ETV Bharat / state

ପିପିଲି ଉପନିର୍ବାଚନ; କଂଗ୍ରେସ ପ୍ରାର୍ଥୀ ବିଶ୍ୱ କେଶନ ହରିଚନ୍ଦନଙ୍କ ନାମାଙ୍କନ କାଏମ - Congress candidate nomination

ପିପିଲି ଉପନିର୍ବାଚନ ନେଇ କଂଗ୍ରେସର ପ୍ରାର୍ଥୀ ପତ୍ର କାଏମ ରହିଛି । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ବିୟୋଗ ପରେ ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ବିଶ୍ୱ କେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ...

ପିପିଲି ଉପନିର୍ବାଚନ ନେଇ କଂଗ୍ରେସର ପ୍ରାର୍ଥୀପତ୍ର କାଏମ

author img

By

Published : May 1, 2021, 9:08 AM IST

ପୁରୀ: ପିପିଲି ଉପନିର୍ବାଚନ ନେଇ କଂଗ୍ରେସର ପ୍ରାର୍ଥୀ ପତ୍ର କାଏମ ରହିଛି । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ବିୟୋଗ ପରେ ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ବିଶ୍ୱ କେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏହାକୁ ଅନୁଧ୍ୟାନ ପରେ ନିର୍ବାଚନର ରିଟର୍ଣ୍ଣିଂ ଅଫିସର ଏହାକୁ କାଏମ ରଖିଛନ୍ତି । ଏଥିସହ ଉପ ନିର୍ବାଚନ ପାଇଁ ପୋଷ୍ଟାଲ ବାଲାଟ ପେପର ପ୍ରସ୍ତୁତି ଆରମ୍ଭ ହୋଇଛି।

ପିପିଲି ଉପନିର୍ବାଚନ ନେଇ କଂଗ୍ରେସର ପ୍ରାର୍ଥୀପତ୍ର କାଏମ

ଆସନ୍ତା 3 ରୁ 7 ତାରିଖ ଯାଏଁ ପୋଷ୍ଟାଲ ବାଲାଟରେ ଭୋଟ୍ ଦେଇ ଥିବା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭୋଟରଙ୍କ ଠାରୁ ପୋଲିଂ ଅଧିକାରୀ ଘରକୁ ଯାଇ ସଂଗ୍ରହ କରିବେ। ମୋଟ 1067 ଜଣ ପୋଷ୍ଟାଲ ବାଲାଟରେ ଭୋଟ୍ ଦେବେ। ତେବେ ପୋଲିଂ ଅଧିକାରୀମାନେ ପୋଷ୍ଟାଲ ବାଲାଟ ସଂଗ୍ରହ ବେଳେ କୋଭିଡ ଗାଇଡ଼ଲାଇନ ମାନି ଏହି କାର୍ଯ୍ୟ କରିବା ନେଇ ନିର୍ଦ୍ଦେଶ ରହିଛି। ଆସନ୍ତା 16 ତାରିଖରେ ପିପିଲି ଉପନିର୍ବାଚନ ନେଇ ସ୍ଥିର ହୋଇଥିବା ବେଳେ 14 ତାରିଖରୁ ପର୍ଯ୍ୟାୟ କ୍ରମେ ପୋଲିଂ ଅଧିକାରୀମାନେ ଭୋଟ୍ ଦାନ କେନ୍ଦ୍ରକୁ ଯିବେ।

ସେହିପରି ଏହି ନିର୍ବାଚନ ପ୍ରଚାରରେ କୌଣସି ରାଜନୈତିକ ଦଳ ବାଇକ ରାଲି , ସଭା ସମିତି କରି ପାରିବେ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡକୁ ନେଇ ଏହି କଟକଣା କରାଯାଇ ଥିବା ବେଳେ ସମସ୍ତ ରାଜନୈତିକ ଦଳ ବ୍ୟକ୍ତି, ନିର୍ବାଚନରେ ସମ୍ପୃକ୍ତ ସରକାରୀ କର୍ମଚାରୀ ଓ ଭୋଟ୍ ଦେବାକୁ ଥିବା ଭୋଟରମାନେ କୋଭିଡ ଗାଇଡ଼ଲାଇନକୁ କଡାକଡି ପାଳନ କରିବା ସମେତ ମାସ୍କ ପିନ୍ଧିବା, ସାନିଟାଇଜ କରିବା ଓ ସାମାଜିକ ଦୂରତା ରଖିବା ପାଇଁ ପିପିଲିର ରିଟର୍ଣ୍ଣିଂ ଅଫିସର କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.