ପୁରୀ: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ଵର ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପୁରୀ ସ୍ଵର୍ଗଦ୍ବାରରେ ଶେଷ ହେଲା ମହେଶ୍ଵରଙ୍କ ଅନ୍ତିମ ସଂସ୍କାର । ବଡ ପୁଅ ସୁନିଲ ମହାନ୍ତି ମହେଶ୍ଵରଙ୍କୁ ଦେଇଥିଲେ ମୁଖଗ୍ନୀ । ଉପସ୍ଥିତ ଥିଲେ ଶୁଭେଚ୍ଛୁ ସମର୍ଥକ ଓ ଦଳୀୟ ନେତା କର୍ମୀ ।
ଏହା ପୂର୍ବରୁ ଓଡ଼ିଶା ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ସ୍ଵର୍ଗ ଦ୍ବାରରେ ଶେଷ ଦର୍ଶନ ପାଇଁ ମହେଶ୍ଵର ଙ୍କ ହଜାର ହଜାର ସମର୍ଥକ, ବିଜେଡ଼ିର କର୍ମୀ, ବହୁ ତୁଙ୍ଗ ନେତା ଉପସ୍ଥିତ ଥିଲେ। ଦଳମତ ନିର୍ବିଶେଷରେ ବିଭିନ୍ନ ଦଲ ରୁ ନେତା ମାନେ ଉପସ୍ଥିତ ରହି ଶେଷ ଦର୍ଶନ ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥଲେ। ସ୍ଵର୍ଗଦ୍ଵାରରେ ଶେଷ କୃତ୍ୟ ପୂର୍ବରୁ ପୁରୀରେ ବିଭିନ୍ନ ସ୍ଥା କୁ ମହେଶ୍ଵର ଙ୍କ ପାର୍ଥିବ ଶରୀରକୁ ନିଆଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ବିଭିନ୍ନ ସ୍ଥାନରେ ଲୋକ ମାନେ ଶ୍ରଦ୍ଧାଞ୍ଜଳି ଦେଇଥିବା ବେଳେ ପୁରୀ ବାର ଆସୋସିଏସନକୁ ନିଆଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପରେ ତାଙ୍କ ବାସଭବନକୁ ମର ଶରୀର ନିଆଯାଇଥିଲା। ସେଠାର ବିଭିନ୍ନ ଦଳର ନେତା, ମହେଶ୍ଵରଙ୍କ ବନ୍ଧୁ, ଶୁଭେଛୁ ପହଞ୍ଚି ଅନ୍ତିମ ଦର୍ଶନ କରିଥଲେ। ପରେ ପୁରୀ ଜିଲା ବିଜେଡି କାର୍ଯ୍ୟଳୟକୁ ତାଙ୍କ ମର ଶରୀର କୁ ନିଆଯାଇ ସେଠାରେ ଉପସ୍ଥିତ ଥିବା ବିଜେଡ଼ିର ନେତା ମାନେ ମହେଶ୍ଵରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
ଅଧିକ ପଢନ୍ତୁ- Maheswar Mohanty Demise: ବିଧାନସଭାରେ ପୂର୍ବତନ ବାଚସ୍ପତିଙ୍କୁ ଗାର୍ଡ ଅଫ୍ ଅନର
ପରେ ସ୍ଵର୍ଗଦ୍ବାର ଅଭିମୁଖେ ବାହାରି ଥିଲା ମହେଶ୍ବରଙ୍କ ପାର୍ଥିବ ଶରୀର। ମହେଶ୍ଵର ମହାନ୍ତି ଦେହାନ୍ତକୁ ନେଇ ଏକ ବିରାଟ କ୍ଷତି ବୋଲି ଦଳମତ ନିର୍ବିଶେଷରେ ନେତା ମାନେ କହିଛନ୍ତି। ମହେଶ୍ଵର ପୁରୀ ର ଉନ୍ନତି ପ୍ରତି ଅନେକ କାର୍ଯ୍ୟ କରିଛନ୍ତି। ଗରୀବ ଲୋକଙ୍କ ଅନେକ ସମସ୍ୟା ସମାଧାନ କରିଛନ୍ତି। ସେ ପୁରୀ ସହରର ମୁରବୀ ଥିଲେ। ଦୀର୍ଘ ଚାରି ଦଶନ୍ଧୀ ଧରି ରାଜନୀତି କ୍ଷେତ୍ରରେ ସକ୍ରିୟ ରହି ଅନେକ ଜନ ସେବା କରିଛନ୍ତି। ତାଙ୍କ ମୃତ୍ୟୁରେ ମହେଶ୍ଵରଙ୍କ ସମର୍ଥକ, ଶୁଭେଚ୍ଛୁଙ୍କ ମହଲ ରେ ଶୋକର ଛାୟା ଖେଳି ଯାଇଛି।
ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ପରଲୋକ ଆଜି ଭୋର 3 ଟା 25 ମିନିଟରେ ହୋଇଥିଲା। ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ବ୍ରେନ ଷ୍ଟ୍ରୋକ ଯୋଗୁଁ ଗତ 31 ତାରିଖରୁ ଚିକିତ୍ସା ହେଉଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିଲା। ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ତାଙ୍କ ଜୀବନ ରକ୍ଷା କରାଯାଇପାରିନଥିଲା ।
ଗତ ମଙ୍ଗଳବାର ଦିନ ମହେଶ୍ବର ମହାନ୍ତି ଅସୁସ୍ଥତା ଅନୁଭବ କରିବାରୁ ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ମହେଶ୍ବର ମହାନ୍ତି ଜଣେ ପୁରୁଖା ନେତା, ଜଣେ ଦକ୍ଷ ସଂଗଠକ ଥିଲେ। ଗତ 1995 ମସିହାରୁ ମହେଶ୍ବର ମହାନ୍ତି ପୁରୀରୁ ବିଧାୟକ ଭାବେ ଲଗାତାର ନିର୍ବାଚିତ ହୋଇ ଆସିଥିଲେ। ଗତ 2019 ବିଧାନସଭା ନିର୍ବାଚନରେ ସେ ବିଜେପି ଠାରୁ ପରାସ୍ତ ହୋଇଥିଲେ। ବିଜେଡିକୁ ସେ ପୁରୀରେ ଏକ ଦୁର୍ଗରେ ପରିଣତ କରିଥଲେ । ପ୍ରଥମେ ସେ ଜନତା ଦଳରୁ ଜିତି ବିଧାୟକ ହୋଇଥିଲେ। ପରେ ସେ ବିଜେଡି ରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଥିଲେ। ହେଲେ 2019 ନିର୍ବାଚନ ରେ ପରାସ୍ତ ହେଇଥିଲେ।
ଇଟିଭି ଭାରତ, ପୁରୀ