ପୁରୀ: ମହାମାରୀ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରତିଦିନ ଦେଖିବାକୁ ମିଳୁଛି ଆଉ ଏକ ସମସ୍ୟା । ପରିବାର ଲୋକେ ହୁଅନ୍ତୁ ଅବା ସ୍ଥାନୀୟ ଲୋକେ ସଂକ୍ରମଣ ଭୟରେ ମୃତଦେହ ଛୁଉଁନଥିବା ଦେଖିବାକୁ ମିଳୁଛି । ଫଳରେ ଦୀର୍ଘସମୟ ଧରି ମୃତଦେହ ପଡିରହିବା ପରେ ଜିଲ୍ଲା କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ ଶେଷକୃତ୍ୟ ସମ୍ପନ୍ନ କରାଯାଉଛି ।
ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଜଣେ ବ୍ୟକ୍ତିଙ୍କ ମୃତଦେହ ଦୀର୍ଘସମୟ ଧରି ପଡି ରହିବା ପରେ ଶେଷରେ ବ୍ଲକ ପ୍ରଶାସନ ମୃତଦେହ ସତ୍କାର କରିଛି । ସୂଚନା ଅନୁଯାୟୀ ଅଭୟ ମୁଖୀ ପଞ୍ଚାୟତର ପିତେଇ ଜେନା 70 ବର୍ଷ ବୟସରେ ସୋମବାର ପ୍ରାଣ ହରାଇଥିଲେ । ତାଙ୍କ ଅନ୍ତିମ ସତ୍କାର ପାଇଁ ଗ୍ରାମବାସୀ ସହଯୋଗ ନ କରିବାରୁ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ବିଡ଼ିଓ ଓ ତହସିଲଦାର ପହଞ୍ଚି ମୃତକଙ୍କ ଅନ୍ତିମ ସତ୍କାର କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