ETV Bharat / state

ପୋଲିସ ନାଁରେ ଏନକାଉଣ୍ଟର ଅଭିଯୋଗ ଆଣିଥିଲେ ମାଆ, ଏବେ ଧରାପଡିଲା ପୁଅ

author img

By

Published : Jul 14, 2023, 1:42 PM IST

ପୋଲିସ ପୁଅକୁ ଗିରଫ କରି ଏନକାଉଣ୍ଟର ଅଭିଯୋଗ ଆଣିଥିଲେ ମାଆ । ଏବେ ମାସେ ପରେ ଧରାପଡିଲା ପୁଅ । ଅଧିକ ପଢନ୍ତୁ

ନୟାହାଟ ଫାଣ୍ଡିରୁ ଫେରାର୍ ଅଭିଯୁକ୍ତ ଗିରଫ
ନୟାହାଟ ଫାଣ୍ଡିରୁ ଫେରାର୍ ଅଭିଯୁକ୍ତ ଗିରଫ

ନିଆଳି/ପୁରୀ: କଥାରେ ଅଛି ସତ କେବେ ଲୁଚି ରୁହେନା । ମିଛ ଯେତେ ତଳେ ଥାଉ ନା କାହିଁକି ଦିନେ ନା ଦିନେ ଫୁଟିକି ବାହାରିବ । ସେମିତି କିଛି ଘଟଣା ସାମ୍ନାକୁ ଆସିଛି ପୁରୀ ଜିଲ୍ଲା ନୟାହାଟ ଫାଣ୍ଡିରୁ । ମାସେ ତଳେ ବିଭିନ୍ନ ଅପରାଧିକ ମାମଲାରେ ଜଡିତ ଥିବା ବିଜୟ ଖଟୋଇ ନାମକ ଜଣେ ଅଭିଯୁକ୍ତକୁ ନୟାହାଟ ପୋଲିସ ଗିରଫ କରିଥିଲା । ହେଲେ ଅଭିଯୁକ୍ତ ପୋଲିସକୁ ଚକମା ଦେଇ ଫାଣ୍ଡି ହାଜତରୁ କୁଆଡେ ଚମ୍ପଟ ମାରିଥିଲା । ସେପଟେ ବିଜୟର ପତ୍ତା ନମିଳିବାରୁ ପୁଅର ଗାଏବ ପଛରେ ତାଙ୍କର ମାଆ ପୋଲିସକୁ ଦୋଷ ଦେଇଥିଲେ । ପୋଲିସ ତାଙ୍କ ପୁଅକୁ କୁଆଡେ ନେଇ ଏନକାଉଣ୍ଟର କରିଦେଇଛି ବୋଲି ଅଭିଯୋଗ ଆଣିଥିଲେ । ଏହି ଘଟଣାରେ ଫାଣ୍ଡି ଅଧିକାରୀଙ୍କୁ ବଦଳି କରାଯାଇଥିବା ବେଳେ ଦାୟିତ୍ବରେ ଥିବା କନେଷ୍ଟବଳ ନିଲମ୍ବିତ ହୋଇଥିଲେ । କିନ୍ତୁ ଦୀର୍ଘ ୨୮ ଦିନ ପରେ ପ୍ରକୃତ ସତ ପଦାକୁ ଆସିଛି ।

