ETV Bharat / state

ଲାଞ୍ଚ ନେଇ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ପ୍ରବେଶ କରାଇଲେ ପୋଲିସ କର୍ମଚାରୀ, ହେଲେ ନିଲମ୍ବିତ

author img

By

Published : Jul 22, 2023, 10:10 PM IST

ଲାଞ୍ଚ ନେଇ ଭକ୍ତଙ୍କୁ ଶ୍ରୀମନ୍ଦିର ପଶ୍ଚିମ ଦ୍ଵାରରେ ପ୍ରବେଶ କରାଇ ନିଲମ୍ବିତ ହେଲେ ପୋଲିସ କର୍ମଚାରୀ । ଲାଞ୍ଚ ନେବା ଖବର ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲେ ପୁରୀ ଏସପି । ଅଧିକ ପଢ଼ନ୍ତୁ

cop suspended for accepting bribe from devotee
ଶ୍ରୀମନ୍ଦିରରେ ଲାଞ୍ଚ ନେଇ ପୋଲିସ କର୍ମଚାରୀ ନିଲମ୍ବିତ

ପୁରୀ: ମହଙ୍ଗା ପଡ଼ିଲା ଲାଞ୍ଚ ନେଇ ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରେ ପ୍ରବେଶ କରାଇବା । ନିଲମ୍ବିତ ହେଲେ ପୋଲିସ କର୍ମଚାରୀ । ଲାଞ୍ଚ ନେଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଖବର ପାଇବା ପରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ ପୁରୀ ଏସପି । ପୋଲିସ କର୍ମଚାରୀ ଜଣକ ହେଉଛନ୍ତି OSAP ବାଟାଲିୟନର ସୁବାଶିଷ ଦାଶ ।

ଶ୍ରୀମନ୍ଦିର ଚାରି ଦ୍ଵାରରେ ମୁତୟନ ହୋଇଥିବା ପୋଲିସଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି । ଟଙ୍କା ନେଇ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡୁଛନ୍ତି । ସିଂହଦ୍ୱାର ପଟେ କେବଳ ପ୍ରବେଶ ଅନୁମତି ଥିବା ବେଳେ ଏହାର ଫାଇଦା ନେଇଛନ୍ତି ପୋଲିସ କର୍ମଚାରୀ । ପଶ୍ଚିମ ଦ୍ଵାର, ଦକ୍ଷିଣ ଦ୍ଵାର, ଉତ୍ତର ଦ୍ଵାରରେ ଭକ୍ତଙ୍କ ଠାରୁ ଟଙ୍କା ନେଇ ଭିତରକୁ ଛାଡୁଛନ୍ତି । ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଜଣେ ବ୍ୟକ୍ତି ତାଙ୍କ ପକେଟରୁ ଟଙ୍କା କାଢି ପୋଲିସକୁ ଦେଉଛନ୍ତି । ପରେ ଭକ୍ତଙ୍କୁ ନେଇ ପଶ୍ଚିମ ଦ୍ୱାରରେ ପୋଲିସ ଜଣକ ପ୍ରବେଶ କରୁଛନ୍ତି । ଏହି ଘଟଣା ଗଣମାଧ୍ୟମରେ ପ୍ରସାରଣ ପରେ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ତେବେ ଘଟଣାକୁ ନେଇ ପୁରୀ ଏସପି କେ. ବିଶାଲ ସିଂ କାର୍ଯ୍ୟନୁଷ୍ଠାନ ନେଇଛନ୍ତି । ଡ୍ୟୁଟିରେ ଥିବା OSAP ବାଟାଲିୟନର ସୁବାଶିଷ ଦାଶଙ୍କୁ ନିଲମ୍ବନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ମହାପ୍ରଭୁଙ୍କ ନାଁରେ ପୁଣି ଅନଲାଇନ ଠକେଇ, ଡଲାରରେ ଦକ୍ଷିଣା ଦେଉଛନ୍ତି ଭକ୍ତ

ଯେତେବେଳେ ଭକ୍ତ ମାନେ ସିଂହଦ୍ଵାର ଦେଇ ପ୍ରବେଶ ପାଇଁ ଘଣ୍ଟା ଘଣ୍ଟା ଧରି ଖରା ବର୍ଷାରେ ଠିଆ ହୋଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି । ସେତେବେଳେ ପୋଲିସ ଟଙ୍କା ନେଇ ପଶ୍ଚିମ ଦ୍ୱାର ପଟେ ଛାଡ଼ିଦେବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପଶ୍ଚିମ, ଦକ୍ଷିଣ, ଉତ୍ତର ଦ୍ଵାରରେ ପ୍ରବେଶ କଟକଣା ଥିବା ବେଳେ ସୁରକ୍ଷାକର୍ମୀଙ୍କ ଏଭଳି କାର୍ଯ୍ୟ ସଭିଙ୍କୁ ଚକିତ କରିିଛି । ଶୃଙ୍ଖଳା ଦାୟିତ୍ଵରେ ଥିବା ପୋଲିସ କର୍ମଚାରୀଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି । ସିଂହଦ୍ୱାରକୁ ଛାଡି ସବୁ ଦ୍ଵାର ବନ୍ଦ କେବଳ ପୋଲିସର ରୋଜଗାର ପାଇଁ ବ୍ୟବସ୍ଥା ହୋଇଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ସହିତ ଜଗନ୍ନାଥ ମନ୍ଦିରର ଜେଟିପି କର୍ମଚାରୀ, କିଛି ସେବାୟତ ମିଶି ଏହି ବେଆଇନ କାର୍ଯ୍ୟ କରୁଥିବା ଭକ୍ତ ଅଭିଯୋଗ କରି ଆସୁଛନ୍ତି । କୋଭିଡ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାର ବନ୍ଦ ରହିଥିଲା । କୋଭିଡ ଶେଷ ପରେ ବି କାହିଁକି ଶ୍ରୀମନ୍ଦିର ସବୁ ଦ୍ଵାର ଭକ୍ତଙ୍କ ପାଇଁ ନ ଖୋଲାଯାଇ ଲାଞ୍ଚ କାରବାରକୁ ପ୍ରସୟ ଦିଆଯାଉଛି ସେନେଇ ଭକ୍ତ ମହଲରେ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ପୁରୀ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.