ETV Bharat / state

ପ୍ରଭୁ ଲୋକନାଥ ମନ୍ଦିର ଖୋଲିବା ନେଇ ସ୍ଥିତି ଅନୁଧ୍ୟାନ

author img

By

Published : Dec 19, 2020, 6:53 PM IST

Updated : Dec 19, 2020, 7:08 PM IST

ପୁରୀ ପ୍ରଭୁ ଲୋକନାଥ ମନ୍ଦିର ଖୋଲିବା ନେଇ ପ୍ରଶାସନିକ ସ୍ତରରେ ସ୍ଥିତି ଅନୁଧ୍ୟାନ । ଅଧିକ ପଢନ୍ତୁ...

ପ୍ରଭୁ ଲୋକନାଥ ମନ୍ଦିର ଖୋଲିବା ନେଇ ସ୍ଥିତି ଅନୁଧ୍ୟାନ
ପ୍ରଭୁ ଲୋକନାଥ ମନ୍ଦିର ଖୋଲିବା ନେଇ ସ୍ଥିତି ଅନୁଧ୍ୟାନ

ପୁରୀ: ପ୍ରଭୁ ଲୋକନାଥ ମନ୍ଦିର ଖୋଲିବା ନେଇ ସ୍ଥିତି ଅନୁଧ୍ୟାନ । ଆସନ୍ତା 23 ତାରିଖରୁ ପୁରୀ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇ ଥିବାବେଳେ ଆଗକୁ ପୁରୀରେ ଥିବା ପ୍ରଭୁ ଲୋକନାଥ ମନ୍ଦିର ଖୋଲିବାକୁ ନେଇ ଅନୁଧ୍ୟାନ କରାଯାଉଛି ।

ତେବେ ମନ୍ଦିର ଖୋଲିବାକୁ ନେଇ ନୋଟିଫିକେସନ ମଧ୍ୟ ଶୁକ୍ରବାର ଠାରୁ ଜାରି କରାଯାଇଛି । ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ବ୍ୟତୀତ ପ୍ରମୁଖ ଶୈବପୀଠ ଶ୍ରୀଲୋକନାଥଙ୍କ ପୀଠ ଅନ୍ୟତମ । ଏଠାକୁ ମଧ୍ୟ ହଜାର ହଜାର ଦର୍ଶନାର୍ଥୀ ପ୍ରତ୍ୟେହ ଆସିଥାନ୍ତି । କରୋନା କଟକଣା ମଧ୍ୟରେ କିଭଳି ସମସ୍ତ ଦର୍ଶନାର୍ଥୀ କୋଭିଡ ଗାଇଡ଼ ଲାଇନକୁ ଅନୁପାଳନ କରି ଶ୍ରୀଲୋକନାଥ ମନ୍ଦିର ଦର୍ଶନ ପାଇଁ ଯିବେ, sop କୁ କିଭଳି ଅନୁପାଳନ କରାଯିବ ସେନେଇ ଆଜି(ଶନିବାର) ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଏସପି କେ ବିଶାଳ ସିଂ, ଉପଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଶ୍ରୀଲୋକନାଥ ମନ୍ଦିର ପରିଦର୍ଶନ କରି ସମସ୍ତ ବ୍ୟବସ୍ଥାକୁ ତର୍ଜମା କରିଥିଲେ । ତେବେ ଭୋରରୁ 5-t ସଚିବ ଭିକେ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ମଧ୍ୟ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ଚତୁପାର୍ଶ୍ବର ଉନ୍ନତୀକରଣ ପାଇଁ ସମୀକ୍ଷା କରିବା ସହ ଦର୍ଶନ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 19, 2020, 7:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.