ପୁରା ଘଟଣା ଅନୁଯାୟୀ, ନୟାହାଟ ଫାଣ୍ତି ଅନ୍ତର୍ଗତ ଧୂମାଳ ଗ୍ରାମର ୨୮ ବର୍ଷୀୟ ବିଜୟୀ ଖଟୋଇଙ୍କୁ ଜୁନ ୧୪ ତାରିଖ ସକାଳେ ତତ୍କାଳୀନ ଫାଣ୍ତି ଅଧିକାରୀ ବାବୁଲି ପ୍ରଧାନ ଗିରଫ କରି ହାଜତରେ ରଖିଥିଲେ । ସେହିଦିନ ଅପରାହ୍ନରେ ଦାୟିତ୍ଵରେ ଥିବା କନେଷ୍ଟବଳ ରାଜନ ମିଞ୍ଜିଙ୍କୁ ଚକମା ଦେଖାଇ ବିଜୟ ଚମ୍ପଟ ମାରିଥିଲା । ଅଭିଯୁକ୍ତର ଖୋଜଖବର ନମିଳିବାରୁ ତା'ର ପରିବାର ଲୋକେ ପୋଲିସ ଉପରେ ଦୋଷ ଲଦିଥିଲେ । ବିଜୟକୁ ପୋଲିସ ଏନକାଉଣ୍ଟର କରିଛି ବୋଲି ତା' ମାଆ କହିଥିଲେ ଏବଂ ଫାଣ୍ତି ଆଗରେ ଧାରଣାରେ ବସିଥିଲେ । ଏହି ଘଟଣାରେ ପୁରୀ ଏସ୍ପି ସମ୍ପୃକ୍ତ ଫାଣ୍ତି ଅଧିକାରୀଙ୍କୁ ପୁରୀ ସଦର କୋର୍ଟକୁ ବଦଳି କରିଥିବା ବେଳେ ଦାୟିତ୍ଵରେ ଅବହେଳା ନେଇ କନେଷ୍ଟବଳଙ୍କୁ ନିଲମ୍ବିତ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ନୟାହାଟ ଫାଣ୍ତିରୁ ଅଭିଯୁକ୍ତ ଚମ୍ପଟ, ପୁଅକୁ ଏନକାଉଣ୍ଟର ଅଭିଯୋଗ କେଲେ ମା’

କିନ୍ତୁ ଅଭିଯୁକ୍ତ ବିଜୟକୁ ଧରିବା ପାଇଁ ପୁରୀ ଜିଲ୍ଲା ପୋଲିସର ଏକ ଟିମ୍ ଖାନ ତଲାସି ଜାରି ରଖିଥିଲେ । ଶେଷରେ ପ୍ରାୟ ମାସେ ପରେ ପୋଲିସର ଏକ ଟିମ୍ ବିଜୟକୁ ତା' ଘରୁ ଗିରଫ କରିଛି । ତା'ର ସ୍ବାସ୍ଥ୍ୟବସ୍ଥା ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ୍ ପଠାଯାଇଥିବା ସୂଚନା ମିଳିଛି । ବିଜୟକୁ ପୋଲିସ ଗିରଫ ପରେ ପରିବାର ଲୋକେ ଆଣିଥିବା ଆରୋପ ମିଥ୍ୟା ବୋଲି ପ୍ରମାଣିତ ହୋଇଛି ।

ତେବେ ବିଜୟ ଖଟୋଇ ଅଢେଇ ବର୍ଷ ତଳେ ୪୦ଟି ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲା । ଗତ ମାସ ୧୪ ତାରିଖ ଦିନ ନୟାହାଟ ଫାଣ୍ତିରେ ଆଉ ତିନୋଟି ମାମଲାରେ ପୁଣି ଗିରଫ ହୋଇଥିଲା । କିନ୍ତୁ ଚତୁରତାର ସହ ସେ ଫାଣ୍ତିରୁ ଖସି ପଳାଇଥିଲା । ଅଭିଯୁକ୍ତ ନାଁରେ ଗୋପ, କୋଣାର୍କ, ନିମାପଡ଼ା, ଚାରିଛକ, ନୟାହାଟ, ଭୁବନେଶ୍ୱର, କଟକ ଏବଂ ନାଉଗାଁ ଥାନାରେ ବିଭିନ୍ନ ମାମଲା ରହିଛି । ସେ ବହୁ ଚୋରି, ଡକାୟତି ଓ ଛିନତାଇ କାର୍ଯ୍ୟରେ ଜଡିତ ଥିବା ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.