ETV Bharat / state

ଲକଡାଉନରେ ଅସହାୟଙ୍କ ପେଟର ଭୋକ ବୁଝୁଛି ମହାକାଳ ହେଲ୍ପ ଫାଉଣ୍ଡେସନ - Distribution of food to mentally ill and beggars

ଲକଡ଼ାଉନରେ ଖାଦ୍ୟ ପାଇଁ ଆଉଟୁପାଉଟୁ ହେଉଛନ୍ତି ମାନସିକ ବିକାରଗ୍ରସ୍ତ ଓ ଭିକ୍ଷୁକ । ଏହି ସମୟରେ ସେମାନଙ୍କୁ ଖାଦ୍ୟ ଦେବା ପାଇଁ ପୁରୀର ୨୪ ମହାକାଳ ହେଲ୍ପ ଫାଉଣ୍ଡେସନ ଅଣ୍ଟା ଭିଡିଛି । ଅଧିକ ପଢନ୍ତୁ ...

ମାନସିକ ବିକାରଗ୍ରସ୍ତ ଓ ଭିକ୍ଷୁକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

author img

By

Published : May 8, 2021, 7:57 AM IST

ପୁରୀ: କୋରୋନାର ଦ୍ୱିତୀୟ ଲହରର ଭୟାବହତାକୁ ଲକ୍ଷ୍ୟ କରି ସରକାର ଲକଡ଼ାଉନ ଘୋଷଣା କରିବା ପାଇଁ ବାଧ୍ୟ ହୋଇଛନ୍ତି । ତେବେ ଲକଡ଼ାଉନରେ ଖାଦ୍ୟ ପାଇଁ ଆଉଟୁପାଉଟୁ ହେଉଛନ୍ତି ମାନସିକ ବିକାରଗ୍ରସ୍ତ ଓ ଭିକ୍ଷୁକ । ଏହି ସମୟରେ ସେମାନଙ୍କୁ ଖାଦ୍ୟ ଦେବା ପାଇଁ ପୁରୀର ୨୪ ମହାକାଳ ହେଲ୍ପ ଫାଉଣ୍ଡେସନ ଅଣ୍ଟା ଭିଡିଛି । ପ୍ରଚଣ୍ତ ରୌଦ୍ର ତାପକୁ ପେଟର ଜ୍ୱାଳାରେ ହନ୍ତସନ୍ତ ହେଉଥିବା ସେହି ଅସହାୟମାନଙ୍କୁ ଖୋଜି ରନ୍ଧା ଖାଦ୍ୟ ଯୋଗାଇ ଦେଇଛି ଏହି ଫାଉଣ୍ଡେସନ ।

ମାନସିକ ବିକାରଗ୍ରସ୍ତ ଓ ଭିକ୍ଷୁକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ମାନସିକ ବିକାରଗ୍ରସ୍ତ ଓ ଭିକ୍ଷୁକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ଫାଉଣ୍ତେସନର ନିର୍ଦ୍ଦେଶକ ସୁବ୍ରତ କୁମାର ପରିଜା ସଦସ୍ୟଙ୍କୁ ନେଇ ଗୋପ ବ୍ଲକର ଚାରିଛକ ବଜାରରୁ ଆରମ୍ଭ କରି, ତୁଳସୀ ପୁର, ଯୋଗେଶ୍ୱର ପୁର, ନୂଆହାଟ, କାକଟପୁର ସହ ଅସ୍ତରଙ୍ଗରେ ପହଞ୍ଚିଥିଲେ ଖାଦ୍ୟ ଧରି । ପ୍ରାୟ ତିରିଶ ଜଣଙ୍କୁ ରନ୍ଧା ଖାଦ୍ୟ ଦେଇଛି ଏହି ଫାଉଣ୍ତେସନ ।

ସେହିପରି ବିଦ୍ୟୁତ୍ ଆଘାତରେ ପୁରୀ ଭିଆଇପି ରୋଡ ନାରାୟଣ ବସ୍ତି ଅଞ୍ଚଳର ନାରାୟଣ ପ୍ରଧାନ ନିଜ ହାତ ହରାଇବା ପରେ ନିଜ ପରିବାର ଚଳେଇବା ନେଇ ଚିନ୍ତାରେ ପଡି ଯାଇଥିଲେ । ଲକଡାଉନ ସମୟରେ ପରିବାର ଚଳାଇବାର ବୋଝ ତାଙ୍କ ମୁଣ୍ତ ଉପରେ ଥିବା ବେଳେ ସ୍ମାର୍ଟ ଓ ଭିକି ନାମକ ଏକ ଟ୍ରଷ୍ଟ ତାଙ୍କୁ ଏହି ସମୟରେ ସହଯୋଗର ହାତ ବଢେଇଛି । ସମୁଦ୍ରକୂଳ ଅଞ୍ଚଳରେ ଗୋଟିିଏ ଷ୍ଟଲ ଟ୍ରଷ୍ଟ ପକ୍ଷରୁ ନାରାୟଣଙ୍କୁ ପ୍ରଦାନ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.