍ତି । 1941 ମସିହାରେ ଏହି ନୃତ୍ୟ ଶିକ୍ଷା ଦେବା ସହ ସାରା ବିଶ୍ବରେ ପ୍ରଚାର ପ୍ରସାର କରିଥିଲେ । ଏହି ପାରମ୍ପରିକ ନୃତ୍ୟ ପାଇଁ ନିଜ ସମର୍ପଣ କେନ୍ଦ୍ର ସରକାର ଗୁରୁ ମାଗୁଣି ଦାସଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ । ତେବେ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାଵରୁ ଏହି ଗୁରୁକୂଳ ଦୁଃଖ କଷ୍ଟରେ ଚାଲୁଛି ।

ଗୁରୁକୂଳରେ ଛାତ୍ରାବାସ ନ ଥିବାରୁ କଳାକାର ମାନେ ରହିବା, ଖାଇବା ପାଇଁ ନାନା ଅସୁବିଧା ଭୋଗୁଛନ୍ତି । ସେହିପରି କୌଣସି ଆର୍ଥିକ ସାହାଯ୍ୟ ମଧ୍ୟ ନ ଥିବାରୁ ଗୁରୁକୂଳକୁ ଚଲାଇବା ବେଶ କଷ୍ଟ ସାଧ୍ୟ ହେଉଥିବା ଗୁରୁକୂଳ ପକ୍ଷରୁ କୁହାଯାଇଛି ।କେବଳ କିଛି ସଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ଯେତିକି ଅର୍ଥ ଆସେ ସେଥିରେ ଗୁରୁକୂଳ ଚାଲାଇବା କାଠିକର ପାଠ ବୋଲି କୁହନ୍ତି ନୃତ୍ୟ ଗୁରୁ ।

ପୁରୀକୁ ଐତିହ୍ୟ ସହର କରିବା ନେଇ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ଘୋଷଣା କରୁଛନ୍ତି । ହେଲେ ଦୀପତଳ ଅନ୍ଧାର ଭଳି ଜଗନ୍ନାଥ ସଂସ୍କୃତିର ଅନନ୍ୟ ପରମ୍ପରା ଗୋଟିପୁଅ ନୃତ୍ୟର ପ୍ରଚାର ପ୍ରସାର ଓ ବିକାଶରେ ରାଜ୍ୟ ସରକାରଙ୍କ ଉଦାସୀନତା ପାଲଟିଛି ବାସ୍ତବିକ ପରିତାପର ବିଷୟ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଗୋଟି ପୁଅ ନୃତ୍ୟ Body:Vo1,, ଶ୍ରୀଜଗନ୍ନାଥ ସଂସ୍କୃତି ହେଉଛି ଅନନ୍ୟ। ସେଥି ମଧ୍ୟରୁ ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ଏକ ଅନନ୍ୟ ନୃତ୍ୟ ହେଉଛି ଗୋଟି ପୁଅ ନୃତ୍ୟ। ଏହି ନୃତ୍ୟ ରେ ବିଭିନ୍ନ ଅଙ୍ଗ ଭଙ୍ଗି ସହିତ ଅଭିନୟ ଦର୍ଶକ କୁ ଆବିଭୂତ କରିଥାଏ। ସାରା ଦେଶ କାହିଁକି ସାରା ବିଶ୍ୱରେ ଏହି ଗୋଟି ପୁଅ ନୃତ୍ୟ ର ରହିଛି ସ୍ୱତନ୍ତ୍ର ସନମାନ ଓ ଆଦର। ତେବେ ବିଶେଷ କଥା ହେଉଛି ଛୋଟ ଛୋଟ ପୁଅ ପିଲାମାନେ ନିଜକୁ ନାରୀ ବେଶରେ ସଜାଇ ଏହି ନୃତ୍ୟ କରଥାନ୍ତି। ମୁଣ୍ଡରେ ସିନଥି , କାନ ଫୁଲ , ବାହୁ ରେ ବାହୁଟି , ହାତରେ ମୁଠି , ଅଣ୍ଟା ପଟି ଆଦି ପିନ୍ଧି ଥାନ୍ତି। ମଧ୍ୟ ଯୁଗ କବି
କବିସୂର୍ଯ୍ୟ ବଳଦେବ ରଥ, ଗୋପାଳ କୃଷ୍ଣ , ଗଦା ଧର ସାମନ୍ତ ସିଂହାର , ଉପେନ୍ଦ୍ର ଭଞ୍ଜ ଙ୍କ ଛାନ୍ଦ , ଚମ୍ପୁ , ଓଡିଶୀ , ପଲି ଗୀତ ରେ ନୃତ୍ୟ ସହିତ ଅଭିନୟ କରିଥାନ୍ତି। ତେବେ ଗୋଟି ପୁଅ ନୃତ୍ୟ କରୁଥିବା ପୁଅ ପିଲା ମାନେ 7 ବର୍ଷ ବୟସ ରେ ଏହି ନୃତ୍ୟ ଶିଖି ଥାନ୍ତି। 32 ପ୍ରକାର ର ଶାରୀରିକ ବ୍ୟାୟାମ ସହିତ କଡା ପରିଶ୍ରମ କରି 6ମାସ ପର୍ଯ୍ୟନ୍ତ ଲାଗି ଥାଏ ଏହି ଗୋଟି ପୁଅ ନୃତ୍ୟ ଶିଖିବାକୁ । ତେବେ ଗୋଟି ପୁଅ ନୃତ୍ୟ କରୁଥିବା କଳାକାର ମାନେ ନିଜକୁ ବେଶ ଗର୍ବ ଅନୁଭବ କରନ୍ତି । ବଂଚି ଥିବା ଯାଏ ଏହି ନୃତ୍ୟ ର ପ୍ରଚାର ପ୍ରସାର କରିବେ ବୋଲୀ ମତ ଦିଅନ୍ତି।

