ETV Bharat / state

ସଞ୍ଜୟ ଦାସବର୍ମାଙ୍କ PSO ଚିତ୍ତରଞ୍ଜନ ମୃତ୍ୟୁ ଘଟଣା, ପୁଣି ତେଜିଲା CBI ତଦନ୍ତ ଦାବି - ବ୍ରହ୍ମଗିରି ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣା

ପୁଣି ତେଜିଲା ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ PSO ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣାର CBI ତଦନ୍ତ ଦାବି । ଚିତ୍ତରଞ୍ଜନଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିକରି ଚିତ୍ତଙ୍କ ପରିବାର ସହିତ ବ୍ରହ୍ମଗିରିରେ ଏକାଠି ହେଲେ ନ୍ୟାୟ ପାଇଁ ଲଢେଇ ସଂଗଠନ । ଅଧିକ ପଢ଼ନ୍ତୁ

ଚିତ୍ତରଞ୍ଜନ ମୃତ୍ୟୁ ଘଟଣାରେ ପୁଣି ତେଜିଲା CBI ତଦନ୍ତ ଦାବି

author img

By

Published : Mar 28, 2023, 8:25 PM IST

ଚିତ୍ତରଞ୍ଜନ ମୃତ୍ୟୁ ଘଟଣାରେ ପୁଣି ତେଜିଲା CBI ତଦନ୍ତ ଦାବି

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରିରେ ପୁଣି ମୁଣ୍ଡ ଟେକିଲା ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ PSO ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣା । ଘଟଣାରେ ସଞ୍ଜୟ ଦାସବର୍ମାଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲେ ଚିତ୍ତରଞ୍ଜନଙ୍କ ପରିବାର ଲୋକେ । କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ । ଚିତ୍ତରଞ୍ଜନଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିକରି ବ୍ରହ୍ମଗିରିରେ ଏକାଠି ହେଲେ ରାଜ୍ୟସ୍ତରୀୟ ନ୍ୟାୟ ପାଇଁ ଲଢେଇ ସଂଗଠନ ।

ଗତ ୨୦୨୧ ଡିସେମ୍ବର ୧୧ ତାରିଖରେ ପୁରୀରେ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ ଯାଇ ସେଠାରୁ କେଉଁଆଡେ ନିଖୋଜ ହୋଇ ଯାଇଥିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ PSO ଚିତ୍ତରଞ୍ଜନ ପଲେଇ । ଦୁଇ ଦିନ ପରେ ଅର୍ଥାତ ୨୦୨୧ ଡିସେମ୍ବର ୧୩ ତାରିଖ ସକାଳୁ ପୁରୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗଡମୃଗଶିରା ବ୍ରିଜ୍ ନିକଟ ଏକ ନଦୀକୂଳରୁ ମିଳିଥିଲା ଚିତ୍ତରଞ୍ଜନଙ୍କ ପର୍ସ, ଜୋତା ଏବଂ ଏକ ମୋଟର ସାଇକେଲ । ପରେ ସେହିଦିନ କ୍ଷତ ବିକ୍ଷତ ଅବସ୍ଥାରେ ଚିତ୍ତଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖିଥିଲେ ସ୍ଥାନୀୟ ଲେକେ । ଖବର ପାଇ ସଦରଥାନା ପୋଲିସ୍ ପହଞ୍ଚି ମୃତଦେହ ଜବତ କରିବା ଚିତ୍ତଙ୍କ ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ପରେ ଘଟଣାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର । ଏନେଇ ୧୮/୨୦୨୧ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ତେବେ ଏହି ଚର୍ଚ୍ଚିତ ହତ୍ୟା ଘଟଣା ଆଜିକୁ ପ୍ରାୟ ଦେଢ଼ ବର୍ଷ ବିତିବାକୁ ବସିଲାଣି । ହେଲେ ଘଟଣାରେ କେବଳ ଜଗନ୍ନାଥ ପ୍ରଧାନ ଓ ଅଶୋକ ଉପାଧ୍ୟାୟ ନାମକ ଦୁଇ ଜଣଙ୍କୁ ଗିରଫ କରି ଅନ୍ୟ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛନ୍ତି ଚିତ୍ତଙ୍କ ପରିବାର ଲୋକେ । ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣାରେ ଅନ୍ୟ ଅଭିଯୁକ୍ତ ଖୁଲମଖୁଲା ବାହାରେ ବୁଲୁଥିବା ଅଭିଯୋଗ କରିଛନ୍ତି ଚିତ୍ତଙ୍କ ପରିବାର ।

ଗତ ୩ ମାସ ତଳେ ଚିତ୍ତଙ୍କ ପରିବାର ସହିତ ସାନବନ୍ଧକେରା ଗ୍ରାମବାସୀ ନ୍ୟାୟ ମାଗିବା ସହିତ ଘଟଣାର CBI ତଦନ୍ତ ଦାବି କରି ବ୍ରହ୍ମଗିରି ବସଷ୍ଟାଣ୍ଡ ଠାରେ ଧାରଣା ଦେଇଥିଲେ । ଧାରଣା ଦେବାର ୧ ମାସ ପରେ ଧାରଣାସ୍ଥଳକୁ ସଞ୍ଜୟ ଦାସବର୍ମା ଆସି ସେମାନଙ୍କ ସହିତ ଏକ ରୁଦ୍ଧଦ୍ବାର ବୈଠକ କରିଥିଲେ । ତା ପରଠାରୁ ଘଟଣା ଶାନ୍ତ ପଡ଼ିଯାଇଥିଲା । ତେବେ ଆଜି ପୁଣି ନ୍ୟାୟ ପାଇଁ ଲଢେଇ ସଂଗଠନ ସହାୟତାରେ ମୁଣ୍ଡ ଟେକିଛି ଏହି ମାମଲାରେ CBI ତଦନ୍ତ ଦାବି । ମୃତ ଚିତ୍ତଙ୍କ ପତ୍ନୀ ସିଧା ସଳଖ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ସମ୍ପୃକ୍ତି ନେଇ ଅଭିଯୋଗ କରିବା ସହିତ ସଞ୍ଜୟ ଦାସବର୍ମା ବାରମ୍ବାର ମିଥ୍ୟା ପ୍ରତିଶୃତି ଦେଇ ପୀଡିତ ପରିବାରକୁ ବାଟବଣା କରୁଥିବା କହିଛନ୍ତି ଚିତ୍ତଙ୍କ ପତ୍ନୀ । ଘଟଣାର CBI ତଦନ୍ତ ଦାବି କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ରହ୍ମଗିରି ତହସିଲଦାରଙ୍କୁ ଏକ ଦାବିପତ୍ର ଦେଇଛି ନ୍ୟାୟ ପାଇଁ ଲଢ଼େଇ ସଂଗଠନ । ଅଭିଯୋଗକାରୀଙ୍କଠାରୁ ଦାବିପତ୍ର ଗ୍ରହଣ କରିବା ସହ ଏହି ପତ୍ରଟିକୁ ମୁଖ୍ୟମନ୍ତ୍ରୀ ନିକଟକୁ ପଠାଯିବ ବୋଲି କହିଛନ୍ତି ବ୍ରହ୍ମଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥୀ । ତେବେ ଏହି ଘଟଣାଟି କୋର୍ଟରେ ବିଚାରଧୀନ ଥିବାରୁ ଏନେଇ ଅଧିକ ପ୍ରତିକ୍ରିୟା ଦେବାକୁ ସେ ମନା କରିଦେଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମଗିରି

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.