ETV Bharat / state

ଦୁଇଦିନିଆ ଓଡିଶା ଗଣମାଧ୍ୟମ ପ୍ରତିନିଧି ସମ୍ମାନ ଉତ୍ସବ, ସାମିଲ ହେଲେ ଶିକ୍ଷାମନ୍ତ୍ରୀ

author img

By

Published : Dec 20, 2022, 10:34 AM IST

ପୁରୀ ଜିଲ୍ଲା କୋଣାର୍କ ଯାତ୍ରୀନିବାସଠାରେ ଦୁଇଦିନିଆ ଓଡିଶା ଗଣମାଧ୍ୟମ ପ୍ରତିନିଧି ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଛି । ଏଧିରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

odisha media summit
ଓଡିଶା ଗଣମାଧ୍ୟମ ପ୍ରତିନିଧି ସମ୍ମାନ ଉତ୍ସବ
ଓଡିଶା ଗଣମାଧ୍ୟମ ପ୍ରତିନିଧି ସମ୍ମାନ ଉତ୍ସବ

ପୁରୀ: ଜିଲ୍ଲା କୋଣାର୍କ ଯାତ୍ରୀନିବାସଠାରେ ଦୁଇଦିନିଆ ଓଡିଶା ଗଣମାଧ୍ୟମ ପ୍ରତିନିଧି ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ୩ଟି ଦେଶ ଶ୍ରୀଲଙ୍କା, ବାଂଲାଦେଶ ଓ ନେପାଳର ସାମ୍ବାଦିକ ମାନଙ୍କ ସହ ଓଡିଶାର ୨୫ଟି କମ୍ୟୁନିଟି ରେଡିଓର ପ୍ରତିନିଧି ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଓଡିଶାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ବରିଷ୍ଠ ସାମ୍ବାଦିକ ଯୋଗ ଦେଇ ବୃକ୍ଷ ହିଁ ଜୀବନ ବାର୍ତ୍ତା କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।

ଗଣଶିକ୍ଷା ମନ୍ତ୍ରୀ କାର୍ଯ୍ୟକ୍ରମ ବାବଦରେ ପ୍ରତିକ୍ରିୟା ରଖି କହିଛନ୍ତି, "ଗୋଷ୍ଠୀ ସ୍ତରରେ କିପରି ରେଡିଓକୁ ଅଧିକ ଭାବରେ ଉତ୍ସାହିତ କରି ହେବ ସେ ନେଇ ଏହା ଏକ ଭଲ ପଦକ୍ଷେପ । ତଳ ସ୍ତରରେ ଥିବା ଲୋକଙ୍କ ସମସ୍ୟାକୁ ସଂଗ୍ରହ କରି ପ୍ରଶାସନ ପାଖରେ ପହଞ୍ଚାଯାଇ ପାରିବ ଏ ନେଇ ଏହା ସୁନ୍ଦର ପ୍ରୟାସ । ଭାରତ ସରକାର ଏଥିପାଇଁ ପ୍ରୋତ୍ସାହିତ କରୁଛନ୍ତି ଏଥିରେ ସମସ୍ତଙ୍କ ସହଯୋଗ ରହିଛି ।"

ଏହା ବି ପଢନ୍ତୁ....ପେଟର ଭୋକ ଆଗରେ ଫିକା ପଡିଗଲା ମା’ର ମମତା

କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଗୋଟିଏ ଗଛ ଲଗାଇବା ପାଇଁ ପରାମର୍ଶ ଦେବା ସହ ଗଛଟିଏ ପ୍ରଦାନ କରାଯାଇଥିଲା । ଗାଁ ଗହଳିରେ କାର୍ଯ୍ୟରତ ସାମ୍ବାଦିକମାନେ ବହୁ କଷ୍ଟ କରି ଖବର ସଂଗ୍ରହ କରି ଲୋକମାନଙ୍କ ପାଖରେ ପହଞ୍ଚାଇବା ସହ ନିଜର ପାରିଶ୍ରମିକ ପାଉନାହାନ୍ତି ଏହି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା । ଗଛ ପରି ଫଳ, ଛାୟା ପ୍ରଦାନ କିପରି ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ମାନ ଦେବା ଦରକାର ବୋଲି ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାସ କହିଛନ୍ତି ଏହି ଉତ୍ସବ ଆଜି(ମଙ୍ଗଳବାର) ଉଦଯାପନ ହେବ । ଉତ୍ସବରେ ଏକ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.