ବାଇଟ,, 1,, ବସନ୍ତ କୁମାର ପ୍ରଧାନ । କର୍ମକର୍ତା, ଗୋଟି ପୁଅ ଗୁରୁକୂଳ , ରଘୁରାଜପୁର
ବାଇଟ2,, ଅଭିରାମ ଦାସ , କଳାକାର
ବାଇଟ3,, ସୂର୍ଯ୍ୟକାନ୍ତ ସୁବୁଦ୍ଧି।,, କଳାକାର

Vo2,, ଏହି ଗୋଟି ପୁଅ ନୃତ୍ୟ ଆରଂଭ ପଛରେ ରହିଛି ଏକ ନିଆରା କାହାଣୀ। ଶ୍ରୀ ଚୈତନ୍ୟ 14 ରୁ 15 ସହ ଖ୍ରୀଷ୍ଟାବ୍ଦରେ ପୁରୀ ଆସିଥିଲେ। ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଚାପ ଖେଳ ରେ ମହାରି ନୃତ୍ୟ ର ପରମ୍ପରା ଥିବା ବେଳେ ଏହି ଅନନ୍ୟ ମାହାରି ନୃତ୍ୟ ସେ ଦେଖି ପାରି ନ ଥିଲେ। ତେବେ ଏ ନେଇ ସେ ସେବକ ଙ୍କ ଠାରୁ ଜାଣିଲେ ଯେ ମାସିକ ଋତୁସ୍ରାବ ଯୋଗୁ ମହିଳା ମାନେ ମହାରି ନୃତ୍ୟ କରିବାର ମାସକୁ 7 ଦିନ ବଂଚିତ ରୁହନ୍ତି। ତେବେ ସେ ଗଜପତି ଙ୍କୁ ଭେଟି ମହାରି ନୃତ୍ୟ ପରମ୍ପରା ଶ୍ରୀମନ୍ଦିର ରେ ପ୍ରତିଦିନ ଜାରି ରହିବା ପାଇଁ 7 ବର୍ଷ ରୁ 14 ବର୍ଷ ଛୋଟ ପୁଅ ଙ୍କୁ ମହିଳା ବେଶରେ ସଜାଇ ମାହାରି ନୃତ୍ୟ ପରମ୍ପରା ବଜାୟ ରଖିବାକୁ କହିଥିଲେ। ସେହି ଦିନ ଠାରୁ ଛୋଟ ପୁଅ ପିଲା ମାନେ ମହାରି ନୃତ୍ୟ କରିଥିଲେ। ତେବେ ସେତେବେଳେ ଗୋଟିଏ ପୁଅ ଏହି ନୃତ୍ୟ କରିଥିବା ହେତୁ ଏହାକୁ ଗୋଟି ପୁଅ ନୃତ୍ୟ କୁହାଯାଏ ବୋଲୀ ଗବେଷକ କୁହନ୍ତି।

