ETV Bharat / state

ପୁଣି ଶ୍ରୀଜୀଉଙ୍କୁ ଅପମାନ: ଧୂଳି ଧୂସର ଅବସ୍ଥାରେ ପଡ଼ିଛି ନନ୍ଦିଘୋଷ ରଥଚକ

ପୁଣି ମହାପ୍ରଭୁଙ୍କୁ ଅପମାନ ହୋଇଛି । ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଚକ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ବେଳେ ପାଖରେ ପଡିଛି ଅଇଁଠା ବୋତଲ ଓ ଅଳିଆ କଢା ବେଲଚା । ଅଧିକ ପଢନ୍ତୁ

author img

By

Published : Mar 23, 2023, 4:37 PM IST

Nandighosh Cart wheel found in rice mill

ଧୂଳି ଧୂସର ଅବସ୍ଥାରେ ପଡ଼ିଛି ନନ୍ଦିଘୋଷ ରଥଚକ

ପୁରୀ: ପୁଣି ମହାପ୍ରଭୁଙ୍କୁ ଅପମାନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ନନ୍ଦିଘୋଷ ରଥର ଚକ ଓ ଗୁଜ ପରିତ୍ୟକ୍ତ ଅବସ୍ଥାରେ ଚାଉଳ ଗୋଦାମ ଭିତରେ ପଡ଼ି ରହିଥିବା ଦେଖିବାକୁ ମିଳିଛି । ପୁରୀ କଲେଜ ଛକ ନିକଟ ଏକ ଚାଉଳ ଗୋଦାମରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଜଗନ୍ନାଥ ପ୍ରେମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଯେତେବେଳେ ରଥର ବିଭିନ୍ନ ଅଂଶକୁ ବିକ୍ରି କରାଯାଉଛି, ସେତେବେଳେ ସ୍ବତନ୍ତ୍ର ଗାଇଡଲାଇନ ଜାରି କରିବା ଲାଗି ଦାବି କରିଛନ୍ତି ଶ୍ରଦ୍ଧାଳୁ ।

ରଥ ଚକ କିଣିଥିବା ବ୍ୟକ୍ତି ଅତ୍ୟନ୍ତ ଦାୟିତ୍ବହୀନ ଭାବେ ମହାପ୍ରଭୁଙ୍କ ରଥର ଏହି ଅଂଶକୁ ପରିତ୍ୟକ୍ତ ଅବସ୍ଥାରେ ପକାଇ ରଖିଛନ୍ତି । ଏହି ଦୃଶ୍ୟ ଦେଖି ଜଗନ୍ନାଥ ପ୍ରେମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି। ଏସସିଏସ କଲେଜ ନିକଟରେ ଥିବା ଏକ ଚାଉଳ ଗୋଦାମ ଭିତରେ ଅତ୍ୟନ୍ତ ଧୂଳି ଧୂସର ଅବସ୍ଥାରେ ନନ୍ଦିଘୋଷ ରଥର ଚକ ଓ ଗୁଜ ପଡ଼ି ରହିଛି । କେବଳ ସେତିକି ନୁହେଁ ଚକ ଓ ଗୁଜ ପାଖରେ ପଡ଼ି ରହିଛି ଅଇଁଠା ପାଣି ବୋତଲ ସହ ଅଳିଆ ସଫା କରାଯାଉଥିବା ଏକ ବେଲଚା ।

ପବିତ୍ର ନନ୍ଦିଘୋଷ ରଥର ଚକ ଓ ଗୁଜର ଏଭଳି ଅବସ୍ଥାକୁ ଦେଖି ଜଗନ୍ନାଥ ପ୍ରେମୀଙ୍କୁ ବେଶ ଆଘାତ ଲାଗିଛି । ଯେଉଁ ରଥକୁ ଭକ୍ତମାନେ ଦେବତା ତୁଲ୍ୟ ମନେକରି ପ୍ରଣାମ କରିଥାନ୍ତି ଏବଂ ଏହାର ଅଂଶକୁ ଘରେ ଆଣି ପୂଜାର୍ଚ୍ଚନା କରିଥାନ୍ତି ସେହି ରଥର ଚକ ଓ ଗୁଜକୁ ଏଭଳି ଅପମାନ ସହଜରେ ଗ୍ରହଣ କରିପାରିନାହାନ୍ତି ଜଗନ୍ନାଥ ପ୍ରେମୀ । ଏଭଳି ହୀନ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିବା ସହ ରଥ ଚକ ନେଉଥିବା ବ୍ୟକ୍ତି ଓ ଅନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରିବା ଆବଶ୍ୟକ ବୋଲି ଦାବି କରିଛନ୍ତି ଭକ୍ତ ଓ ସେବାୟତ।

ଏହା ବି ପଢନ୍ତୁ- ସଭାପତି ହେବା ପରେ ମନମୋହନଙ୍କ ପ୍ରତିକ୍ରିୟା, ଜନତା ଯାହା ଚାହିଁବେ ଆମେ ତାହା କରିବୁ

ସୂଚନା ଅନୁସାରେ କଟକର ଜଣେ ବ୍ୟକ୍ତି ଶ୍ରୀମନ୍ଦିର ପ୍ରଶାସନକୁ ୫୧ ହଜାର ଟଙ୍କା ଦେଇ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଚକ ଓ ଗୁଜ କିଣିଥିଲେ । ହେଲେ ଏହାକୁ ସେ କଟକ ନେବା ପରିବର୍ତ୍ତେ ପୁରୀ କଲେଜ ଛକ ନିକଟରେ ଥିବା ଏକ ଚାଉଳ ଗୋଦାମରେ ପକାଇ ଚାଲି ଯାଇଥିଲେ । ତେବେ ମହାପ୍ରଭୁଙ୍କ ରଥ ଚକର ପବିତ୍ରତାରେ ଆଞ୍ଚ ଆସିଥିବା ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ଅବଗତ କରାଯାଇଥିଲା । କିନ୍ତୁ ଏନେଇ ନୀତି ପ୍ରଶାସକଙ୍କ ପାଖରେ କୌଣସି ଖବର ନଥିବାବେଳେ ଅଭିଯୋଗ ଆସିଲେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନୀତି ପ୍ରଶାସକ ।

ରଥଯାତ୍ରା ପରେ ରଥ ଚକ ସହ ଏହାର ବିଭିନ୍ନ ଅଂଶ କିଣୁଥିବା ବ୍ୟକ୍ତିମାନେ ଏହାର ପବିତ୍ରତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଏକ ଅଣ୍ଡର ଟେକିଂ ଦେଇ ରଥର ସମସ୍ତ ଅଂଶକୁ କିଣିଥାନ୍ତି । ତେବେ ଅନେକ ସ୍ଥାନରେ ରଥର ଚକ ଓ ଏହାର ବିଭିନ୍ନ ଅଂଶ ଅନେକ ସ୍ଥାନରେ ଅବ୍ୟବସ୍ଥିତ ଢଙ୍ଗରେ ପଡ଼ି ରହୁଥିବା ଦେଖିବାକୁ ମିଳିଛି । କୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ବ୍ୟାପକ ସଚେତନତା କରାଯିବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.