ETV Bharat / state

ମନସ୍କାମନା ପୂର୍ଣ୍ଣ ପାଇଁ ଦେହରେ କଣ୍ଟା ଫୋଡି ଠାକୁରାଣୀଙ୍କୁ ପୂଜାର୍ଚ୍ଚନା - ପୁରୀରେ ଦେବୀ ଗଡ଼ଚଣ୍ଡିଙ୍କୁ ପୂଜାର୍ଚ୍ଚନା

ଦେହରେ କଣ୍ଟା ଫୋଡି ଗଡଚଣ୍ଡି ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ । ସତ୍ୟବାଦୀ ବ୍ଲକ ଭୀମପୁର ଗ୍ରାମରେ ଆରାଧ୍ୟ ଦେବୀ ଗଡଚଣ୍ଡିଙ୍କୁ ପିଠିରେ କଣ୍ଟା ଫୋଡି ଖାଇରେ ଝୁଲିଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି । ଅଧିକ ପଢ଼ନ୍ତୁ

ମନସ୍କାମନା ପୂର୍ଣ୍ଣ ପାଇଁ ଦେହରେ କଣ୍ଟା ଫୋଡି ଠାକୁରାଣୀଙ୍କୁ ପୂଜାର୍ଚ୍ଚନା

author img

By

Published : Apr 14, 2022, 10:40 PM IST

Updated : Apr 14, 2022, 10:48 PM IST

ପୁରୀ: ଦେହରେ କଣ୍ଟା ଫୋଡି ଗଡଚଣ୍ଡି ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ । ସତ୍ୟବାଦୀ ବ୍ଲକ ଭୀମପୁର ଗ୍ରାମରେ ଆରାଧ୍ୟ ଦେବୀ ଗଡଚଣ୍ଡିଙ୍କୁ ପିଠିରେ କଣ୍ଟା ଫୋଡି ଖାଇରେ ଝୁଲିଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି । ଏଥିପାଇଁ ଗଡଚଣ୍ଡିଙ୍କ ପାଖରେ ମହାବିଷୁବ ସଂକ୍ରାନ୍ତି ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ମାନସିକଧାରୀମାନେ ଏଥିରେ ବ୍ରତୀ ହେବା ପାଇଁ ଏକମାସ ପୂର୍ବରୁ ଅତି ନିଷ୍ଠାର ସହିତ ରହିଥାନ୍ତି ।

ମନସ୍କାମନା ପୂର୍ଣ୍ଣ ପାଇଁ ଦେହରେ କଣ୍ଟା ଫୋଡି ଠାକୁରାଣୀଙ୍କୁ ପୂଜାର୍ଚ୍ଚନା

ମାସର ପ୍ରତ୍ୟେକ ଦିନ ହବିଷାନ୍ନ ଭୋଜନ କରିବା ସହିତ ମଙ୍ଗଳବାର ଦିନ ଠାକୁରାଣୀଙ୍କ ପାଖରେ କଣ୍ଟାପୂଜା କରିଥାନ୍ତି । ବିଶେଷକରି ମାନସିକଧାରୀମାନେ ମାସକଯାକ ପରିବାରଠାରୁ ଅଲଗା ହୋଇ ରହିଥାନ୍ତି । ମହାବିଷୁବ ସଂକ୍ରାନ୍ତି ଦିନ ମାନସିକଧାରୀମାନେ ସକାଳୁ ଠାକୁରାଣୀଙ୍କ ପାଖରେ ଗୁହାରି ପଡିଥାନ୍ତି । ଠାକୁରାଣୀଙ୍କ ରୀତିନୀତି ସମ୍ପୂର୍ଣ୍ଣ ହେବା ପରେ କାଳେସୀମାନେ ଠାକୁରାଣୀଙ୍କ ଅଜ୍ଞାମାଳ ଆଣି ନିକଟସ୍ଥ ପୋଖରୀକୁ ଯାଇଥାନ୍ତି । ସେଠାରେ ମାନସିକଧାରୀ ମାନଙ୍କ ପିଠିରେ କଣ୍ଟା ଫୋଡ଼ି ଥାଆନ୍ତି ଖାଇରେ ବୁଲି ଥାଆନ୍ତି ।

ଏହାପରେ ଏକ ଶୋଭାଯାତ୍ରାରେ ମାନସିକଧାରୀଙ୍କ ସହିତ କାଳେସୀମାନେ ଆସି ଖାଇରେ ପ୍ରଥମେ ବୁଲିବା ପରେ ମାନସିକଧାରୀମାନେ ମଧ୍ୟ ୩୦ ଫୁଟ ଉପରେ ଖାଇରେ ବୁଲିଥାନ୍ତି । ପିଠିର ଚମଡ଼ାରେ କଣ୍ଟା ଫୋଡ଼ା ଯାଇଥିବା ବେଳେ କତା ରଶି ଲଗାଇ ଖାଇ ଉପରେ ଝୁଲି ରହିଥାନ୍ତି ମାନସିକଧାରୀ । ଏହି ସମୟରେ ଶ୍ରଦ୍ଧାଳୁମାନେ ସେମାନଙ୍କ ପିଲାଙ୍କୁ ମା'ଙ୍କ କରୁଣା ଲାଭ ପାଇବା ପାଇଁ ମାନସିକଧାରୀ ଓ କାଳେସୀଙ୍କ ହାତରେ ନିଜ ପିଲାମାନଙ୍କୁ ଦେଇ ସେମାନଙ୍କ ଅ।ର୍ଶୀବାଦ କାମନା କରିଥାନ୍ତି । ବିଶ୍ଵାସ ଅଛି ଏହି ଘାଇରେ ବୁଲିଲେ ମନସ୍କାମନା ପୂରଣ ହେବା ସହିତ ସମସ୍ତଙ୍କ ମଙ୍ଗଳ ହୋଇଥାଏ ବୋଲି ବିଶ୍ଵାସ ରହିଛି ।

ଏହି ପରମ୍ପରା ବହୁ ପୁରାତନ କାଳରୁ ରହିଆସିଛି । ମା'ଙ୍କ ପାଖରେ ନିଜକୁ ସମର୍ପି ଦେଉଥିବାରୁ କଣ୍ଟା ଦେହରେ ଫୋଡି ହୋଇଥିଲେ ମଧ୍ୟ ମାନସିକଧାରୀଙ୍କର କୌଣସି କ୍ଷତି ହୋଇନଥାଏ । ଏଠାରେ ମାନସିକ କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ବିଶେଷକରି ନିଃସନ୍ତାନ ଥିବା ମହିଳାମାନେ ଏଠାରେ ଗୁହାରି ପଡିଲେ ସନ୍ତାନ ଲାଭ କରିଥିବା ବିଶ୍ଵାସ ରହିଛି । ମାନସିକଧାରୀ ଘାଇରେ ବୁଲୁଥିବା ସମୟରେ ପିଲାମାନଙ୍କୁ ସ୍ପର୍ଶ କଲେ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି । ଖାଇ ରେ ବୁଲିବା ସମୟରେ କାଳେସୀ ମାନଙ୍କ ଦ୍ଵାରା ଫିଙ୍ଗା ଯାଉଥିବା ଖଜୁରୀ କୋଳି ଓ ଆମ୍ଵକୁ ଖାଇଲେ ନିଃସନ୍ତାନ ସନ୍ତାନ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ଵାସ ରହିଛି

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 14, 2022, 10:48 PM IST

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.