ବାଇଟ ,, 4,, ବଟ କୃଷ୍ଣ ଦାସ ,, ଗୋଟି ପୁଅ ନୃତ୍ୟ ଗୁରୁ,

Vo3,, ତେବେ ସମୟ କ୍ରମେ ଏହି ଗୋଟି ପୁଅ ନୃତ୍ୟ ନିଜର ସତା ହରାଇ ଥିଲା। ତେବେ ପୁରୀ ର ରଘୁରାଜପୁର ଗ୍ରାମର ଗୁରୁ ମାଗୁଣି ଦାସ 1941 ମସିହାରେ ଏହି ନୃତ୍ୟ ଶିକ୍ଷା ଦେବା ସହ ସାରା ବିଶ୍ୱରେ ପ୍ରଚାର ପ୍ରସାର କରିଥିଲେ। ଏ ନେଇ ମଧ୍ୟ ଗୁରୁ ମାଗୁଣି ଦାସ ଏକ ଗୁରୁକୂଳ ମଧ୍ୟ ରଘୁରାଜପୁର ରେ ସ୍ଥାପନ କରିଥିଲେ। ଏହି ପାରମ୍ପରିକ ନୃତ୍ୟ ପାଇଁ ନିଜ ସମର୍ପଣ ପାଇଁ କେନ୍ଦ୍ର ସରକାର ଗୁରୁ ମାଗୁଣି ଦାସ ଙ୍କୁ ପଦ୍ମଶ୍ରୀ ପୁରସ୍କାର ରେ ସନମାନିତ କରି ଥିଲେ। ତେବେ ରାଜ୍ୟ ସରକାର ଙ୍କ ଆନ୍ତରିକତା ଅଭାଵ ରୁ ଏହି ଗୁରୁକୂଳ ଏବେ ଦୂରଦିନ ରେ। ଗୁରୁକୂଳ ପାଇଁ ହଷ୍ଟେଲ ନ ଥିବା ରୁ କଳାକାର ମାନେ ରହିବା , ଖାଇବା ରେ ନାହିଁ ନ ଥିବା ଅବସ୍ଥା ଭୋଗୁଛନ୍ତି। ସେହିପରି କୌଣସି ଆର୍ଥିକ ସାହାଯ୍ୟ ମଧ୍ୟ ନ ଥିବା ହେତୁ ଗୁରୁକୂଳ କୁ ଚଲାଇବା ବେଶ କଷ୍ଟ ସାଧ୍ୟ ହେଉଥିବା ଗୁରୁକୂଳ ପକ୍ଷରୁ କୁହାଯାଇଛି। କେଵଳ କିଛି ସଂସ୍କୃତିକ କାର୍ଯ୍ୟକ୍ରମ କୁ ନେଇ ଜେତିକି ଅର୍ଥ ଆସେ ସେଥିରେ ଗୁରୁକୂଳ ଚାଲିବା ବେଶ କଷ୍ଟ ବୋଲି ଗୋଟି ପୁଅ ନୃତ୍ୟ ଗୁରୁ କୁହନ୍ତି। ଏହି ଗୁରୁକୂଳ ରେ ରାଜ୍ୟର ବିଭିନ୍ନ ଜିଲାରୁ ପିଲା ମାନେ ରହି ମାଗଣାରେ ନୃତ୍ୟ ଶିକ୍ଷା ସହ ରହିବା , ଖାଇବା ର ବ୍ୟବସ୍ଥା ରହିଛି।

ବାଇଟ5,, ବଟକୃଷ୍ଣ ଦାସ ,, ଗୋଟି ପୁଅ ନୃତ୍ୟ ଗୁରୁ
ବାଇଟ6,, ଡ଼କ୍ଟର ନରେସ ଦାଶ,, ଗବେସକ

Fvo,, ପୁରୀ କୁ ଐତିହ ସହର କରିବା ନେଇ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ଘୋଷଣା ହୋଇଛି। ହେଲେ ଦୀପତଳ ଅନ୍ଧାର ଭଳି ଜଗନ୍ନାଥ ସଂସ୍କୃତି ର ଅନନ୍ୟ ପରମ୍ପରା ଗୋଟି ପୁଅ ନୃତ୍ୟ ର ପ୍ରଚାର ପ୍ରସାର , ବିକାଶ ରେ ରାଜ୍ୟ ସରକାର ଙ୍କ ଉଦାସୀନତା ବସ୍ତବିକ ପରିତାପ ର ବିଷୟ ପାଲଟିଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
Last Updated : Nov 29, 2019, 8:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.