ETV Bharat / state

ମହିଳା ସଶକ୍ତିକରଣ ସଚେତନତା ନେଇ ଯୁବତୀଙ୍କ ଅଭିନବ ପ୍ରୟାସ, ସାଇକେଲରେ ଭାରତ ଭ୍ରମଣ

author img

By

Published : Mar 17, 2023, 6:25 PM IST

ମହିଳା ସଶକ୍ତିକରଣ ଓ ମହିଳା ସୁରକ୍ଷା ବାର୍ତ୍ତା ନେଇ ସାଇକେଲରେ ଯୁବତୀଙ୍କ ଭାରତ ଭ୍ରମଣ । ଏହି କ୍ରମରେ ସାଇକେଲିଷ୍ଟ ଆଶା ମାଲବିୟ ଓଡ଼ିଶାର ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଅଧିକ ପଢ଼ନ୍ତୁ

asha malviya pedals across india
ସାଇକେଲରେ ଯୁବତୀଙ୍କ ଭାରତ ଭ୍ରମଣ

ମହିଳା ସଶକ୍ତିକରଣ ସଚେତନତା ନେଇ ଯୁବତୀଙ୍କ ଅଭିନବ ପ୍ରୟାସ

ପୁରୀ: ମହିଳା ସଶକ୍ତିକରଣ ଓ ମହିଳା ସୁରକ୍ଷା ବାର୍ତ୍ତା ପ୍ରଚାର ପାଇଁ ଯୁବତୀଙ୍କ ଅଭିନବ ପ୍ରୟାସ । ସାଇକେଲରେ ବିଭିନ୍ନ ରାଜ୍ୟକୁ ଭ୍ରମଣ କରି ସଚେତନତା ବାଣ୍ଟୁଛନ୍ତି ମଧ୍ୟପ୍ରଦେଶର ବାସିନ୍ଦା ଆଶା ମାଲବିୟ । ଏହି କ୍ରମରେ ସେ ଓଡ଼ିଶାରେ ପହଞ୍ଚିଥିବା ବେଳେ ପୁରୀ ଆସି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଓଡ଼ିଶାରେ ଆସି ସେ ବହୁତ୍ ଖୁସି ଥିବା କହିଛନ୍ତି ।

ଓଡ଼ିଶାରେ ସାଇକେଲରେ ଭ୍ରମଣ କରିବା ବେଳେ ଆଶା ମାଲବିୟ ବିଭିନ୍ନ ସ୍ଥାନରେ ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣ ବାର୍ତ୍ତା ବାଣ୍ଟିଛନ୍ତି । ଲୋକମାନେ ମଧ୍ୟ ତାଙ୍କୁ ସହଯୋଗ କରିଥିବା ଦେଖିବାକୁ ମିଳିଛି । ଓଡ଼ିଶା ଭ୍ରମଣ ସମୟରେ ସେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଭେଟିଛନ୍ତି । ସେହିପରି ଓଡ଼ିଶା ପୋଲିସ ଡିଜି ସୁନିଲ ବଂଶଲ, ଭୁବନେଶ୍ଵର ପୋଲିସ କମିଶନର, ଡିସିପିଙ୍କୁ ଭେଟି ତାଙ୍କ ଯାତ୍ରାର ଉଦ୍ଦେଶ୍ୟ ନେଇ ଆଲୋଚନା ଓ ସଚେତନତା ବାର୍ତ୍ତା ଦେଇଛନ୍ତି ।

ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ଆଶାଙ୍କ ସାଇକେଲରେ ଭାରତ ଯାତ୍ରାକୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବେଶ୍ ପ୍ରଶଂସା କରିଛନ୍ତି । ଆଶା କହିଛନ୍ତି, "ଆଜିର ସମୟରେ ମହିଳାମାନେ ନିଜକୁ ଦୁର୍ବଳ ଭାବିବା ଠିକ୍ ନୁହେଁ । ମହିଳାଙ୍କ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ମହିଳାମାନେ ଆତ୍ମ ବିଶ୍ବାସ ରଖି ସବୁ କାର୍ଯ୍ୟରେ ଲାଗିଲେ ନିଶ୍ଚିତ ସଫଳ ହେବେ । ସେହିପରି ମହିଳାମାନେ ମାନସିକ ସ୍ତରରେ ଦୃଢ଼ ହେବା ଉଚିତ୍। ନ ହେଲେ ସବୁ ସ୍ଥାନରେ ନିଜକୁ ଅସୁରକ୍ଷିତ ଲାଗିବ ।"

ତେବେ ପୁରୀରେ ଆଶା ପହଞ୍ଚିବା ପରେ ତାଙ୍କୁ ପୁରୀ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ରତ୍ନାକର ଦଳେଇ ସ୍ଵାଗତ କରିଥିଲେ । ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣ ସଚେତନତା ବାର୍ତ୍ତା ପାଇଁ ଆଶା ଆରମ୍ଭ କରିଥିବା ପ୍ରୟାସକୁ ଯନ୍ତ୍ରୀ ରତ୍ନାକର ଦଳେଇ ପ୍ରସଂଶା କରିଛନ୍ତି । ଆଜିର ନାରୀ ଦୁର୍ବଳ ନୁହେଁ ବୋଲି ଆଶା ପ୍ରମାଣିତ କରିଦେଇଛନ୍ତି । ଜଣେ ମହିଳା ହୋଇ ସେ ଯେଉଁଭଳି ସାରା ଭାରତକୁ ଏକ ସାଇକେଲ ଯୋଗେ ଭ୍ରମଣ କରିବାର ସତସାହାସ ଦେଖାଇଛନ୍ତି, ତାହା ଆଗାମୀ ଯୁବପିଢ଼ିକୁ ବେଶ ଉତ୍ସାହ ଦେବ ବୋଲି ବରିଷ୍ଠ ଯନ୍ତ୍ରୀ ରତ୍ନାକର ଦଳେଇ କହିଛନ୍ତି ।

ଆଶା ଗତବର୍ଷ ନଭେମ୍ବର ୧ ତାରିଖରୁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଭାରତ ଭ୍ରମଣ ଯାତ୍ରା ଆରମ୍ଭ କରିଥଲେ । ଏହି ପରିପ୍ରେକ୍ଷୀରେ ଭାରତର 28ଟି ରାଜ୍ୟ ଭ୍ରମଣ କରିବେ । 25 ହଜାର କିଲୋମିଟର ସାଇକେଲ ଯୋଗେ ସଚେତନତା ବାର୍ତ୍ତା ବାଣ୍ଟିବା ଲକ୍ଷ୍ୟ ରଖି ସେ ଏହି ଅଭିଯାନ ଆରମ୍ଭ କରିଛନ୍ତି । ଓଡ଼ିଶାରେ ପହଞ୍ଚିବା ହେଉଛି ତାଙ୍କର 11ତମ ରାଜ୍ୟ । ଇତି ମଧ୍ୟରେ ସେ 10 ହଜାର 200 କିଲୋମିଟର ଯାତ୍ରା କରିସାରିଲେଣି । ଆଗାମୀ ଦିନରେ ମଧ୍ୟ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ପାଇଁ ଏଭଳି ଅଭିନବ ଉପାୟରେ କାର୍ଯ୍ୟ କରିବେ ବୋଲି ଆଶା ମାଲବିୟ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.